ETV Bharat / state

ରଥଯାତ୍ରା ପାଇଁ ପୁରୀରେ ସବୁ ହୋଟେଲ ବୁକିଂ ଶେଷ, 17 ହଜାର ଟଙ୍କା ପର୍ଯ୍ୟନ୍ତ ରୁମ୍ ଦର - HOTEL BOOKING FOR RATH YATRA

ରଥଯାତ୍ରା ପୂର୍ବରୁ ପୁରୀରେ ଥିବା ସବୁ ହୋଟେଲ, ଲଜ୍ ଶତ ପ୍ରତିଶତ ବୁକିଙ୍ଗ ସରିଯାଇଛି।

ପୁରୀରେ ସବୁ ହୋଟେଲ ବୁକିଂ ଶେଷ
ପୁରୀରେ ସବୁ ହୋଟେଲ ବୁକିଂ ଶେଷ (ETV Bharat)
author img

By ETV Bharat Odisha Team

Published : June 10, 2025 at 2:48 PM IST

Updated : June 10, 2025 at 3:21 PM IST

3 Min Read

ପୁରୀ: ଜୁନ 27ରେ ମହାପ୍ରଭୁଙ୍କ ରଥଯାତ୍ରା। ଯଦି ଏହି ସମୟରେ ଆପଣ ପୁରୀରେ ରହିବା ପାଇଁ ଯୋଜନା କରୁଛନ୍ତି ତେବେ ଏ ଖବର ନିରାଶ କରିପାରେ । କାରଣ ପୁରୀରେ ଥିବା ସବୁ ହୋଟେଲ, ଲଜ୍ ଶତ ପ୍ରତିଶତ ବୁକିଙ୍ଗ ସରିଯାଇଛି। ଦୁଇ ମାସ ତଳୁ ଆଗୁଆ ସବୁ ରୁମ୍ ବୁକ୍ ସରିଯାଇଛି। ଯେହେତୁ ଅନଲାଇନ ବୁକିଙ୍ଗ ସୁବିଧା ପର୍ଯ୍ୟଟକଙ୍କୁ ମିଳୁଚି ପର୍ଯ୍ୟଟକ ମାନେ ଆଗୁଆ 2 ମାସ ପୂର୍ବରୁ ରଥ ଯାତ୍ରା ପାଇଁ ରୁମ୍ ବୁକ୍ କରିଦେଇଚନ୍ତି। ରଥ ଯାତ୍ରା ସମୟରେ ରୁମ୍ ଦର୍ ଅଧିକ ରହିଥିବାରୁ ପର୍ଯ୍ୟଟକ ମାନେ ଠିକ୍ ଦର ରେ ରୁମ୍ ପାଇବା ପାଇଁ ଆଗୁଆ 2 ମାସ ପୂର୍ବରୁ ରୁମ୍ ବୁକ୍ କରିଦେଇଥିବା ପୁରୀ ହୋଟେଲ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି।

ପୁରୀରେ ସବୁ ହୋଟେଲ ବୁକିଂ ଶେଷ (ETV Bharat)
  • ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ ବୁକିଂ ଶେଷ

ପୁରୀ ରେ 2 ହଜାର ଟଙ୍କାର ରୁ ଆରମ୍ଭ କରି 17 ହଜାର ଟଙ୍କା ପର୍ଯ୍ୟନ୍ତ ରୁମ୍ ଦର ରହିଛି। ଛୋଟ ହୋଟେଲ, ଲଜ୍ ଗୁଡ଼ିକ 2 ହଜାର ଟଙ୍କା ରୁମ୍ ଦର ରହିଛି। ତେବେ ରଥଯାତ୍ରା ସମୟରେ ଛୋଟ ହୋଟେଲ ଗୁଡ଼ିକ ଅଧିକ ରୁମ୍ ଦର ନେଇଥାଆନ୍ତି। ସାଧାରଣ ଦିନରେ ଯେଉଁ ରୁମ୍ ଦର ଥାଏ ତାହାର ତିନି ଗୁଣା ରୁମ୍ ଦର ରଥଯାତ୍ରା ସମୟରେ ହୋଇଯାଏ। କେତେକ ଛୋଟ ହୋଟେଲ ଗୁଡ଼ିକ ତିନି ଦିନିଆ ପ୍ୟାକେଜ କରି ରୁମ ଭଡାରେ ଦିଅନ୍ତି। ରଥ ଯାତ୍ରା ପୂର୍ବ ଦିନରୁ ରଥ ଯାତ୍ରା ପର ଦିନ ଯାଏ, ବାହୁଡା଼ ପୂର୍ବରୁ ସୁନା ବେଶ୍ ଯାଏ ତିନି ଦିନିଆ ପ୍ୟାକେଜ ରେ ରୁମ୍ ଭଡା ଲଗାଇଛନ୍ତି। ତେବେ ବଡ ବଡ ହୋଟେଲ ଗୁଡ଼ିକରେ ରୁମ୍ ଦର ସ୍ଥିର ରହିଥାଏ।

