ଭୁବନେଶ୍ୱର: କଂଗ୍ରେସର ଆଉ ୨ ବିଧାୟକ ନିଲମ୍ବିତ । ତାରା ବାହିନୀପତି ଓ ରମେଶ ଜେନା ନିଲମ୍ବିତ । ବିଶୃଙ୍ଖଳ ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି । ଏପଟେ ପୋଲିସ ରିଜର୍ଭରେ ଅଟକ ଅଛନ୍ତି ନିଲମ୍ବିତ କଂଗ୍ରେସ ବିଧାୟକ ଏବଂ ସାଂସଦ ସପ୍ତଗିରି ଉଲାକା । ବାଚସ୍ପତି ସୁରମା ପାଢ଼ୀ ୨୧୭ ଧାରା ଅନୁଯାୟୀ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କ ଉପରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ବିଶୃଙ୍ଖଳିତ ଆଚାରଣ ଘୋଷଣା କରି ଆକ୍ସନ ନେଲେ ବାଚସ୍ପତି । ଗତକାଲି ବିଧାନସଭାରୁ 7 ଦିନ ପାଇଁ କଂଗ୍ରେସର 12 ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ଆଗାମୀ 7 ଦିନ ପାଇଁ ବର୍ତ୍ତମାନ କଂଗ୍ରେସ ମୁକ୍ତ ହୋଇଛି ଓଡିଶା ବିଧାନସଭା । ଏପଟେ ଅନ୍ୟତମ ବିରୋଧୀ ଦଳ ବିଜେଡି ମଧ୍ୟ କଂଗ୍ରେସ ସହିତ ଧାରଣାରେ ଯୋଗ ଦେଇଛି ।
7 ଦିନ ପାଇଁ ତାରା ଓ ରମେଶ ନିଲମ୍ବିତ
- ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ
- ସାତ ଦିନ ପାଇଁ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବିତ କଲେ ବାଚସ୍ପତି
- ଉଭୟ ତାରା ଓ ରମେଶଙ୍କୁ ଚେତାଇଲେ ବାଚସ୍ପତି
- ବିଶୃଙ୍ଖଳିତ ଆଚରଣ ପାଇଁ ତାରା ଏବଂ ରମେଶ ନିଲମ୍ବିତ ହେଲେ
- ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ୱେ ଘଣ୍ଟ ପିଟିବାରୁ ୭ ଦିନ ପାଇଁ ସସ୍ପେଣ୍ଡ
ନିଲମ୍ବିତ ସମସ୍ତ 14 ବିଧାୟକ-
ରାମଚନ୍ଦ୍ର କାଡାମ (କଂଗ୍ରେସ ବିଧାୟକ ଦଳ ନେତା), ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ (ବିଧାୟକ ଦଳ ଉପନେତା), ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ ,ନୀଳମାଧବ ହିକକା, ସୋଫିଆ ଫିର୍ଦ୍ଦୋସ, ତାରା ବାହିନୀପତି, ରମେଶ ଜେନା ନିଲମ୍ବିତ ହୋଇଛନ୍ତି ।

ନିଲମ୍ବିତ ହେଲେ ତାରା ରମେଶ, କଂଗ୍ରେସ ଶୂନ୍ୟ ହେଲା ବିଧାନସଭା-
ନିଲମ୍ବିତ ହେଲେ ତାରା ଏବଂ ରମେଶ । କଂଗ୍ରେସ ଶୂନ୍ୟ ହେଲା ବିଧାନସଭା । କଂଗ୍ରେସ ଶୂନ୍ୟ ବିଧାନସଭା । କାଲି ୧୨ ବିଧାୟକ ସସ୍ପେଣ୍ଡ ହୋଇଥିଲେ । ଆଜି ଆଉ ଦୁଇ ଜଣଙ୍କୁ ନିଲମ୍ବନ କଲେ ବାଚସ୍ପତି । ଗତକାଲି କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍ପେଣ୍ଡ କରିଥିବା ବେଳେ ଆଜି ଆଉ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି ।

କକ୍ଷ ତ୍ୟାଗ କଲା ବିଜେଡି-
ସେପଟେ ବିରୋଧୀ ଦଳର ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ଗୃହରେ କହିଥିଲା ବିଜେଡି ।ବାଚସ୍ପତିଙ୍କ ବିବୃତ୍ତି ଦାବି କଲା ବିଜେଡି । ପୋଲିସ ଅତ୍ୟାଚାର ସମ୍ପର୍କରେ ମଧ୍ଯ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ । ବିରୋଧୀଙ୍କ ଉପରେ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ବୋଲି ପଚାରିଲା ବିଜେଡି । ଗୃହକୁ ଏକ ପାଖିଆ ଚଳାଇବାକୁ ଦେବୁନି କହି ବିଜେଡି କକ୍ଷ ତ୍ୟାଗ କଲା ।
