ETV Bharat / state

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା, ଖୁବଶୀଘ୍ର ଲଗାଯିବାକୁ ନିଷ୍ପତ୍ତି - AI CAMERA IN SRI MANDIR PURI

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ଖୁବଶୀଘ୍ର ଲାଗିବ AI କ୍ୟାମେରା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଭକ୍ତ ଓ ସେବାୟତଙ୍କ ଦାବି ।

ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା
ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 8:48 AM IST

ପୁରୀ: ଶ୍ରୀମନ୍ଦିରରେ ଖୁବଶୀଘ୍ର ଲଗାଯିବ ଅତ୍ୟାଧୁନିକ AI କ୍ୟାମେରା । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି । ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ୧୪ଟି ସ୍ଥାନରେ AI କ୍ୟାମେରା ସ୍ଥାପନ କରାଯିବ । ଯାହାଦ୍ବାରା ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କ ଭିଡ ନିୟନ୍ତ୍ରଣ କରାଯିବା ସହ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ AI କ୍ୟାମେରା ଦ୍ବାରା ପରିଚାଳନା କରାଯିବ । ଏହାକୁ ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବ ଏବଂ ଶ୍ରୀମନ୍ଦିର ଭିତରେ AI କ୍ୟାମେରା ସ୍ଥାପନ କରାଯିବ । ସେପଟେ AI କ୍ୟାମେରା ସ୍ଥାପନକୁ ଭକ୍ତ ଓ ସେବାୟତ ସ୍ବାଗତ କରିଥିବାବେଳେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରାଇବାକୁ ଭକ୍ତ ଓ ସେବାୟତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା (ETV Bharat Odisha)
  • ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା :
    ଅତ୍ୟାଧୁନିକ AI କ୍ୟାମେରା ଦ୍ବାରା ଫୁଟଫଲ କାଉଣ୍ଟିଂ କରାଯିବ । ଶ୍ରୀମନ୍ଦିରକୁ ଦୈନିକ କେତେ ଭକ୍ତ ଆସୁଛନ୍ତି ତାହା ଏହି ଫୁଟଫଲ କାଉଣ୍ଟିଂ ଜରିଆରେ ଜଣାପଡିବ। ସେହିପରି ଶ୍ରୀମନ୍ଦିର ଭିତରକୁ କେହି ଯଦି ବେଆଇନ ଭାବେ ମୋବାଇଲ ନେଉଛି ତା'କୁ ମଧ୍ୟ ଏହି AI କ୍ୟାମେରା ଚିହ୍ନଟ କରିପାରିବ । ଏହି କ୍ୟାମେରା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଭକ୍ତ ଓ ସେବାୟତ ଦାବି କରିଛନ୍ତି । ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ମୁତୟନ କରିବା , ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନକୁ ଠାବ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା, ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଓ୍ବାଚ୍ ଟାଓ୍ବାରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଭକ୍ତ ଓ ସେବାୟତ ମହଲରେ ମତପ୍ରକାଶ ପାଇଛି ।
ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା
ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା (ETV Bharat Odisha)
  • AI କ୍ୟାମେରା ନିଷ୍ପତ୍ତିକୁ ସ୍ବାଗତ:

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି," ଦିନକୁ ଦିନ ଶ୍ରୀମନ୍ଦିରକୁ ଭକ୍ତ ସଂଖ୍ୟା ବଢିବାରେ ଲାଗିଛି । ସୁରକ୍ଷା ଓ ଶୃଙ୍ଖଳା ଦୃଷ୍ଟି କୋଣରୁ ଅତ୍ୟାଧୁନିକ AI କ୍ୟାମେରା ସ୍ଥାପନା ନିଷ୍ପତ୍ତି ସ୍ବାଗତଯୋଗ୍ୟ । ତେବେ ଦୁଃଖର କଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ ମୁତୟନ ପାଇଁ ପୂର୍ବ ସରକାର ଘୋଷଣା କରିଥିବା ବେଳେ ନୂଆ ସରକାର ଏହାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ । AI କ୍ୟାମେରା ଦ୍ଵାରା ଅନେକ ଫାଇଦା ମିଳିବ । କିନ୍ତୁ ଏହାର ଠିକ୍ ଭାବେ ପରିଚାଳନା ହେବା ଦରକାର ।"

  • ବଢୁଛି ତାତି, ପାନୀୟ ଜଳ ବ୍ୟବସ୍ଥା:

ପଶ୍ଚିମବଙ୍ଗରୁ ଆସିଥିବା ଜଣେ ମହିଳା ଭକ୍ତ ସୁଭଦ୍ରା ମାହାତୋ କହିଛନ୍ତି," ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ପ୍ରବଳ ଠେଲାପେଲା ସ୍ଥିତି ସୃଷ୍ଟି ହେଉଛି । ଶୃଙ୍ଖଳା ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇ ପାରିଲେ ଭଲ ହୁଅନ୍ତା । ଏହାଦ୍ଵାରା ବରିଷ୍ଠ ନାଗରିକ, ମହିଳା, ଶିଶୁଙ୍କୁ ଅସୁବିଧା ହେବ ନାହିଁ । ଖରା ବଢ଼ି ଚାଲିଥିବାବେଳେ ଭକ୍ତଙ୍କ ସୁବିଧା ପାଇଁ ଛାଇ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ଶ୍ରୀମନ୍ଦିର ନିକଟରେ ହେବା ଉଚିତ୍ । ପର୍ଯ୍ୟାପ୍ତ ଟଏଲେଟ୍ ବ୍ୟବସ୍ଥା ମଧ୍ୟ ହେବା ଉଚିତ୍ । ଅତ୍ୟାଧୁନିକ AI କ୍ୟାମେରା ବ୍ୟବସ୍ଥା ହେଲେ ବେଶ ଭଲ ହେବ ।"

ଏହା ମଧ୍ୟ ପଢନ୍ତୁ...ସେଲିବ୍ରିଟି କ୍ରିକେଟ୍ ଲିଗ୍ 2025 : ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲା ବେଙ୍ଗଲ ଟାଇଗର - CELEBRITY CRICKET LEAGUE 2025

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ - ORGANIC RICE FOR MAHAPRASAD

ଏହା ମଧ୍ୟ ପଢନ୍ତୁ... ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, କିପରି ଓ କାହିଁକି ହୁଏ ଏହି ଦୁର୍ଲଭ ବେଶ, ଜାଣନ୍ତୁ - GAJA UDDHARANA BESHA

  • ଶ୍ରୀମନ୍ଦିରରେ ଲାଗିବ AI କ୍ୟାମେରା:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,"ଆସନ୍ତା 18 ତାରିଖରେ ଏଆଇ କ୍ୟାମେରା ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ଏହାପରେ ଟେଣ୍ଡର ପାଇଥିବା ସଂସ୍ଥା ଶ୍ରୀମନ୍ଦିର ଭିତରେ ଓ ବାହାରେ AI କ୍ୟାମେରା ଲଗାଇବେ। କେଉଁ ସ୍ଥାନରେ କେତେ ଭକ୍ତଙ୍କ ଭିଡ ରହିଛି, ତାହା ଜଣାପଡ଼ିବ । ଏହାଦ୍ଵାରା ଭିଡକୁ ନିୟନ୍ତ୍ରଣ କରିବାରେ ସହଜ ହେବ। ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତଙ୍କୁ ସୂଚନା ପ୍ରଦାନ ପାଇଁ ସୂଚନା କେନ୍ଦ୍ର ହେବ । ଖୁବଶୀଘ୍ର ଭକ୍ତଙ୍କ ପାଇଁ ଛାଇ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହେବ ।"

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.