ETV Bharat / state

ରୋଗ ଶଯ୍ୟାରେ ଘରର ଏକମାତ୍ର ପୁଅ: ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ, ସରକାରଙ୍କୁ ମା’ର ଆକୁଳ ନିବେଦନ - Santosh Panda Seeks government help

author img

By ETV Bharat Odisha Team

Published : Aug 5, 2024, 2:04 PM IST

Rourkela Santosh Panda Seeks government help for treatment: ରୋଗ ଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ପୁଅ । ଲିଭର ଖରାପ ହୋଇଥିବାରୁ ବିଗୁଡୁଛି ସ୍ୱାସ୍ଥ୍ୟାବସ୍ଥା । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ସାହାଯ୍ୟ ଲାଗି ସରକାରଙ୍କୁ ମା’ କରୁଛନ୍ତି ଗୁହାରି । ଅଧିକ ପଢନ୍ତୁ

Santosh Panda Seeks government help
Santosh Panda Seeks government help (ETV Bharat Odisha)

ରାଉରକେଲା: ମା’ର ଆଖି ଛଳଛଳ । ଆଖିରେ ଆଖିଏ ଲୁହ । ଛାତିରେ ଛାତିରେ କୋହ । କଥା କହିବାକୁ ଓଠରେ ଶବ୍ଦ ନାହିଁ । କଇଁ କଇଁ କାନ୍ଦି କେବଳ ଭାଗ୍ୟକୁ ନିନ୍ଦୁଛି । କାରଣ ତା’ର ଏକମାତ୍ର ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ପେଟ, ଦୁଇ ଗୋଡ଼ ଫୁଲିବାରେ ଲାଗିଛି । ହାତ ଏବଂ ପିଠିରୁ ହାଡ଼ ମଧ୍ୟ ଦିଶିଲାଣି । ୨୮ ବର୍ଷୀୟ ଭେଣ୍ଡିଆ ପୁଅର ଏଭଳି ଅବସ୍ଥା ଦେଖି ମା’ଟିଏ ନିଜର କୋହକୁ ଅଟକାଇ ପାରୁନି ।

ସୁନ୍ଦରଗଡ ଜିଲ୍ଲା ରାଉରକେଲା ସେକ୍ଟର-୫ ଗୋଲଘର ଗଞ୍ଜାମ କଲୋନୀରେ ନିଜର ଛୋଟ ପରିବାରକୁ ନେଇ ରୁହନ୍ତି ପ୍ରମୋଦ ପଣ୍ଡା । ବୟସ ୬୦ ଛୁଇଁଲାଣି । ପ୍ରମୋଦଙ୍କ ପତ୍ନୀ ମମତା ଜଣେ ଗୃହିଣୀ । ପ୍ରମୋଦ ରୋଷେଇ ବୃତ୍ତିକୁ ଆପଣାଇ ସୁଖ ଦୁଃଖରେ ଘର ଚଳାଇ ଆସୁଥିଲେ । ହେଲେ ପକ୍ଷାଘାତରେ ଆକ୍ରାନ୍ତ ହେଲେ ପ୍ରମୋଦ । ଦୀର୍ଘ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ବେଳକୁ ଦଇବ ଦାଉ ସାଜିଲା । ଏକମାତ୍ର ପୁଅ ସନ୍ତୋଷ ଲିଭର ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲେ ।

ଏହାମଧ୍ୟ ପଢନ୍ତୁ... ଦୁଃଖ ଆଣିଲା ଦୁର୍ଘଟଣା: ଶଯ୍ୟାଶାୟୀ କୈଳାସ, ପରିବାର ମାଗୁଛି ସାହାଯ୍ୟ - Kailash Chatriya Seeks Govt Help

ହଠାତ୍‌ ସନ୍ତୋଷଙ୍କ ହାତ ଓ ଦେହ ପତଳା ହୋଇଯିବା ସହ ପେଟ ଓ ଗୋଡ଼ ଫୁଲି ଯାଇଥିଲା । ବର୍ତ୍ତମାନ ଲିଭର ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବାରୁ ଜୀବନ ବଞ୍ଚିବାର ଏକମାତ୍ର ବାଟ ଲିଭର ଟ୍ରାନ୍ସପ୍ଲାଣ୍ଟ ବୋଲି ଡାକ୍ତର କହିଛନ୍ତି । ତେବେ ଏଥିପାଇଁ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ସନ୍ତୋଷଙ୍କ ମା’ ମମତାଙ୍କ କହିବାନୁଯାୟୀ, "ପୁଅର ଲିଭର ଖରାପ । ସବୁଆଡେ ନେଇଥିଲୁ । ଡାକ୍ତର କହିଲେ ୫୦ରୁ ୬୦ ଲକ୍ଷ ଦରକାର । ଏତେ ଟଙ୍କା କୋଉଠୁ ଆଣିବି । କାର୍ଡରେ ସେ ଅପରେସନ ହେବନି । ସରକାର କିଛି ଦୟା କଲେ, ମୋ ପୁଅ ବଞ୍ଚିପାରିବ ।" ପୁଅର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ ହାତ ପତାଇଛନ୍ତି ପରିବାର । ଆଶା କରିଛନ୍ତି ଯେ ସରକାର ବା କୌଣସି ଅନୁଷ୍ଠାନ ଚିକିତ୍ସା ପାଇଁ ସାହାଯ୍ୟ କଲେ ପୁଅର ଜୀବନ ବଞ୍ଚିପାରିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.