ETV Bharat / state

କଂଗ୍ରେସର 25 ଜଣିଆ ରାଜନୈତିକ ବ୍ୟାପାର କମିଟି; ଦେଖନ୍ତୁ, କାହାକୁ ଟିମରେ ନେଲେ ପିସିସି ସଭାପତି ? - 25 MEMBER CONGRESS COMMITTEE ODISHA

ପ୍ରକାଶ ପାଇଲା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି । ପିସିସିର ରାଜନୈତିକ ବ୍ୟାପାର କମିଟିରେ କାହାକୁ ମିଳିଲା ସ୍ଥାନ ।

PCC President Bhakta Charan Das
PCC President Bhakta Charan Das (ETV Bharat Odisha)
author img

By ETV Bharat Odisha Team

Published : April 16, 2025 at 12:28 PM IST

Updated : April 16, 2025 at 1:24 PM IST

2 Min Read

AICC Odisha Political Affairs Committee ଭୁବନେଶ୍ୱର: ପ୍ରକାଶ ପାଇଲା କଂଗ୍ରେସର ପଲିଟିକାଲ ବ୍ୟାପର କମିଟି । ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ ଏବଂ ସଶକ୍ତ କରିବାକୁ ଭକ୍ତଙ୍କ ପ୍ରୟାସ ଆରମ୍ଭ । ଦଳ ଏବଂ ସଂଗଠନକୁ କ୍ରିୟାଶୀଳ କରିବା, ଜନସାଧାରଣଙ୍କ ପାଖରେ କଂଗ୍ରେସକୁ ପୁନର୍ବାର ଆସ୍ଥାଭାଜନ କରିବା ପାଇଁ ପିସିସି ସଭାପତି ହେବା ପରେ ଭକ୍ତଙ୍କ ପ୍ରଥମ ଭେଟି ହେଉଛି ରାଜନୈତିକ ବ୍ୟାପାର କମିଟି ।

Full list of Political Affairs Committee Odisha ପ୍ରକାଶ ପାଇଲା ଓଡିଶା ପ୍ରଦେଶ ରାଜନୈତିକ ବ୍ୟାପାର କମିଟି । ଏଆଇସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏଆଇସିସି ସଭାପତି ମଳିକାର୍ଜୁନ ଖଗଡେଙ୍କ ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସର ଏକ ୨୫ ଜଣିଆ ପଲଟିକାଲ ଆଫେୟାର୍ସ କମିଟି ତାଲିକା ପ୍ରକାଶ ପାଇଛି ।

ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି-

  • ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ଗଠିତ
  • ପିସିସିର ପ୍ରସ୍ତାବକୁ କଂଗ୍ରେସ ସଭାପତିଙ୍କ ଅନୁମୋଦନ
  • ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ
  • ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ରହିବେ ମୁଖ୍ୟ
  • ଭକ୍ତଚରଣ ଦାସ, ସପ୍ତଗିରି ଉଲାକା ସାମିଲ
  • ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତିମାନେ ସାମିଲ
  • ମୋକିମ, ସସ୍ମିତା ବେହେରା, ବାହିନୀପତି ପ୍ରମୁଖ କମିଟିରେ ସାମିଲ
Congress political affairs committee
Congress political affairs committee (ETV Bharat Odisha)

25 member Congress committee Odisha ପିସିସି ସଭାପତି ଭକ୍ତ ଚରଣ ଦାଶ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଓଡିଶା କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲକା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେଵ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ନଗେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ଅମର ପ୍ରଧାନ, ମହିଳା ନେତ୍ରୀ ସୁଶିଳା ତିରିଆ, ପୂର୍ବତନ ସାଂସଦ ଅନନ୍ତ ସେଠି, ରାମଚନ୍ଦ୍ର ଖୁଣ୍ଟିଆ, ଏଆଇସିସି ନେତା ଶରତ ରାଉତ, ଅସଫ ଅଲି ଖାନ ।

ଏହା ବି ପଢନ୍ତୁ- PCC ସଭାପତିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, ଦଳର ରଣନୀତି ନେଇ ଏମିତି କହିଲେ ଭକ୍ତ ଦାସ... - PCC PRESIDENT INTERVIEW

ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଡ଼ ରାଜେନ ଏକ୍କା ସଦସ୍ୟ ରହିଛନ୍ତି । ସେହିପରି ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ମୋକିମ ସଦସ୍ୟ ରହିଛନ୍ତି।

political affairs committee congress odisha aicc ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ପୂର୍ବତନ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି । ସେହିପରି ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଏବଂ ଏଆଇସିସିର ସମ୍ପାଦକ ଏହି କମିଟିର ସଦସ୍ୟ ରହିଛନ୍ତି । ତେବେ ଏହି କମିଟିରେ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣ ବିଧାୟକ ସ୍ଥାନ ପାଇଛନ୍ତି । ମୋଟାମୋଟି ଭକ୍ତ ସବୁ ବର୍ଗର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଛନ୍ତି ।

Odisha Congress  Bhawan
Odisha Congress Bhawan (ETV Bharat Odisha)

Political Affairs Committee Congress Odisha ଓଡ଼ିଶାରେ ଆଗାମୀ ଦିନରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ସହ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରି ଆଗାମୀ ଦିନରେ ଓଡିଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।

ଏହି ପ୍ରେସ ରିଲିଜ ପାଇଁ ପିସିସି ସଭାପତିଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।

Last Updated : April 16, 2025 at 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.