We stood in peaceful protest for a fundamental issue, that is women’s safety. Instead of addressing the concern, 12 Congress MLAs, including me, were suspended for demanding accountability. What followed was even more alarming, MLAs were manhandled, humiliated and assaulted. This… pic.twitter.com/wzJBQAnYob
— Sagar Charan Das (@sagarcharandas) March 26, 2025
'ମୋ ଚେନ ଚୋରି ହୋଇଛି, ମୁଁ ଥାନାରେ ଏତଲା ଦେବି'-
ଆଜି ଗୃହରେ ଘଣ୍ଟ ଘଣ୍ଟା ବଜାଇ ପୁନର୍ବାର ଦ୍ୱିତୀୟ ଥର ପାଇ ନିଲମ୍ବିତ ହୋଇଛନ୍ତି ତାରା । ତାରାଙ୍କୁ ଗତକାଲି ରାତିରେ ଅଶାଳୀନ ବ୍ୟବହାର କରିଥିଲେ ପୋଲିସ । ଏନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତାରା ବାହିନୀପତି । "ମୋ ଚେନ ଚୋରି ହୋଇଛି, ମୁଁ ଥାନାରେ ଏତଲା ଦେବି। ସରକାରଙ୍କ ଏଭଳି ଦମନ ନୀତି ଗ୍ରହଣୀୟ ନୁହେଁ । ଆଗକୁ ଏହାର କଡା ଜବାବ ଦେବ କଂଗ୍ରେସ," ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
They may have removed us from the floor of Assembly but they cannot remove us from roads that we will hit tomorrow, to demand and to voice for the security and safety of our women and girls.
— Sagar Charan Das (@sagarcharandas) March 26, 2025
The state government must answer us and we will make them respond.#VidhanSabha… pic.twitter.com/pTTP3AbAFh
ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ-
ଆଜି ବିଧାନସଭାରେ ବିନା କଂଗ୍ରେସରେ ଆଲୋଚନା ଜାରି ରହିଥିଲା । ଶେଷରେ କଂଗ୍ରେସର ଦୁଇ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଧାୟକ ରମେଶ ଜେନା । "ଗଣରନ୍ତ୍ରରେ ବିରୋଧୀଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସର ସ୍ୱରକୁ କେହି ରୋକିପାରିବେ ନାହିଁ । ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ," ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା ।
ଗୃହ କାର୍ଯ୍ୟରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ କଡ଼ା ଆକ୍ସନ୍ । ପ୍ରଶ୍ନକାଳ ବେଳେ ଘଣ୍ଟ ବାଡେଇ ବିଶୃଙ୍ଖଳା ସୃଷ୍ଟି ପାଇଁ ରମେଶ ଜେନା ଓ ତାରା ବାହିନୀପତି ନିଲମ୍ବିତ । ଆଜି ବିଧାନସଭା ଭିତରକୁ ପ୍ରବେଶ କରିଥିଲେ କଂଗ୍ରେସର ନିଲମ୍ବିତ ହୋଇନଥିବା 2 ବିଧାୟକ ତାରା ବାହିନୀପତି ଓ ରମେଶ ଜେନା । ବିଧାନସଭା ଭିତରେ ଘଣ୍ଟ ବାଡ଼େଇ ଥିଲେ ତାରା ବାହିନୀପତି ଏବଂ ରମେଶ ଜେନା । ଗତକାଲି ବିଳମ୍ବିତ ରାତି ୩ ଟାରେ ନିଲମ୍ବିତ ବିଧାୟକ ମାନଙ୍କୁ ଗୃହରୁ ଉଠାଇ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଛାଡିଥିଲା ପୋଲିସ । ନିଲମ୍ବିତ ବିଧାୟକ ମାନେ ରାତିରେ ରାସ୍ତା ଉପରେ ଧାରଣାରେ ବସି ଆନ୍ଦୋଳନ ଜାରି ରଖିଲେ । ସୂଚନା ଥାଉ କି ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସ ସଶକ୍ତ ହେବା ସହ ଅଧିକ ସୁଦୃଢ ହୋଇଛି । ମହିଳା ସୁରକ୍ଷା ନେଇ ବିଧାନସଭା ଆରମ୍ଭରୁ ଦାବି କରି ଆସୁଛି କଂଗ୍ରେସ । ଆସନ୍ତାକାଲି ବିଧାନସଭା ଘେରାଓ କରିବ କଂଗ୍ରେସ ।
