ETV Bharat / state

ଗଛ ମଣିଷ ଗୁଣ୍ଠିରାମ, ଏକ ଲକ୍ଷରୁ ଊର୍ଦ୍ଧ୍ବ ଗଛ ଲଗେଇଛନ୍ତି ଦିନ ମଜୁରିଆ - TREE MAN OF JAJPUR

40 ବର୍ଷ ଧରି ବିଭିନ୍ନ ସରକାରୀ ଜାଗାରେ ଗଛ ଲଗେଇବା ଆରମ୍ଭ କରିଛନ୍ତି ଯାଜପୁର ଜିଲ୍ଲା ଉଆସାହି ଗାଁର ଦିନ ମଜୁରିଆ ଗୁଣ୍ଠିରାମ ଜେନା ।

ଗଛ ମଣିଷ ଗୁଣ୍ଠିରାମ
ଗଛ ମଣିଷ ଗୁଣ୍ଠିରାମ (ETV Bharat)
author img

By ETV Bharat Odisha Team

Published : April 13, 2025 at 4:45 PM IST

6 Min Read

Daily wage worker became tree man ଯାଜପୁର: ରାତି ପାହିଲେ ଖଟିଲେ ଖାଇବୁ । ଯେଉଁଦିନ କାମ ନାହିଁ ସେଦିନ ପେଟକୁ ଦାନା ନାହିଁ । ଏ ହେଉଛି ଦିନ ମଜୁରିଆ ଗୁଣ୍ଠିରାମ ଜେନାଙ୍କ ନିତିଦିନିଆ କାହାଣୀ । କିନ୍ତୁ ତିନି ପ୍ରାଣୀଙ୍କ ପେଟ କଥା ବୁଝୁଥିବା ଗୁଣ୍ଠିରାମଙ୍କ ଅଧା ଜୀବନ ଗଛ ପାଇଁ ବିତିଗଲାଣି । ପରିବାରର ତିନି ପ୍ରାଣୀ ନୁହେଁ ଗଛ କଥା ବୁଝିବା ପାଇଁ ମୂଲ ଲାଗନ୍ତି ଗୁଣ୍ଠିରାମ । ଗଛ ମୋର ଜୀବନ, ଗଛର ସୁରକ୍ଷା ପାଇଁ ଜୀବନରେ ଯେତେ ବି କଷ୍ଟ ଆସୁ କେବେ ବି ପଛ ଘୁଞ୍ଚା ଦେବି ନାହିଁ ବୋଲି ସଂକଳ୍ପ କରିସାରିଲେଣି । ‘‘ମୁଁ ରେଡ଼ିଓରୁ ଶୁଣିଥିଲି ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ କାଟିବା ଯୋଗୁଁ ପରିବେଶ ନଷ୍ଟ ହେଉଛି । ଯାହାକୁ ଶୁଣି ମୁଁ ବିଭିନ୍ନ ସ୍ଥାନରେ ଗଛ ଲଗେଇବା ଆରମ୍ଭ କଲି । ମୁଁ ନିଜ ଟଙ୍କାରେ କିଛି ଗଛ କିଣେ ଆଉ ଗାଁ ଗଣ୍ଡାରୁ କିଛି ଗଛ ସଂଗ୍ରହ କରେ । କେହି ମୋତେ ସାହାଯ୍ୟ କରନ୍ତି ନାହିଁ କେବଳ ଭଗବାନଙ୍କ ସାହାରାରେ ଗଛ ଲଗେଇବା ମୋର ପ୍ରୟାସ । ଗଛ ମୋର ଜୀବନ ମୁଁ ଗଛ ଲଗେଇବାରେ ହଜିଯାଏ । ମୁଁ ମୂଲ ଲାଗେ ସେଥିରୁ ଯେଉଁ ରୋଜଗାର ହୁଏ ଟିକେ ବଂଚେଇକି ଗଛ କିଣି ଲଗାଏ’’ । ଏ ହେଉଛି ଗୁଣ୍ଠିରାମଙ୍କ ଗଛ ପ୍ରତି ଥିବା ଅନାବିଳ ପ୍ରେମ କଥା ।

