ଭୁବନେଶ୍ବର: ଓଡ଼ିଶାରେ ଲୁଚି ରହୁଥିଲା ଆଫଗାନିସ୍ତାନ ନାଗରିକ । ଦୀର୍ଘ ଆଠ ବର୍ଷ ଧରି ପରିଚୟ ବଦଳାଇ ଜଣେ ଆଫଗାନିସ୍ତାନ ନାଗରିକ ଓଡ଼ିଶାରେ ରହୁଥିବା ଜଣାପଡ଼ିଛି । ନା ପୋଲିସକ ପାଖରେ ଥିଲା ଖବର ନା, ଭାରତୀୟ ଗୁଇନ୍ଦା ପାଖରେ ଥିଲା ସୂଚନା । ଦିର୍ଘ ଦିନ ଧରି ଆତ୍ମଗୋପନ କରି ପରିଚୟ ବଦଳାଇ କରୁଥିଲା ବ୍ୟବସାୟ । ଭାରତୀୟ ବ୍ୟବସାୟୀ ଭାବେ ବେସ ଥିଲା ପରିଚିତ । ହେଲେ ଶନିବାର ଦୁବାଇରୁ ଫେରି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଧରାପଡ଼ିଥିଲା ଅସଲ ପରିଚୟ ।ସେ ଭାରତୀୟ ନୁହେଁ ଜଣେ ଆଫଗାନିସ୍ତାନ ନାଗରିକ ବୋଲି । ଏହାପରେ ତାଙ୍କୁ ଗରିଫ କରିଛି କମିଶନରେଟ୍ ପୋଲିସ।

କିପରି ଧରାପଡ଼ିଲା ଆଫଗାନିସ୍ତାନ ନାଗରିକ ?
ଦୁବାଇରୁ Flight No. 6E-1488 ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପର, ଇମିଗ୍ରେସନ ଯାଞ୍ଚ ବେଳେ ନିଜକୁ ଭାରତୀୟ ବୋଲି ପରିଚୟ ଦେଇ U1380251 ଜାଲ ପାସପୋର୍ଟ ଦେଖାଇ, ନିଜକୁ ୟାହା ଖାନ, ଘର କଟକ ବୋଲି ପରିଚୟ ଦେଇଥିଲା । ହେଲେ ଇମିଗ୍ରେସନ ଅଧିକାରୀଙ୍କ ସନ୍ଦେହ ହେବାରୁ ତାର ଅଧିକ ତଦନ୍ତ କରିଥିଲେ ,ଫଳରେ ସେ ଭାରତୀୟ ନୁହେଁ ଜଣେ ଆଫଗାନସ୍ତାନ ନାଗରିକ ବୋଲି ଜଣାପଡିଥିଲା । କାରଣ ତା ନାଁରେ ପୂର୍ବରୁ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଥିଲା । କୋଲକତା ଏୟାରପୋର୍ଟରୁ ଲୁକା ଆଉଟ୍ ଆଧାରରେ ସେ ମହମ୍ମଦ ୟୁସୁଫ ଘର ଆଫଗାନିସ୍ଥାନ ବୋଲି ଚିହ୍ନଟ ହୋଇଥିଲା ।ଏହାପରେ ବିମାନ ବନ୍ଦର କର୍ତ୍ତୃପକ୍ଷ କମିସନରେଟ ପୋଲିସକୁ ସୂଚନା ଦେଇଥିଲେ।
ବିଦେଶୀ ମୁଦ୍ରା ସହ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ:
ଏନେଇ ଏୟାରପୋର୍ଟ ଥାନାରେ ୧୯୨/୨୫ରେ ଏକ ମାମଲା ଋଜୁ କରି ତାକୁ ଭାରତରେ ଅନଗ୍ରାଧିକାର ପ୍ରବେଶ ,ବିନା ଅନୁମତିରେ ପ୍ରବେଶ ସହ ଜାଲ କାଗଜପତ୍ର ଜରିଆରେ ଭାରତୀୟ ପରିଚୟ ଦେଇ ଜାଲ ପାସପୋର୍ଟ ହାତେଇବା ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ । ଏହାସହ ଫରେନରସ ଆକ୍ଟ ,ପାସପୋର୍ଟ ଆକ୍ଟ ମଧ୍ୟ ଲାଗିଛି । ଏପରିକି ସେ ଭରତୀୟ ପରିଚୟ ପତ୍ର ଦେଇ ଡ୍ରାଇଭିଂ ଲାଇସେନ୍ସ ,ଭୋଟର କାର୍ଡ, ପ୍ୟାନ କାର୍ଡ ଆଦି ହାତେଇଛି । ସେ ଦେଇଥିବା ଠିକଣା ଅନୁସାରେ ପୋଲିସ କଟକର ପିଲକନ ସାହି ବକ୍ସି ବଜାର ,ବାଦାମବାଡ଼ିରେ ଚଢାଉ କରିଥିଲା । ତାର କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, ବିଦେଶୀ ମୁଦ୍ରା , କିଛି ନଗଦ ଟଙ୍କା ,ମୋବାଇଲ୍ ଫୋନ ଓ ଦୁଇଟି କାନଫୁଲ ଜବତ ହୋଇଛି ।
୨୦୧୮ରୁ ୟାହା ଖାନ ପରିଚୟ ଦେଇ ରହୁଥିଲା :
ସେପଟେ ତାକୁ ଗିରଫ କରି ତଦନ୍ତ ବେଳେ ତାର ପ୍ରକୃତ ଆଫଗାନ୍ ପାସପୋର୍ଟ ନମ୍ବର 02457655 ବୋଲି ଜଣାପଡିଛି । ସେ ୨୦୧୮ରୁ ଏଭଳି ଅବୈଧ ଭାବରେ ଭାରତରେ ନିଜକୁ ୟାହା ଖାନ ପରିଚୟ ଦେଇ କଟକରେ ରହିଆସୁଛି । ତାର ପରିଚୟ ପତ୍ର ହିସାବରେ ନକଲି ଆଧାର କାର୍ଡ No. 2347 1649 4378, Voter ID No. YNY1493030, PAN No. BERPK1646E, DL No. OR0519910002562), RC of M/C OD 05 AU 3286ରେ ପରିଚୟ ପତ୍ର ମିଳିଥିଲା ।
ଇଟିଭି ଭାରତ,ଭୁବନେଶ୍ବର