ETV Bharat / state

ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା, ତିନି ବର୍ଷରେ ଗଲାଣି 491 ଜୀବନ - PURI ACCIDENT CASES RISE

ପର୍ଯ୍ୟଟନ ସହର ପୁରୀରେ ବଢ଼ି ଚାଲିଛି ଦୁର୍ଘଟଣା। ଜାତୀୟ ରାଜପଥ ହେଉକି ଗଳିକନ୍ଦି ସବୁଠି ବଡ ବଡ ଖାଲ ।

ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା
ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା (ETV Bharat)
author img

By ETV Bharat Odisha Team

Published : April 3, 2025 at 6:01 PM IST

Updated : April 4, 2025 at 2:08 PM IST

4 Min Read

ପୁରୀ: ତ୍ରୁଟିପୂର୍ଣ୍ଣ ରାସ୍ତା ନେଉଛି ମୁଣ୍ଡ । ପର୍ଯ୍ୟଟନ ସହର ପୁରୀରେ ବଢ଼ି ଚାଲିଛି ଦୁର୍ଘଟଣା। ଗତ ତିନିବର୍ଷ ଭିତରେ ସଡ଼କ ଦୁର୍ଘଟଣାରେ ୪୯୧ ଜଣଙ୍କ ମୃତ୍ୟୁ ହୋଇଛି। ‘‘ପୁରୀ, ଭୁବନେଶ୍ଵର ଓ କଟକକୁ ନେଇ ସରକାର ଯେଉଁ ଟ୍ରିପଲ ସିଟି ପରିକଳ୍ପନା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଏଥି ପାଇଁ ରାସ୍ତା ଘାଟର ଉନ୍ନତି ହେବା ଦରକାର। ଜାତୀୟ ରାଜପଥ ଗୁଡ଼ିକ ସମ୍ପ୍ରସାରଣ ହେବା ଦରକାର। ଜାତୀୟ ରାଜପଥ ହେଉକି ଗଳିକନ୍ଦି ସବୁଠି ବଡ ବଡ ଖାଲ । ରାସ୍ତାର ସଠିକ୍ ଭାବରେ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଖାଲଖମାରେ ଭର୍ତ୍ତି ହୋଇଛି। ଜାତୀୟ ରାଜପଥ ଗୁଡ଼ିକରେ ସୂଚନା ଫଳକ ନାହିଁ। ଅନେକ ରାସ୍ତା ବଙ୍କା ରହିଥିବାରୁ ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଚି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ପୁରୀ ସାତପଡ଼ା ରାସ୍ତା। ହେଲେ ଜାତୀୟ ରାଜପଥର ନିୟମ ଏଠାରେ ନାହିଁ’’ ବୋଲି ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୁରୀରେ ବଢୁଛି ଦୁର୍ଘଟଣା
ପୁରୀରେ ବଢୁଛି ଦୁର୍ଘଟଣା (ETV Bharat)

ଜାତୀୟ ରାଜପଥରେ ତ୍ରୁଟିପୂର୍ଣ୍ଣ ନିର୍ମାଣ, ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଗୁଡିକ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହେଉଛନ୍ତି। ବିଶ୍ବ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ସଡ଼କ ଦୁର୍ଘଟଣା ଏବେ ଚିନ୍ତାର ବିଷୟ ହୋଇଛି।‌ ସଡକ ଦୁର୍ଘଟଣାକୁ କିଭଳି ହ୍ରାସ କରାଯାଇପାରିବ ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଏନ୍ ଏଚ୍ ଆଇ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୁରୀରେ ବଢୁଛି ଦୁର୍ଘଟଣା (ETV Bharat)
  • ମରଣଯନ୍ତା ପାଲଟିଛି ପୁରୀ ରାସ୍ତା Accident Cases in Puri

ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ ଏବଂ ପୁରୀ-ସାତପଡ଼ା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକଙ୍କ ଅମୂଲ୍ୟ ଜୀବନ ଚାଲି ଯାଉଛି‌। ଜାତୀୟ ରାଜପଥରେ ବ୍ୟାପକ ତ୍ରୁଟିପୂର୍ଣ୍ଣ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ନହେବା ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ସେହିପରି ପୁରୀ ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର ରାସ୍ତା ଗୁଡ଼ିକ ମଧ୍ୟ ମରାମତି କରାଯାଉନଥିବାରୁ ରାସ୍ତା ଗୁଡ଼ିକରେ ଖାଲ ସୃଷ୍ଟି ହୋଇ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ପୁରୀକୁ ଦିନକୁ ଦିନ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ସଡ଼କ ଦୁର୍ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ରାସ୍ତାଘାଟର ମରାମତି, ସମ୍ପ୍ରସାରଣ କାର୍ଯ୍ୟ କରାଯାଉନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।

ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା
ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା (ETV Bharat)
  • ପୁରୀ ସହରର ରାସ୍ତା ମରାମତି ଦାବି Puri road problem
ପୁରୀରେ ବଢୁଛି ଦୁର୍ଘଟଣା
ପୁରୀରେ ବଢୁଛି ଦୁର୍ଘଟଣା (ETV Bharat)

ବୁଦ୍ଧିଜୀବୀ ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ‘‘ପୁରୀ, ଭୁବନେଶ୍ଵର ଓ କଟକ କୁ ନେଇ ସରକାର ଯେଉଁ ଟ୍ରିପଲ ସିଟି ପରିକଳ୍ପନା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ସରକାର ଅନେକ ବିକାଶ କାର୍ଯ୍ୟ କରିବାକୁ ଚିନ୍ତାଧାରା ରଖିଛନ୍ତି। ତାହା ସ୍ବାଗତଯୋଗ୍ୟ। ତେବେ ଏଥି ପାଇଁ ରାସ୍ତା ଘାଟର ଉନ୍ନତି ହେବା ଦରକାର। ଜାତୀୟ ରାଜପଥ ଗୁଡ଼ିକ ସମ୍ପ୍ରସାରଣ ହେବା ଦରକାର। ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ଭକ୍ତ ଆସୁଛନ୍ତି। ଏଣୁ ପୁରୀ ସହର ଭିତରେ ଥିବା ରାସ୍ତା ଗୁଡ଼ିକ ସଠିକ୍ ଭାବରେ ମରାମତି ହେବା ଦରକାର। ଅନେକ ସ୍ଥାନରେ ରାସ୍ତାରେ ଖାଲ ରହିଛି। ଜାତୀୟ ରାଜପଥରେ ବି ଅନେକ ସ୍ଥାନରେ ଖାଲଖମା ରହିଛି। ସଠିକ୍ ଭାବରେ ରକ୍ଷଣା ବେକ୍ଷଣ କରାଯାଉନାହିଁ। ଏହା ଉପରେ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବା ଦରକାର। ଜାତୀୟ ରାଜପଥ ପଥରେ ଅନେକ ସ୍ଥାନରେ ବୁଲାଣି ଥିବା ବେଳେ କିଛି ସ୍ଥାନରେ ସ୍ପିଡ ବ୍ରେକର ରହିଛି। ଏ ନେଇ ରାସ୍ତାରେ କୌଣସି ସୂଚନା ଫଳକ ନାହିଁ। ଫଳରେ ବାହାରୁ ଆସୁଥିବା ଲୋକ ମାନେ ଜାଣିନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହା ଦ୍ଵାରା ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଲୋକଙ୍କ ଜୀବନ ସୁରକ୍ଷା ହୋଇ ପାରିବ। ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଜୋରିମାନା ହେବା ଦରକାର। ଏହା ଦ୍ଵାରା ଲୋକଙ୍କ ଭିତରେ ସଡକ ସୁରକ୍ଷା ନେଇ ସଚେତନତା ସୃଷ୍ଟି ହେବା ସହ ସଡକ ଦୁର୍ଘଟଣା କମା ଯାଇପାରିବ’’।

ପୁରୀରେ ବଢୁଛି ଦୁର୍ଘଟଣା
ପୁରୀରେ ବଢୁଛି ଦୁର୍ଘଟଣା (ETV Bharat)

ଜାତୀୟ ରାଜପଥରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ରାତିରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ନରହିବା, ରାସ୍ତା ଗୁଡ଼ିକରେ ସୂଚନା ଫଳକ ନରହିବା, ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ପୁରୀ-ଭୁବନେଶ୍ବର, ପୁରୀ-ସାତପଡା ଏବଂ ପୁରୀ-କୋଣାର୍କ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ସେହିପରି ପୁରୀ ସହରାଞ୍ଚଳରେ ପୂର୍ତ୍ତ ବିଭାଗ ରାସ୍ତା ଗୁଡ଼ିକ ନିୟମିତ ଭାବରେ ମରାମତି ନହେବା ଏବଂ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଗୁଡିକ ସଠିକ୍ ଭାବରେ ମରାମତି ନହେବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟି ଅନେକ ପର୍ଯ୍ୟଟକଙ୍କର ଅକାଳରେ ମୃତ୍ୟୁ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଣୁ ରାଜ୍ୟ ସରକାର ପୁରୀରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ତୁରନ୍ତ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ।