Bhubaneswar, Odisha: On the suspension of Congress MLAs, Bhakta Charan Das, President of the Odisha Pradesh Congress Committee, says, " suspending mlas is a serious offense by the government and the assembly. they were only raising their voices against atrocities on women" pic.twitter.com/1ZWThmhLWC
— IANS (@ians_india) March 25, 2025
କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ-
ବିଧାନସଭା ବାହାରେ କଂଗ୍ରେସର ତୁମୁଳକାଣ୍ଡ । ମୁଖ୍ୟ ଗେଟ୍ ଆଗରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ପୋଲିସ ବ୍ୟାରିକେଡ୍ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ । ରଣକ୍ଷେତ୍ରର ରୂପ ନେଇଥିଲା ବିଧାନସଭା ମୁଖ୍ୟଫାଟକ । ବର୍ତ୍ତମାନ ଗେଟ୍ ସମ୍ମୁଖରେ ଗର୍ଜୁଛନ୍ତି ଉଭୟ କଂଗ୍ରେସ ଓ ବିଜେଡି । ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କଂଗ୍ରେସ ନେତା । ବିଧାନସଭା ସମ୍ମୁଖ ଗେଟ୍ ଆଗରେ ହାଇଡ୍ରାମା । କଂଗ୍ରେସ ପରେ ବିଜେଡିର ହାଇଡ୍ରାମା । ବ୍ୟାରିକେଡ୍ ଭାଙ୍ଗିଦେଲେ ବିଜେଡି ଓ କଂଗ୍ରେସ ବିଧାୟକ । ଏପଟେ କଂଗ୍ରେସ ନେତାଙ୍କ ପୋଲିସ ସହିତ ସଂଘର୍ଷ ପରେ ବିଧାନସଭା ଆଗରେ ଧାରା 163 ଜାରି କରାଯାଇଛି ।
Today, 12 out of 14 Congress MLAs, including me, were suspended from the Odisha Assembly. And why? Because we dared to stand up against rising atrocities on women and demand safety and justice.
— Sofia Firdous (@sofiafirdous1) March 25, 2025
Instead of addressing the real issues, the BJP government has chosen to suppress our…
'କଂଗ୍ରେସ ଝୁକେଗା ନେହିଁ'
"ତାଙ୍କ ଚାଲ୍ ଚରିତ୍ର ଧରା ପଡ଼ିଗଲା । ଯାହା କଲେ ବି କଂଗ୍ରେସ ପାର୍ଟି ଝୁକେଗା ନେହିଁ। ଆମ ବିଧାୟକମାନଙ୍କ ସହ କାଲି ଯାହା ହେଲା ତାହା ଇତିହାସର କଳା ପୃଷ୍ଠା ହୋଇ ରହିବ," ବୋଲି ଧାରଣାରେ ବସିଥିବା କଂଗ୍ରେସ ନେତା କହିଛନ୍ତି ।
'ଡବଲ ଇଞ୍ଜିନ୍ ସରକାରର ସିଙ୍ଗଲ୍ କାମ ନାହିଁ'
"ସିଙ୍ଗଲ୍ କାମ କରି ପାରୁନି ଡବଲ ଇଞ୍ଜିନ ସରକାର । ଗୋଟିଏ ଗୃହ କମିଟି ଗଠନ କରିପାରୁନି ବିଜେପି ସରକାର," ଏହା କହିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।
It breaks my heart to see the state of affairs in #Odisha under BJP government. Women and children are being subjected to relentless exploitation and violence, yet the government continues to turn a blind eye. When we demanded a committee in the Assembly to ensure justice and… pic.twitter.com/Ih9YD9VtgE