ଗଛ ମଣିଷ ଗୁଣ୍ଠିରାମ (ETV Bharat)
  • ଗଛ ମଣିଷ ଗୁଣ୍ଠିରାମ Tree man Gunthiram

ଏଭଳି ମାନସିକତା ରଖି 20 ବର୍ଷ ବୟସରୁ ବିଭିନ୍ନ ସରକାରୀ ଜାଗାରେ ଗଛ ଲଗେଇବା ଆରମ୍ଭ କରିଥିଲେ ଯାଜପୁର ଜିଲ୍ଲା ବାସୁଦେବପୁର ପଂଚାୟତ ଉଆସାହି ଗାଁର ଗୁଣ୍ଠିରାମ ଜେନା । ଗୁଣ୍ଠିରାମଙ୍କୁ ଏବେ ପାଖାପାଖି 60 ବର୍ଷ । ସେ ଆଜକୁ 40 ବର୍ଷ ହେବ ସମାଜକୁ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରକାର ଗଛ ଲଗାଉଛନ୍ତି । ତେବେ ଏହି 40 ବର୍ଷ ମଧ୍ୟରେ ବିଭିନ୍ନ ପଂଚାୟତର ଗାଁ ଗଣ୍ଡାରେ ଥିବା ସରକାରୀ ଓ ପତିତ ଜାଗାରେ ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗେଇ ସବୁଜିମା କରି ପାରିଛନ୍ତି ଗୁଣ୍ଠିରାମ । ଏବେ ଗୁଣ୍ଡିରାମ ସାରା ଜିଲ୍ଲାରେ ଗଛ ମଣିଷ ନାମରେ ପରିଚିତ । ଗୋଟେ ପଟେ ଗୁଣ୍ଠିରାମ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ ଗତି କରୁଥିବା ସମୟରେ ଅନ୍ୟପଟେ କୌଣସି ସରକାରୀ ସହାୟତା ନପାଇ ନିଜସ୍ୱ ଖର୍ଚ୍ଚରେ ଗଛ ଲଗେଇ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଗଛ ମଣିଷ ଗୁଣ୍ଠିରାମ
ଗଛ ମଣିଷ ଗୁଣ୍ଠିରାମ (ETV Bharat)

ଯାଜପୁର ଜିଲ୍ଲା ବାସୁଦେବପୁର ପଂଚାୟତ ଉଆସାହି ଗାଁରେ ଗୁଣ୍ଠିରାମ ଜେନାଙ୍କ ଘର । ଘର କହିଲେ ଏକ ଝାଟିମାଟିର କୁଡ଼ିଆ । ଏହି ଘରେ ଗୁଣ୍ଠିରାମଙ୍କ ଝିଅ ଓ ପତ୍ନୀ ଦୀର୍ଘ ଦିନ ଧରି ରହି ଆସୁଛନ୍ତି । ଗୁଣ୍ଠିରାମ ଜଣେ ଦିନ ମଜୁରିଆ ହେଇଥିବାରୁ ପ୍ରତ୍ୟେକ ଦିନ ମୂଳ ଲାଗି ଯେତିକି ଟଙ୍କା ରୋଜଗାର କରନ୍ତି ନିଜ ପରିବାରକୁ ଚଲେଇବା ସହିତ ସେଥିରୁ କିଛି ଟଙ୍କା ବାହାର କରି ଗଛ ଲଗେଇବାରେ ଲଗାନ୍ତି । ନିଜର କର୍ମ ବୋଲି ଭାବି ଗୁଣ୍ଠିରାମ ପ୍ରତ୍ୟେକ ଦିନ ମୂଲ ଲାଗିବାକୁ ଯିବା ପୂର୍ବରୁ ସଖାଳୁ ଉଠି ସ୍ଥିର କରିଥିବା ସରକାରୀ ଜାଗାରେ ଗଛ ଲଗେଇବାକୁ ସାଙ୍ଗରେ ଖତ,ଗଛ ଓ କୋଦାଳ ନେଇ ବାହାରି ପଡନ୍ତି । ଏଭଳି ଆଜକୁ 40 ବର୍ଷ ହେବ ଏହି କାର୍ଯ୍ୟ କରିଆସୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କୌଣସି ସରକାରୀ ସହାୟତା ନପାଇ ମଧ୍ୟ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଉଦେଶ୍ୟରେ ଗୁଣ୍ଠିରାମ ନିଜସ୍ୱ ଖର୍ଚ୍ଚରେ ଗଛ ଲଗାଉଛନ୍ତି । ଖାଲି ନିଜ ପଂଚାୟତ ବାସୁଦେବପୁର ନୁହେଁ ଗୁଣ୍ଠିରାମ ଜିଲ୍ଲାର ମାର୍କଣ୍ଡପୁର, ଶିମିଳିଆ ଓ ବିଚିତ୍ରପୁର ପଂଚାୟତରେ ହଜାର ହଜାର ଗଛ ଲଗେଇ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି । ବିଶେଷ ଭାବରେ ଗାଁ ପୋଖରୀ କଡ଼,ରାସ୍ତା କଡ଼ ଓ ବଡ଼ବଡ଼ ପଡିଆର ଚାରିପଟେ ଓସ୍ତ, ବର,ଲିମ୍ବ,ଆମ୍ଭ,ଚାକୁଣ୍ଡା ଗଛ ଲଗାଇଥିବା ଦେଖିବାକୁ ମିଳିଛି ।

ଗଛ ମଣିଷ ଗୁଣ୍ଠିରାମ
ଗଛ ମଣିଷ ଗୁଣ୍ଠିରାମ (ETV Bharat)
  • ଛାତ ଖଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି ଗଛ ମଣିଷ Tree man of Jajpur

1999 ମସିହା ବାତ୍ୟାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ଯାଇଥିବା ସ୍ଥାନରେ ଗଛ ଲଗେଇ ବଡ଼ କରି ପାରିଛନ୍ତି ଗୁଣ୍ଠିରାମ । ଗୋଟେ ପଟେ ସମାଜର ସୁରକ୍ଷା ପାଇଁ ଗୁଣ୍ଠିରାମ ଏଭଳି ମହତ କାର୍ଯ୍ୟ କରୁଥୁବା ବେଳେ ଅନ୍ୟପଟେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି ସମ୍ପୂର୍ଣ୍ଣ ପରିବାର । ଗୁଣ୍ଠିରାମଙ୍କ ପରିବାର ପାଖରେ ରହିବା ପାଇଁ ନାଁ ଅଛି ଭଲ ଘର ନା ଚଳିବା ପାଇଁ ଅର୍ଥ । ଗୁଣ୍ଠିରାମ ବହୁ କଷ୍ଟରେ ଗୋଟେ ଝିଅକୁ ବାହାଘର କରିବା ପରେ ଅର୍ଥ ଅଭାବ ଯୋଗୁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର । ଏକ ଆବାସ ଘର ପାଇଁ ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲା ପରେ ବି ପ୍ରଶାସନ ପକ୍ଷରୁ ଘର ଟିଏ ନ ମିଳିବାରୁ କ୍ଷୁବ୍ଧ ପ୍ରକାଶ କରିଛନ୍ତି ଗୁଣ୍ଠିରାମଙ୍କ ପରିବାର । ସେପଟେ ଗଛ ଲଗାଇବାର କାରଣ କହିଛନ୍ତି ଗୁଣ୍ଠିରାମ । ତାଙ୍କୁ ଯେତେବେଳେ 20 ବର୍ଷ ହେଇଥିଲା ସବୁବେଳେ ରେଡ଼ିଓ ଶୁଣିବାକୁ ଭଲ ପାଆନ୍ତି ।

ଗଛ ମଣିଷ ଗୁଣ୍ଠିରାମ
ଗଛ ମଣିଷ ଗୁଣ୍ଠିରାମ (ETV Bharat)

