ETV Bharat / state

ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଆଇନଜୀବୀଙ୍କ ଉପରେ ଏସିଡ୍‌ ମାଡ ହୋଇଛି । ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଓକିଲ ଗୁରୁତର ।

ACID ATTACK ON LAWYER
ACID ATTACK ON LAWYER (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 10:33 PM IST

ପାରଳାଖେମୁଣ୍ଡି: ଆଇନଜୀବୀଙ୍କୁ ଏସିଡ୍‌ ମାଡ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ସହରରେ । ସହରର ଜଙ୍ଗମ ସାହି ନିବାସୀ ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ । ଆଇନଜୀବୀଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ପାରଳାଖେମୁଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଗଜପତି ଏସପି ଜତିନ୍ଦ୍ରନାଥ ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏସିଡ ମାଡ କରିଥିବା ଦୁର୍ବୃତ୍ତଙ୍କୁ ଅତିଶୀଘ୍ର ଧରାଯିବ, ଏହା ପରେ ଏସିଡ ମାଡର କାରଣ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।

ଆଇନଜୀବୀଙ୍କୁ ଏସିଡ୍‌ ମାଡ଼:

ACID ATTACK ON LAWYER (ETV Bharat Odisha)

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ନିବାସୀ ଆଇନଜୀବୀ ପି.ରାମାରାଓ ନିଜ ଘରେ ଥିବା ବେଳେ ହଠାତ୍ କେହି ଜଣେ ଘର ବାହାରେ କବାଟ ବାଡେଇଥିଲେ । ଆଇନଜୀବୀ ଜଣଙ୍କ କବାଟ ଖୋଲି ସମୟରେ ହଠାତ୍ ସଂପୃକ୍ତ ବ୍ୟକ୍ତି ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ । କେହି କିଛି ବୁଝିବା ପୂର୍ବରୁ ବାହାରେ ବାଇକରେ ଅପକ୍ଷା କରି ରହିଥିବା ବ୍ୟକ୍ତିଙ୍କ ସହ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଇନଜୀବୀଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଆସି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିିତ୍ସା ପରେ ସ୍ଥାନୀୟ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ବିଶେଷ କରି ତାଙ୍କ ୨ଟି ଯାକ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଭାଇଜାକ୍‌ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ପାଖ ପଡେଶୀଙ୍କୁ ପଚରାଉଚରା କରିବା ସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ସେହି ଆଧାରରେ ତଦନ୍ତ କରୁଛି ।

କ'ଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ:

ସ୍ଥାନୀୟ ଲୋକ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହେଲମେଟ ପିନ୍ଧା ୨ ଜଣ ଯୁବକ ଏକ ବାଇକରେ ଆସି ଆଇନଜୀବୀଙ୍କ ଘର ସମ୍ମୁଖରେ ରହିଥିଲେ । ଜଣେ ବ୍ୟକ୍ତି ଆଇନଜୀବୀଙ୍କ ଘରକୁ ଯାଇ କବାଟ ବାଡେଇଥିବା ବେଳେ ଆଉ ଜଣେ ବାଇକ ଷ୍ଟାର୍ଟ କରି ରହିଥିଲା । ଆଇନଜୀବୀ ବାହାରକୁ ଆସିବା କ୍ଷଣି ଦୁର୍ବୃତ୍ତ ଜଣକ ଏସଡି ମାଡ କରି ଦୌଡି ଆସି ବାଇକରେ ବସିଯାଇଥିଲା ଏବଂ ଉଭୟେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇବା ପରେ ପୋଲିସ୍ ଆଇନଜୀବୀଙ୍କ ଘର ଆଖପାଖରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ କରିଛି । ସେଥିରେ ୨ ଜଣ ହେଲମେଟ ପିନ୍ଧା ଯୁବକ ଏକ ବାଇକରେ ଯାଉଥିବା ଦେଖାଯାଉଛି । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ପୋଲିସ ଏହି ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବାକୁ ମନା କରିଦେଇଛି ।

ଦୁର୍ବୃତ୍ତଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍‌:

ପାରଳାଖେମୁଣ୍ଡି ସହର ତଥା ଗଜପତି ଜିଲ୍ଲାରେ ଏହା ପ୍ରଥମ ଘଟଣା । ତେଣୁ ସ୍ଥାନୀୟ ଲୋକେ ଏହାକୁ ନେଇ ଯେତିକି ଚର୍ଚ୍ଚା କରୁଛନ୍ତି ତା’ ଠାରୁ ଅଧିକ ଚିନ୍ତା ପ୍ରକଟ କରିଛନ୍ତି । ପୋଲିସ ମଧ୍ୟ ଘଟଣାକୁ ଅତି ଗୁରୁତ୍ବର ସହ ନେଇଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଗଜପତି ଏସପି ଜତିନ୍ଦ୍ର ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅପରାଧୀ ଯେପରି ଖସି ନଯାଏ ସେଥିପାଇଁ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଯାଞ୍ଚ କଡାକଡି କରାଯାଇଛି । ଅତିଶୀଘ୍ର ଅପରାଧୀମାନେ ଧରାପଡିବେ । ଅପରାଧୀ ଧରାପଡିବା ପରେ ଘଟଣାର କାରଣ ଷ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅପରାଧୀଙ୍କ ଚରାଭୂଇଁ ପାଲଟିଛି କି ଭୁବନେଶ୍ୱର ? ଥମୁନି ଅପରାଧ, ବଢୁଛି ଆତଙ୍କ

ଏହା ମଧ୍ୟ ପଢ଼ନ୍ତୁ...ପାର୍ବଣରେ ଆକ୍ସନମୋଡରେ ଅନୁଗୋଳ ପୋଲିସ, ପାଟ୍ରୋଲିଂ ଓ ପ୍ଲାଗମାର୍ଚ୍ଚ ସହ ଧରପକଡ଼

ସିସିଟିଭି ଫୁଟେଜ ଆଧାରରେ ପୋଲିସ ତର୍ଜମା:

ଏନେଇ ଗଜପତି ଏସପି ଜତିନ୍ଦ୍ର ପଣ୍ଡା କହିଛନ୍ତି, "ପାରଳାଖେମୁଣ୍ଡିର ଆଇନଜୀବୀ ପି. ରାମାରାଓଙ୍କ ଉପରକୁ ଏସିଡ଼୍‌ ଫିଙ୍ଗା ଯାଇଛି । କିଛି ସିସିଟିଭି ଫୁଟେଜ ଆମର ହସ୍ତଗତ ହୋଇଛି । ସେହି ଆଧାରରେ ଆମେ ତର୍ଜମା କରୁଛୁ । ଖୁବଶୀଘ୍ର ଆମେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିବୁ । ଏବାବଦରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତୃତ୍ବରେ ସେ ଟିମ୍‌ କାମ କରୁଛି । ଏ ଘଟଣା କାହିଁକି ଘଟିଲା ସେନେଇ ସବୁ ଦିଗକୁ ଆମେ ତର୍ଜମା କରୁଛୁ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.