— Niranjan Patnaik (@NPatnaikOdisha) March 26, 2025
ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ
ଗୃହ କାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ । କଂଗ୍ରେସକୁ ଛାଡ଼ି ଅନ୍ୟ ସମସ୍ତ ଦଳର ସଦସ୍ୟଙ୍କୁ ଡାକିଲେ । ଗୃହକୁ ୩୦ ମିନିଟ୍ ପାଇଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ ।
ଗତକାଲି 12 ବିଧାୟକ ହୋଇଥିଲେ ନିଲମ୍ବିତ-
ଗତକାଲି ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ଫୁଲ୍ ଆଗ୍ରେସିଭ ମୋଡ଼କୁ ଆସିଛି ଦଳ । ବିଧାନସଭା ଭିତରରେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିବା ବେଳେ ବାହାରେ ଦଳର ବରିଷ୍ଠ ନେତା ଏବଂ କର୍ମୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିିଳିଥିଲା । ଏପରି କି କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ମୁଁହାମୁଁହି ସ୍ଥିତି ଉପୁଜିଥିଲା । ବିଧାନସଭା ଭିତରେ ଥିବା ନିଲମ୍ବିତ ବିଧାୟକମାନଙ୍କୁ ଭେଟିବାକୁ ଯିବାବେଳେ ପିସିସି ସଭାପତି ଏବଂ ୪ଜଣ ବରିଷ୍ଠ ନେତାଙ୍କୁ ଗେଟ ସାମ୍ନାରେ ଅଟକାଇଥିଲା ପୋଲିସ ।ବିଧାନସଭା ଚତୁର୍ପାଶ୍ବରେ ୧୬୩ ଧାରା ଜାରି କରାଯାଇଥିଲା ଏବଂ ନିଲମ୍ବିତ ବିଧାୟକମାନଙ୍କୁ ଭେଟିବାକୁ ଅନୁମତି ଦେଇନଥିଲା ପୋଲିସ । ସେପଟେ ଗୃହ ଭିତରେ ନିଲମ୍ବିତ ବିଧାୟକମାନଙ୍କୁ ଉଠାଇବା ପାଇଁ ମାର୍ଶାଲମାନଙ୍କ ସହ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଥିଲା । ଏପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଅଟକ ଅଛନ୍ତି ।
📍 ओडिशा
— Odisha Congress (@INCOdisha) March 26, 2025
बीजेपी सरकार लोकतंत्र की हत्या कर रही है। डरी हुई यह सरकार दमन की सरकार है। इसकी इस तरह की कार्रवाई दिखाती है कि यह सरकार अपराधियों के साथ खड़ी है। हम बिना झुके ओडिशा की जनता, यहां के बहन - बेटियों के अस्मिता की लड़ाई लड़ते रहेंगे।@AjayLalluINC pic.twitter.com/H4AGf3jC26
କାହିିଁକି ନିଲମ୍ବିତ ହେଲେ ୧୨ ଜଣ କଂଗ୍ରେସ ବିଧାୟକ ?
ସୂଚନା ଥାଉ କି ବିଧାନସଭାରେ ଦୀର୍ଘ 13 ଦିନ ହେବ ରାଜ୍ୟରେ ବୃଦ୍ଧି ପାଇଥିବା ମହିଳା ନିର୍ଯାତନା ଅଭିଯୋଗ ଆଣି ପ୍ରତିବାଦ କରୁଛି କଂଗ୍ରେସ । ମହିଳାଙ୍କ ସୁରକ୍ଷା ପାଇଁ ସରକାର ହାଉସ କମିଟି ଗଠନ କରନ୍ତୁ ପ୍ରତିବାଦକୁ ତୀବ୍ର କରି ବିଧାନସଭା ଭିତରେ ଏବଂ ବାହାରେ ଭିନ୍ନଭିନ୍ନ ପନ୍ଥା ଅପଣାଇ ବିରୋଧ କରିଥିଲା ଦଳ । ଏପରି କି ବିଧାନସଭରେ ଘଣ୍ଟ ଘଣ୍ଟା ବଜାଇ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା କଂଗ୍ରେସ । ତେଣୁ ଗତକାଲି ବାଚସ୍ପତି ନିଜ ସ୍ଥାନରେ ଛିଡା ହୋଇ କଂଗ୍ରେସର ସଦସ୍ୟମାନଙ୍କୁ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ।ହେଲେ ପରେ ବାଚସ୍ପତି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ଗୃହରେ ଅଶୋଭନୀୟ ଆଚରଣ ପାଇଁ ୭ଟି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ।