ETV Bharat / state

ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କଲେ ASI ମହାନିର୍ଦ୍ଦେକ - KONARK SUN TEMPLE SAND EVACUATION

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା, ମନ୍ଦିରର ଭିତ୍ତିଭୂମିର ଅବସ୍ଥିତି ଓ ମନ୍ଦିର ସଂରକ୍ଷଣ ନେଇ ସମୀକ୍ଷା କଲେ ଏଏସଆଇ ମହାନିର୍ଦ୍ଦେକ  ଯଦୁବୀର ସିଂ ରାୱତ।

KONARK SUN TEMPLE
KONARK SUN TEMPLE (ETV BHARAT ODISHA)
author img

By ETV Bharat Odisha Team

Published : May 24, 2025 at 9:52 PM IST

1 Min Read

ନିମାପଡା: ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଏଏସଆଇ ମହାନିର୍ଦ୍ଦେକ ଯଦୁବୀର ସିଂ ରାୱତ। କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହିତ ଗର୍ଭଗୃହରୁ ବାଲି କାଢ଼ିବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ପୁରୀ ସର୍କଲ ଅଧିକାରୀ ସମେତ ୧୫ ଜଣିଆ ବିଶେଷଜ୍ଞ ଟିମ ମଧ୍ୟ ଉପସ୍ଥିତ ଥିଲେ। ଖୁବଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ସୂଚନା ମିଳିଛି। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା, ମନ୍ଦିରର ଭିତ୍ତିଭୂମିର ଅବସ୍ଥିତି ଓ ମନ୍ଦିର ସଂରକ୍ଷଣ ନେଇ ସମୀକ୍ଷା କରିଥିଲେ ଏଏସଆଇ ମହାନିର୍ଦ୍ଦେକ ।

KONARK SUN TEMPLE SAND EVACUATION (ETV BHARAT ODISHA)

ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ କରିଛି ଟିମ୍ । ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୨ ବର୍ଷ ହେଲା କାମ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଉତ୍ତର ପଶ୍ଚିମ କୋଣ ଓ ମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାରକିଙ୍ଗ ପ୍ଲାଟଫର୍ମ, ଆଇରନ ଷ୍ଟକଚର କାର୍ଯ୍ୟ ସୁରକ୍ଷିତ ଯାତାୟତ ପାଇଁ ଆଇରନ ସିଡ଼ି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ବାଲି କାଢ଼ିବା ପାଇଁ କାର୍ଯ୍ୟ ସମ୍ପୂର୍ଣ ବନ୍ଦ ହୋଇଯାଇଥିବା ବେଳେ ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ିରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ପାଇଁ ୪ରୁ ୫ଫୁଟର ଏକ ଗର୍ତ୍ତ ଖୋଳାଯିବ। ଯେଉଁ ବାଟରେ ଗର୍ଭ ଗୃହରୁ ବାଲି ସୁରକ୍ଷିତ ଭାବେ କଢ଼ାଯିବ ଏଥିପାଇଁ ୩ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

KONARK SUN TEMPLE
KONARK SUN TEMPLE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌ - KONARK SUN TEMPLE SAND EVACUATION

ହେଲେ ଏହା ମଧ୍ୟରେ ୨ବର୍ଷରୁ ଉର୍ଦ୍ଧ୍ବ ବିତିଯାଇଥିବା ବେଳେ ଆଜି ଏଏସଆଇ ଡିଜି ଯଦୁବୀର ସିଂ ରାୱତ ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ କରି ଖୁବଶୀଘ୍ର ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି । ମନ୍ଦିର ଚୂଡ଼ାରେ ନଡ଼ିଆ ଭାଙ୍ଗି ଶୁଭ ଅନୁକୂଳ କରି ଏକ ଛୋଟ ଗର୍ତ୍ତ କରିବା ନେଇ କହିବା ସହିତ ପରେ ପରେ ଅନୁଧ୍ୟାନ କରି ଦେଖାଯିବ ଯେ ମନ୍ଦିର ଭିତର କେତେ ସୁରକ୍ଷିତ ଅଛି କି ନାହିଁ, ଯାହା ପରେ ବାଲି କଢା ଆରମ୍ଭ ହେବ ବାଲି ସୂଚନା ଦେଇଛନ୍ତି ମହାନିର୍ଦ୍ଦେଶକ ।

KONARK SUN TEMPLE
KONARK SUN TEMPLE (ETV BHARAT ODISHA)

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.