ଗୁଣ୍ଠିରାମ କୁହନ୍ତି ‘‘ମୁଁ ଶିମିଳିଆ, ବାସୁଦେବପୁର,ମାର୍କଣ୍ଡପୁର ଓ ବିଚିତ୍ରପୁର ପଂଚାୟତରେ ଗଛ ଲଗେଇବା ଆରମ୍ଭ କଲି । ସରକାର ମୋତେ ଘର ଖଣ୍ଡେ ଦେଲେ ନାହିଁ ଚାଳଛପର ଘରେ ପାଲ ଟାଙ୍ଗି ରହୁଛି । ଯେତେ କଷ୍ଟ ହେଲେବି ମୋର ନିଶା ହେଉଛି ଗଛ ଲଗେଇବା । ମୁଁ ପ୍ରତ୍ୟେକ ବର୍ଷ କିଛି ଗଛ କିଣିକି ଲଗାଏ। ସରକାର ଗଛ ଲଗେଇବାକୁ ମୋତେ କିଛି ସହାୟତା ଦେଇନାହାନ୍ତି । ମୁଁ ଭୋରୁ ଉଠି ଆଗେ ଯେଉଁଠି ଗଛ ଲଗେଇଥାଏ କେମିତି ଗଛ ଅଛି ଦେଖେ । ତାପରେ କାମକୁ ପଳାଏ ପରେ ଆସି ସନ୍ଧ୍ୟା ପର୍ଯ୍ୟନ୍ତ କେଉଁଠି ଗଛ ଲାଗିବ ଓ ଲାଗିଥିବା ଗଛ କେମିତି ଅଛି ଅନୁଧ୍ୟାନ କରେ । ମୋର ତିନୋଟି ଝିଅ ଗୋଟିଏ ଝିଅ ବାହାଘର କରିଛି ଆହୁରି ଦୁଇଟି ଝିଅ ବହୁତ ଦୁଃଖ କଷ୍ଟ ଚଳୁଛି । କିନ୍ତୁ ମୋର ଗୋଟିଏ ଲକ୍ଷ୍ୟ କିଭଳି ଗ୍ରାମାଞ୍ଚଳଜୁ ସବୁଜିମା କରିବି । ହଟିକଲଚରରୁ କିଛି ଗଛ କିଣେ ଆଉ କିଛି ଗଛ ସଂଗ୍ରହ କରି ଲଗାଏ । ମୁଁ 1 କିଲୋମିଟର ପାଣି ବୋହିକି ଗଛ ବଂଚେଇଛି । ଯେଉଁ ସ୍ଥାନକୁ ଯାଇ ନପାରେ ବାଟୁଳିଖଡାରେ ଗଛ ମଞ୍ଜି ବାରି ଜଙ୍ଗଲ ସୃଷ୍ଟି କରିବାକୁ ଚେଷ୍ଟା କରେ ’’। ପରିବେଶ ଯେଭଳି ପରିସ୍ଥିତି ହେଲାଣି ସମସ୍ତେ ଗଛ ଲଗେଇବାକୁ ଗୁଣ୍ଠିରାମ ନିବେଦନ କରିଛନ୍ତି’’ ।

ସେପଟେ ଗୁଣ୍ଠିରାମଙ୍କ ପତ୍ନୀ ତୁଳସୀ ଜେନା କହିଛନ୍ତି ‘‘ଆମର ପରିସ୍ଥିତି ପୁରା ଖରାପ । ଘର ନାହିଁ ଦ୍ୱାର ନାହିଁ ସ୍ୱାମୀ ତ ଏମିତି ଗଛ ଲଗେଇବାରେ ସମୟ ବିତେଇ ଦେଲେ ଧନ୍ଦା କିଛି କଲେନାହିଁ ଖାଲି ଗଛ ଲଗେଇବାରେ ଜୀବନ ଗଲା । ଯାହାତ ରୋଜଗାର କଲେ ଖାଲି ଗଛ ଲଗେଇବାରେ ଖର୍ଚ୍ଚ କଲେ । ଯାହା ରୋଜଗାର କଲେ ସେଥିରୁ ଆମକୁ କିଛି ଦେଇ ଗଛ ଲଗେଇଲେ । ଆମେ ଚଳିପାରୁନାହୁଁ ବହୁତ କଷ୍ଟରେ ଚଳୁଛୁ । କିଛି ସରକାରୀ ସହାୟତା ମିଳିନାହିଁ ଆମେ ଭଙ୍ଗା ଘରେ ପଡିକି ରହିଛୁ । ସ୍ୱାମୀ ଗଛ ଲଗେଇ ଅନ୍ୟମାନେ ବିଲ କରି ଖାଇଦେଲେ ଆମେ ଆଉ କଣ କରିପାରିବୁ ତାଙ୍କର । ଗଛ ଲଗେଇ ଲଗେଇ ତାଙ୍କ ଜୀବନ ବିତିଗଲା। ଆମେ ଖାଲି ଘର ଟିଏ ମାଗୁଛୁ’’ ।

  • 40 ବର୍ଷ ଧରି ଲଗାଉଛନ୍ତି ଗଛ Odisha's tree man

ଜଙ୍ଗଲ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହାର ସଠିକ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଗଛ ଟିଏ ବଂଚିବା କଷ୍ଟକର ହେଇ ପଡୁଛି । ଏଭଳି ପରିସ୍ଥିତିରେ ଆଜକୁ 40 ବର୍ଷ ହେବ ନିରନ୍ତର ଭାବେ ବିଭିନ୍ନ ସ୍ଥାନରେ ଗଛ ଲଗେଇ ଗ୍ରାମାଞ୍ଚଳକୁ ସବୁଜିମା କରି ପାରିଛନ୍ତି ଗୁଣ୍ଠିରାମ । ଏହି ପଡିଆକୁ ପଡିଆ ଚାରି ପାଖରେ ଗୁଣ୍ଠିରାମଙ୍କ ପ୍ରଚେଷ୍ଠାରେ କିଭଳି ଠିଆ ହେଉଛି ବଡ଼ ବଡ଼ ବୃକ୍ଷ । ଯାହାକୁ ଦେଖିଲେ ବିଶ୍ୱାସ ନ ହେଲେବି ସତ । ଏଭଳି ଅନେକ ସ୍ଥାନରେ ଗଛ ଲଗାଇ ସୁନ୍ଦର ପରିବେଶ ସୃଷ୍ଟି କରିପାରିଛନ୍ତି ଗୁଣ୍ଠିରାମ । ପିଲାଙ୍କ ଖେଳ ପଡିଆ ହେଉ କି ରାସ୍ତା କଡ଼ ଯେଉଁଠି ଫାଙ୍କା ଜାଗା ଦେଖନ୍ତି ଗୁଣ୍ଠିରାମ ନିଜସ୍ୱ ଖର୍ଚ୍ଚରେ ଗଛ ଲଗେଇବା ଆରମ୍ଭ କରନ୍ତି । ଏବେ ଗୁଣ୍ଠିରାମ ପ୍ରାୟ 1 ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗେଇ ସାରିଲେଣି । ତେବେ ସରକାରୀ ପ୍ରୋତ୍ସାହନ ଯଦି ମିଳନ୍ତା ଆହୁରି ଜଙ୍ଗଲ ସୃଷ୍ଟି କରି ପାରନ୍ତେ । ସେପଟେ ଗୁଣ୍ଠିରାମଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଗଛ ମଣିଷ ଗୁଣ୍ଠିରାମ
ଗଛ ମଣିଷ ଗୁଣ୍ଠିରାମ (ETV Bharat)