ପୁରୀରେ ବଢୁଛି ଦୁର୍ଘଟଣା
ପୁରୀରେ ବଢୁଛି ଦୁର୍ଘଟଣା (ETV Bharat)

ବୁଦ୍ଧିଜୀବୀ ଶରତ ରାୟଗୁରୁ କହିଛନ୍ତି, ‘‘ପୁରୀକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ଅଧିକ ଗାଡ଼ି ଆଗମନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ରାସ୍ତା କିନ୍ତୁ ସମ୍ପ୍ରସାରଣ ହେଉନାହିଁ। ଫଳରେ ଦୁର୍ଘଟଣା ବଢୁଛି। କାହିଁକି ଦୁର୍ଘଟଣା ବଢୁଛି ଏହାର ନିରାକରଣ ପାଇଁ ଏକ ଭିଜନ ନେଇ ପ୍ରଶାସନ କାର୍ଯ୍ୟ କରିବା ଉଚିତ୍। ପୁରୀ ସହର ଭିତରେ ରାସ୍ତା ଘାଟ ଶୋଚନୀୟ ଅବସ୍ଥାରେ ରହିଛି। ପ୍ରତିଦିନ ଦୁର୍ଘଟଣା ହେଉଛି। ରାସ୍ତା ଗୁଡ଼ିକ ଖାଲଖମା ଥିବା ବେଳେ ଏହାର ମରାମତି ହେଉନାହିଁ। ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ଚାଲିଛି । ରାସ୍ତା ଗୁଡିକୁ ଜବର ଦଖଲ ଉଚ୍ଛେଦ କରାଯାଇ ରାସ୍ତା ଚଉଡା କରାଯାଉ। ଗାଡ଼ି ପରିଚାଳନା ପାଇଁ ପ୍ରଶାସନ ଏକ ମାର୍ଗ ଦର୍ଶିକା କରିବା ଉଚିତ୍। ଏହା ଦ୍ଵାରା ଦୁର୍ଘଟଣା ଉପରେ ରୋକ ଲାଗି ପାରିବ। ଜାତୀୟ ରାଜପଥ ଗୁଡ଼ିକ ରେ ସୂଚନା ଫଳକ ନାହିଁ। ଅନେକ ରାସ୍ତା ବଙ୍କା ରହିଥିବାରୁ ତ୍ରୁଟି ନିର୍ମାଣ ପାଇଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ପୁରୀ ସାତପଡ଼ା ରାସ୍ତା। ଏହା କେବଳ ନାମକୁ ମାତ୍ର ଜାତୀୟ ରାଜପଥ। ହେଲେ ଜାତୀୟ ରାଜପଥ ର ନିୟମ ଏଠାରେ ନାହିଁ। ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ନେଇ ସମୀକ୍ଷା କରି ରାସ୍ତା ଘାଟର ଉନ୍ନତି କରିଲେ ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଯାଇପାରିବ’’।

ତିନି ବର୍ଷରେ ପୁରୀରେ ଦୁର୍ଘଟଣା Puri accidents case study

  • ସରକାରୀ ତଥ୍ୟ ମୁତାବକ ଗତ ତିନି ବର୍ଷରେ ପୁରୀ ଜିଲ୍ଲାରେ ୧୫୪୨ଟି ଦୁର୍ଘଟଣାରେ ୪୯୧ ଜଣଙ୍କ ମୃତ୍ୟୁ ହୋଇଛି।
  • ୨୦୨୨ ରେ ୪୬୮ଟି ଦୁର୍ଘଟଣାରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭୨ ଜଣ ଆହତ ।
  • ୨୦୨୩ ରେ ୫୧୬ ଟି ଦୁର୍ଘଟଣାରେ ୧୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩୦ ଜଣ ଆହତ।
  • ୨୦୨୪ ରେ ୫୫୮ ଟି ଦୁର୍ଘଟଣାରେ ୧୭୧ ଜଣଙ୍କର ମୃତ୍ୟୁ ଏବଂ ୪୯୫ ଜଣ ଆହତ ।

