ETV Bharat / state

ବଡ଼ ଚିନ୍ତା କର, ଆହ୍ୱାନର ସାମ୍ନା କରିବା ପାଇଁ ଉତ୍ସାହିତ ହୁଅ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର - IIM ANNUAL CONVOCATION

ସମ୍ବଲପୁର ଆଇଆଇଏମର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ । ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର । 370 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ।

IIM Annual Convocation
IIM Annual Convocation (ETV Bharat Odisha)
author img

By ETV Bharat Odisha Team

Published : April 19, 2025 at 8:14 PM IST

2 Min Read

ସମ୍ବଲପୁର: 'ବଡ଼ ଚିନ୍ତା କର, ଦୁନିଆର ଆହ୍ୱାନର ସାମ୍ନା କରିବା ପାଇଁ ଉତ୍ସାହିତ ହୁଅ । ଆହୁରି ଅନେକ ମାଇଲଖୁଣ୍ଟ ହାସଲ କରିବା ସହ ଦୃଢ଼ ଭିତ୍ତିଭୂମି ସ୍ଥାପନ କରି ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନେବାକୁ ପଡିବ । ସମ୍ମୁଖରେ ଅନେକ ବାଧା, ପ୍ରତିଘାତ ରହିବ । ଦୃଢ଼ ନିଷ୍ପତ୍ତି ମାଧ୍ୟମରେ ଲଢ଼ି ସେଗୁଡ଼ିକୁ ଦୂର କରିବାକୁ ପଡିବ । କାରଣ ଏ ମାଟି ହେଉଛି ମା' ସମଲେଶ୍ୱରୀଙ୍କ ମାଟି, ଲଢୁଆ ପୁଅ ବୀର ସୁରେନ୍ଦ୍ର ସାଏଙ୍କ ମାଟି ।' ସମ୍ବଲପୁର ସ୍ଥିତ IIMର ନବମ ସମାବର୍ତ୍ତନ ଉତ୍ସବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର

IIM Annual Convocation (ETV Bharat Odisha)

ଆଇଆଇଏମକୁ ପ୍ରଶଂସା:

ଆଜି ସମ୍ବଲପୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍‌ର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର । IIM ସମ୍ବଲପୁରର MBA ବିଭାଗରେ ଲିଙ୍ଗ ଅନୁପାତ ଅର୍ଥାତ୍ 60% ମହିଳା ଥିବା ବେଳେ ପ୍ରମୋଦ କୁମାର ମିଶ୍ର ଏହାକୁ ପ୍ରଶଂସା କରିଛନ୍ତି ଏହାସହ ଏହି ଅନୁପାତକୁ 80% କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ପଶ୍ଚିମ ଓଡ଼ିଶାର ବୁଣାକାରମାନଙ୍କ ପାଇଁ ମାଷ୍ଟର ୱିଭର୍ସ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଆଇଆଇଏମକୁ ପ୍ରଶଂସା କରିଛନ୍ତି ।

IIM Annual Convocation
IIM Annual Convocation (ETV Bharat Odisha)

ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ:

IIMର ନବମ ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରମୋଦ କୁମାର ମିଶ୍ର ସମ୍ବଲପୁର ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି, "ଏହି ସମ୍ବଲପୁର ମାଟି ହେଉଛି ମା' ସମଲେଶ୍ୱରୀଙ୍କ ମାଟି । ଏହି ମାଟିର ଲଢୁଆ ପୁଅ ବୀର ସୁରେନ୍ଦ୍ର ସାଏ ଦିନେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସଂଗ୍ରାମ କରୁଥିଲେ । ଆପଣମାନେ ଓଡ଼ିଶାର ସେହି ପୂଣ୍ୟ ଭୂମିରେ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି । ଅତି ନିକଟରେ ମା' ସମଲେଶ୍ୱରୀଙ୍କ ମନ୍ଦିର ରହିଛି, ଯାହାଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ସହ ରହିଛି । ଏହାସହ ବର୍ତ୍ତମାନ ସମୟରେ ଆମ ଦେଶ ସବୁ କ୍ଷେତ୍ରରେ ଆଗରେ ରହିଛି । ଡିଜିଟାଲ କ୍ଷେତ୍ର, ଟ୍ରାନ୍ସଫରମିଂ ଇଣ୍ଡିଆ, ୟୁପିଆଇ ସମସ୍ତ କ୍ଷେତ୍ରରେ ଆଜି ଆମ ଦେଶ ବେଶ୍ ଆଗରେ ରହିଛି । ଏହାସହ ଜୀବନ ସାରା ଶିଖିବା ପାଇଁ ଚେଷ୍ଟା ଛାତ୍ରଛାତ୍ରୀମାନେ ଚେଷ୍ଟା କରନ୍ତୁ । ବଡ଼ ଚିନ୍ତା କର ଏବଂ ଦୁନିଆର ଆହ୍ୱାନର ସାମ୍ନା କରିବା ପାଇଁ ଉତ୍ସାହିତ ହୁଅ । ଜୀବନ ନିଃସନ୍ଦେହରେ ତୁମ ସମ୍ମୁଖରେ ବାଧା ଏବଂ ପ୍ରତିଘାତ ସହିତ ଉପସ୍ଥାପନ କରିବ । କିନ୍ତୁ ତୁମକୁ ଦୃଢ଼ତା ଏବଂ ଦୃଢ଼ ନିଷ୍ପତ୍ତି ମାଧ୍ୟମରେ ସେଗୁଡ଼ିକୁ ଦୂର କରିବାକୁ ପଡିବ ।"

'ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସୁଯୋଗ ଅଛି':

ସେ ଆହୁରି କହିଛନ୍ତି, "ଛାତ୍ରଛାତ୍ରୀମାନଙ୍କ ସମାଜ ପ୍ରତି ଏକ ଦାୟିତ୍ୱ ଅଛି । ଉତ୍ପାଦକତା ଏବଂ ନବସୃଜନରେ ନିଜ ବୁଦ୍ଧି ବ୍ୟବହାର କରନ୍ତୁ । ନିଜକୁ ବିଶ୍ୱସ୍ତରରେ ଚିନ୍ତା କରିବାକୁ ପଡିବ ଏବଂ ସ୍ଥାନୀୟ ଭାବରେ କାର୍ଯ୍ୟ କରିବାକୁ ପଡିବ । ମୁଁ ତୁମମାନଙ୍କ ମଧ୍ୟରେ ନୀତି ନିର୍ଦ୍ଧାରକ, ନବସୃଜନକାରୀଙ୍କୁ ଦେଖିପାରୁଛି । ତୁମେ ସମସ୍ତେ ବସୁଦେବ କୁଟୁମ୍ବଙ୍କମର ଆଦର୍ଶକୁ ଆଗକୁ ବଢ଼ାଅ । ଆମକୁ ଏପରି ପରିଚାଳକ ଆବଶ୍ୟକ ଯେଉଁମାନେ କେବଳ ପ୍ରତିଷ୍ଠାନ ପରିଚାଳନା କରିବେ ନାହିଁ ବରଂ ମୂଲ୍ୟବୋଧ, ବିବିଧତା ଏବଂ ପରିବର୍ତ୍ତନ ମଧ୍ୟ ଆଣିବେ । IIM ସମ୍ବଲପୁରକୁ ଦେଶରେ ଏବଂ ବିଶ୍ୱ ସ୍ତରରେ ଏକ ଉଚ୍ଚ ସ୍ତରକୁ ନେବା ପାଇଁ ଚେଷ୍ଟା କରନ୍ତୁ । ସମ୍ବଲପୁର ଆଇଆଇଏମ 10 ବର୍ଷ ପୂରା କଲା । IIM ଅନେକ କୃତିତ୍ବ ହାସଲ କରିଛି । IIMର ଅନେକ ସମ୍ଭାବନା ଅଛି । ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସୁଯୋଗ ଅଛି ।"

କୃତି ବିଦ୍ୟାର୍ଥୀମାନଙ୍କୁ ଡିଗ୍ରୀ:

ଏହି କାର୍ଯ୍ୟକ୍ରମ ଅବସରରେ କୃତି ବିଦ୍ୟାର୍ଥୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । 370 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଏଥିରେ ସମ୍ବଲପୁର ଆଇଆଇଏମର ନବମ ବ୍ୟାଚର 316 ଜଣ ଛାତ୍ରଛାତ୍ରୀ, ଏକଜିକ୍ୟୁଟିଭ ଏମବିଏ ଦ୍ଵିତୀୟ ବ୍ୟାଚର 38 ଜଣ ଛାତ୍ରଛାତ୍ରୀ, ଏମବିଏ ଫର ୱାର୍କିଙ୍ଗ ପ୍ରଫେସନଲର ପ୍ରଥମ ବର୍ଷର 10 ଜଣ ବିଦ୍ୟାର୍ଥୀ, 6 ଜଣ PhDଡ ସ୍କଲାର ଓ PhD ଫର ୱାର୍କିଙ୍ଗ ପ୍ରଫେସନାଲ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..

IIM ସମ୍ବଲପୁର ଓ WSC ସହ 2 ଚୁକ୍ତି, ‘ମହିଳା ସଶକ୍ତିକରଣ ସ୍ଲୋଗାନ ନୁହେଁ ପ୍ରତିବଦ୍ଧତା’

ISPMAର ଷ୍ଟୁଡେଣ୍ଟ ଚାପ୍ଟର ପ୍ରତିଷ୍ଠା କରିବାରେ IIM ସମ୍ବଲପୁର ଭାରତର ପ୍ରଥମ ଅନୁଷ୍ଠାନ - IIM Sambalpur

ଏମାନେ ଥିଲେ ଉପସ୍ଥିତ:

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସମ୍ବଲପୁର ଆଇଆଇଏମ ବୋର୍ଡ ଅଫ ଗଭର୍ଣ୍ଣର ଚେୟାରମ୍ୟାନ ପଦ୍ମଶ୍ରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ବୋଷ୍ଟନ କଂସ୍ଲଟିଙ୍ଗ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଆଶିଷ ଗର୍ଗ, ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ଵାଲ ପ୍ରମୁଖ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.