ପୁରୀ ରେ ସବୁ ହୋଟେଲ ବୁକିଙ୍ଗ ଶେଷ
ପୁରୀ ରେ ସବୁ ହୋଟେଲ ବୁକିଙ୍ଗ ଶେଷ (ETV Bharat)

ପୁରୀ ହୋଟେଲ ଆସୋସିଏସନ୍ ସଭାପତି ରାଜ କିଶୋର ପାତ୍ରଙ୍କ ସୂଚନା ଅନୁଯାୟୀ ‘‘ପୁରୀରେ ବଡ ବଡ ହୋଟେଲ ଗୁଡ଼ିକର ରୁମ୍ ଦର 5 ହଜାର ଟଙ୍କା ରୁ ଆରମ୍ଭ ହୋଇ 17 ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ହୋଟେଲ ତାଜର ରୁମ୍ ଦର 17 ହଜାର ଟଙ୍କାରୁ ରହିଛି। ହୋଟେଲ ସ୍ବସ୍ତି ରିସଟର ରୁମ୍ ଦର 12 ହଜାର ଟଙ୍କାରୁ ରହିଛି। ହଲିଡେ ରିସଟର ରୁମ୍ ଦର 5 ହଜାର ରୁ 8 ହଜାର ଟଙ୍କା ରହିଛି। ତେବେ ପୁରୀ ହୋଟେଲ ଆସୋସିଏସନ୍ ର ସୂଚନା ଅନୁସାରେ ଆସୋସିଏସନ୍ ଅଧୀନରେ 160 ଜଣ ସଦସ୍ୟ ରହିଛନ୍ତି। ଏହି ହୋଟେଲ ମାଲିକ ଙ୍କ ର 300 ହୋଟେଲ ରହିଛି। ପୁରୀ ରେ ଛୋଟ ବଡ ହୋଟେଲ, ଲଜ୍, ଗେଷ୍ଟ ହାଉସ କୁ ହିସାବ କଲେ 11ରୁ 12 ଶହ ହେବ। ତାହା ମଧ୍ୟ ରେ ଏବେ ହୋମ ଷ୍ଟେ ବ୍ୟବସାୟ ଆରମ୍ଭ ହୋଇଛି। ଏଥିରୁ ଜଣାପଡ଼ୁଛି ପୁରୀ କୁ ପର୍ଯ୍ୟଟକ ଆଗମନ ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଯାହାକି ପୁରୀ ଓ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ଶୁଭ ସଙ୍କେତ’’।

  • ଅଧିକ ଭଡା ନ ନେବାକୁ ଅନୁରୋଧ

ପୁରୀ କୁ ଆଗାମୀ ଦିନରେ ଯୋଗାଯୋଗ ଭିତ୍ତିଭୂମି ବୃଦ୍ଧି ପାଈବ। ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ। ଏଣୁ ପୁରୀକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ। ଏଥି ପାଇଁ ଆଗାମୀ 5 ବର୍ଷ ପୁରୀ ରେ 20 ରୁ 25 ଟି ବଡ ନାମୀଦାମୀ ହୋଟେଲ ଖୋଲିବ ବୋଲି ପୁରୀ ହୋଟେଲ ଆସୋସିଏସନର ସଭାପତି ରାଜ କିଶୋର ପାତ୍ର ଆଶା ରଖିଛନ୍ତି।