ସଡକ ଦୁର୍ଘଟଣାକୁ ରୋକିବା ଏବଂ ସଡକ ଦୁର୍ଘଟଣା ସଚେତନତା କରିବା ନିମନ୍ତେ ୨୦୨୫ ରେ ସରକାରଙ୍କ ପକ୍ଷରୁ ୬ଲକ୍ଷ ୧୦ ହଜାର ଟଙ୍କା ପୁରୀ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା। ତେବେ ଲକ୍ଷାଧିକ ଟଙ୍କା ସଚେତନତା ନିମନ୍ତେ ମିଳିଥିଲେ ମଧ୍ୟ ସଡ଼କ ସୁରକ୍ଷା ନେଇ ପ୍ରଶାସନିକ କାର୍ଯ୍ୟ ଶୂନ। ପୁରୀ ଏକ ଧାର୍ମିକ ଏବଂ ବିଶ୍ବ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏଠାକୁ ବିଭିନ୍ନ ଦେଶ ବିଦେଶରୁ ଯାତ୍ରୀମାନେ ଭ୍ରମଣରେ ଆସୁଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ସଡ଼କ ସୁରକ୍ଷା ସଚେତନତା କେବଳ ଫାଇଲ୍ ଚାଷରେ ସୀମିତ ରହିଯାଇଥିବା ଅଭିଯୋଗ ହୋଇଛି।

ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ‘‘ବିଭିନ୍ନ ରାସ୍ତା ଗୁଡ଼ିକର ସମ୍ପ୍ରସାରଣ କାର୍ଯ୍ୟ ଚାଲିଚି। ଜାତୀୟ ରାଜପଥ କୁ 6 ଲେନ କରାଯାଉଛି। କେବଳ ଜାତୀୟ ରାଜପଥ ନୁହେଁ ପୁରୀ ସହର ଭିତରେ ଥିବା ରାସ୍ତା ଗୁଡ଼ିକ ଉନ୍ନତି କରଣ କିଭଳି ହେବ ସେ ନେଇ ଖସଡ଼ା ପ୍ରସ୍ତୁତ କରାଯିବ। ପୁରୀ ଭୁବନେଶ୍ବର ମଧ୍ୟରେ ରାସ୍ତାର ଉନ୍ନତି ହୋଇଚି। ଅନ୍ୟ ପର୍ଯ୍ୟଟନସ୍ଥଳୀ କୁ ମଧ୍ୟ ରାସ୍ତା ଉନ୍ନତି କରଣ ପାଇଁ ସରକାରଙ୍କ ଯୋଜନା ଅଛି। ଆଗାମୀ ଦିନରେ ଏହାର କାର୍ଯ୍ୟ ଖୁବ୍ ଶୀଘ୍ର ହେବ। ସଡକ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ରାସ୍ତାରେ କ୍ୟାମେରା ଲଗାଯାଇଛି। ପୁରୀ ସହର ଭିତରେ ମଧ୍ୟ କ୍ୟାମେରା ରହିଛି। ଏଣୁ କ୍ୟାମେରାକୁ ଅନୁଧ୍ୟାନ କରାଯାଇ ସଡକ ସୁରକ୍ଷା ପାଇଁ କାର୍ଯ୍ୟ କରାଯାଉଛି। ବିଭିନ୍ନ ସ୍ଥାନରେ ମଧ୍ୟ ଚେକ୍ କରାଯାଇ ନିୟମ ଉଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି’’।

ଇଟିଭି ଭାରତ, ପୁରୀ

ଏହା ମଧ୍ୟ ପଢନ୍ତୁ ‘ଓଡ଼ିଶାରେ ମାଓ ଗତିବିଧି ହ୍ରାସ’, ସମ୍ବଲପୁରରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ DGP

ଏହା ମଧ୍ୟ ପଢନ୍ତୁ ହାତୀଛୁଆର ଏକୋଶିଆ ପାଳିଲେ ଗ୍ରାମବାସୀ, ଭଜନ କୀର୍ତ୍ତନ ସାଙ୍ଗକୁ ଜମିଲା ଭୋଜିଭାତର ଆସର

Last Updated : April 4, 2025 at 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.