ସେପଟେ ଗ୍ରାମବାସୀ ଗୟାଧର ପଣ୍ଡା କହିଛନ୍ତି ‘‘ମୁଁ ଯେତେବେଳେ ସ୍କୁଲକୁ ବାହାରି ଯାଉଥିବି ସେ ଗୋଟିଏ ଭାର ଟାଙ୍ଗି ବାହାରିଥିବେ। ପାଣି ଥାଉ, ଗଛ ଥାଉ କି ଖତ ଥାଉ ସେ ଗୁଡିକ ଧରି ଚାଲିଥିବେ । ମୁଁ ଗଲାବେଳକୁ ଦେଖିଥିବି ଆଜି ଫାଙ୍କା ଥିଲା କାଲି ଗଛ ଲାଗି ଯାଇଛି । ସେ ଯେତିକି ସରକାରୀ ପତିତ ଜାଗା ଥିଲା କେବଳ ଗଛ ଲଗେଇକି ଅନାବାଦୀକୁ ଆବାଦୀ କରି ଦେଇଛନ୍ତି । ପରିବେଶର ମହତ୍ତ୍ୱ ବୁଝିବା ସହ ଯେତେବେଳେ ଗଛ କାଟି ପରିବେଶ ଧ୍ୱଂସ ଆଡ଼କୁ ଗତି କରୁଛି ସେ ସମୟରେ ଗଛ ଲଗେଇ ପରିବେଶକୁ ରକ୍ଷା କରିବାକୁ ଗୁଣ୍ଠିରାମ ଚେଷ୍ଟା କରୁଛନ୍ତି । ମୁଁ ଆମ ଗାଁ ପଡିଆକୁ 2019 ମସିହାରୁ ଆସିନଥିଲି । କିନ୍ତୁ ଏବେ ଆସି ଗଛକୁ ଦେଖିବା ପରେ ପେଟପୁରି ଯାଉଛି । ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ପରିବେଶ ରକ୍ଷା କରିବା ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି ବିଶେଷ ଭାବରେ ଗୁଣ୍ଠିରାମଙ୍କୁ ଅଗ୍ରାଧିକାର ହିସାବରେ ପ୍ରଥମେ ସରକାରୀ ସହାୟତା ପ୍ରଦାନ କରାଯାଉ ଯେମିତି ସେ ଆହୁରି ଗଛ ଲଗେଇ ପାରିବେ।

ଏହି ଘଟଣାକୁ ନେଇ ଆମେ ଅତିରିକ୍ତ ଜିଲ୍ଲାପାଲ ନବକୃଷ୍ଣ ଜେନାଙ୍କୁ ଭେଟିଥିଲୁ । ସେ କହିଛନ୍ତି ‘‘ପରିବେଶ ସୁରକ୍ଷା ପାଇଁ ଗୁଣ୍ଠିରାମଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ । ନିଶ୍ଚିତ ଭାବରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଉଦ୍ୟମ କରିବୁ ’’ । ନିଶ୍ଚିତଭାବେ ଗୁଣ୍ଠିରାମ ଏକ ମହତ କାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି । ପ୍ରକୃତ ପରିବେଶ ପ୍ରେମୀ ହିସାବରେ ସେ ଯେଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ପ୍ରଶଂସନୀୟ । ଆମେ ଗର୍ବିତ ଜଣେ ଯାଜପୁରରେ ଦିନ ମଜୁରିଆ ଗଛ ଲଗାଇବାରେ ଏଭଳି ସମୟ ଦେଉଛନ୍ତି । ସରକାରୀ ସ୍ତରରେ ଯେଉଁ ସାହାଯ୍ୟ ଦେବାର ଥିଲା ତାଙ୍କୁ ନିଶ୍ଚିତ କରାଯିବ’’ ।

ଗ୍ରାମାଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଅନେକ ସମୟରେ ପ୍ରଶାସନର ଅବହେଳା ଯୋଗୁ ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଜଙ୍ଗଲ ସୃଷ୍ଟି କରିବା ସମ୍ଭବ ହେଉନାହିଁ । ଏଭଳି ପରିସ୍ଥିତିରେ ଗୁଣ୍ଠିରାମ 1 ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗେଇ ଗ୍ରାମାଞ୍ଚଳରେ ଜଙ୍ଗଲ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ପରିବେଶ ସୁରକ୍ଷାରେ ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି, ସୃଷ୍ଟି କରୁଛନ୍ତି ଜଙ୍ଗଲ

ଏହା ମଧ୍ୟ ପଢନ୍ତୁ 'ଆମ ଚାଟଶାଳୀ' ରେ ପଢି ସ୍କୁଲମୁହାଁ ବସ୍ତି ପିଲା, ବସ୍ତିରେ ମାଗଣା ଶିକ୍ଷା ଦେଉଛି 'ଅନ୍ୱେଷଣ'

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.