ସେପଟେ ରଥଯାତ୍ରା ସମୟରେ ରୁମ୍ ଦର ଅଧିକ ନ ନେବାକୁ ହୋଟେଲିୟର ଶ୍ରୀମନ୍ତ ଦାଶ ସବୁ ହୋଟେଲ, ଲଜ ମାଲିକଙ୍କୁ ଅନୁରୋଧ କରିଛନ୍ତି । ‘‘ଯେତିକି ଧାର୍ଯ୍ୟ ରୁମ୍ ଭଡା ରହିଛି ସେତିକି ନେବା ଉଚିତ୍। ଭକ୍ତ ଓ ପର୍ଯ୍ୟଟକଙ୍କୁ ଅଧିକ ରୁମ୍ ଭଡା ଦର ନେଇ ଶୋଷଣ କରିବା ଅନୁଚିତ୍। କାହାକୁ ଠକେଇ କରିବା ଠିକ୍ ନୁହେଁ।ଏହା ଦ୍ଵାରା ବାହାରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଏକ ଖରାପ ଅନୁଭୂତି ନେଇ ଫେରିବେ। ଜଗନ୍ନାଥ ଧାମ ବଦନାମ ହେବ। ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଯେଉଁ ହୋଟେଲ ଓ ଲଜ ଭକ୍ତ, ପର୍ଯ୍ୟଟକଙ୍କୁ ରୁମ୍ ଦର ଅଧିକ ନେଇ ଶୋଷଣ କରୁଛନ୍ତି ସେମାନଙ୍କ ବିରୋଧ ରେ ପୁରୀ ଜିଲ୍ଲା ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ’’ ହୋଟେଲିୟର ଶ୍ରୀମନ୍ତ ଦାଶ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛନ୍ତି।

  • ହୋଟେଲ ମାଲିକଙ୍କ ପାଇଁ ଆସିବ ମାର୍ଗଦର୍ଶିକା

ସେପଟେ ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହୋଟେଲ ଗୁଡ଼ିକ ଉପରେ ପୁଲିସ ପକ୍ଷରୁ କଡା ଯାଞ୍ଚ ଚାଲିଛି। କୌଣସି ସନ୍ଧିଗ୍ଧ ବ୍ୟକ୍ତି ନଜର କୁ ଆସିଲେ ପୋଲିସକୁ ତୁରନ୍ତ ଖବର ଦେବାକୁ ସବୁ ହୋଟେଲ, ଲଜ କୁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲରେ ରୁମ୍ ଭଡା ନେଇ ରହୁଥିବା ସବୁ ବ୍ୟକ୍ତିଙ୍କ ପରିଚୟପତ୍ର ରଖିବାକୁ କୁହାଯାଇଛି। ହୋଟେଲ ଆସୋସିଏସନ୍ ସହିତ ଏକ ବୈଠକ କରାଯାଇ ସୁରକ୍ଷା ପାଇଁ କିଭଳି ଓ କଣ ପଦକ୍ଷେପ ନେବେ ସବୁ ହୋଟେଲ ମାଲିକଙ୍କୁ ମାର୍ଗଦର୍ଶିକା ଦିଆଯିବ ବୋଲି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଏସ ପ୍ରବୀଣ କୁମାର ସୂଚନା ଦେଇଛନ୍ତି ।

ସେହିପରି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ‘‘ପୁରୀ ସହରରେ ଅନେକ ବେଆଇନ ଲଜ, ହୋଟେଲ ଚାଲୁଥିବା ଅଭିଯୋଗ ଆସିଛି। ଏହାର ଯାଞ୍ଚ ପାଇଁ ପୁରୀ ପୌର ପାଳିକାକୁ କୁହାଯାଇଛି। ଟ୍ରେଡ ଲାଇସେନ୍ସ ନେଇ ହୋଟେଲ, ଲଜ୍ ଚାଲିଛି କି ନାହିଁ ତାହା ଚେକ୍ କରାଯିବ। ଯଦି ବେଆଇନ ଭାବେ ହୋଟେଲ, ଲଜ ଚାଲିଥିବାର ଜଣାପଡିବ ତାହା ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ’’।

ଏହା ମଧ୍ୟ ପଢନ୍ତୁ କାହିଁକି ମହାପ୍ରଭୁଙ୍କ ହୁଏ ସେନାପଟା ଲାଗି ନୀତି ? ସାକ୍ଷୀଗୋପାଳରୁ ଆସେ ବଉଳ କାଠ

ଏହା ମଧ୍ୟ ପଢନ୍ତୁ ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସେନାପଟା ନୀତି; ଅପରାହ୍ନ 2ଟା ଯାଏଁ ଦର୍ଶନ ବନ୍ଦ

ଇଟିଭି ଭାରତ, ପୁରୀ

Last Updated : June 10, 2025 at 3:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.