ଭୁବନେଶ୍ୱର: 77 ବର୍ଷରେ ପଦାର୍ପଣ କଲା ରାଜଧାନୀ ଭୁବନେଶ୍ୱର । ମହା ଆଡମ୍ବରରେ ପାଳିତ ହୋଇଯାଇଛି ରାଜଧାନୀ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଆଜିର ଦିନରେ ଭୁବନେଶ୍ବରରକୁ ରାଜ୍ୟର ରାଜଧାନୀ କରିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଶିଳାନ୍ୟାସ କରିଥିଲେ । ଏପଟେ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଲେନି ଭୁବନେଶ୍ୱର ସାଂସଦ । ସମାଲୋଚନା କଲେ ମେୟର । କହିଲେ, "ସହର ନୁହେ ସାଂସଦଙ୍କ ପାଇଁ ଦଳ ବଡ ।"
ସେବେଠୁ ଏପ୍ରିଲ ୧୩ ତାରିଖକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇ ଆସୁଛି । ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ପୁଷ୍ପା ମାଲ୍ୟ ଅର୍ପଣ କରି ବାଚସ୍ପତି ସୁରମା ପାଢୀ ଦିବସର ଅୟମାରମ୍ଭ କରିଛନ୍ତି । ପରେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ରାଜଧାନର ବିଭିନ୍ନ କଲେଜର ୨୧ଟି ଟ୍ରୁପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଚିତାକର୍ଷକ ଓ ବେସାମରିକ ପରେଡ ପରିବେଷଣ କରିଥିଲେ ।
୭୭ତମ ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା।#77thCapitalFoundationDay #Bhubaneswar pic.twitter.com/oiPdVMeJYl
— BMC (@bmcbbsr) April 13, 2025
"ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, କ୍ରୀଡା, କଳା ସଂସ୍କୃତି ସବୁଥିରେ ଆଜି ଭୁବନେଶ୍ୱର ସାରା ବିଶ୍ୱରେ ବିଦିତ ହୋଇଥିବା ବେଳେ ଅନେକ କୃତି ଅର୍ଜନ କରିଛି ଓ ତାର ସ୍ୱତନ୍ତ୍ର ତାକୁ ନେଇ ନିଆରା ପରିଚୟ ବି ସାଉଁଟିଛି । ତେଣୁ ନୂତନ ଭୁବନେଶ୍ୱରର ଶ୍ରୀ ବୃଦ୍ଧି ସହ ଭିତ୍ତିଭୁମିକୁ ସୁଦୃଢ କରିବା ଓ ଏହାକୁ ବିଶ୍ୱରେ ପରିଚିତ କରିବାକୁ ଆହୁରି ଗୁରୁତ୍ୱ ଦିଆଯିବ," ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ ।
ସୂଚନା ଲୋକ ସମ୍ପର୍କ, ବିଭାଗ, ବିଏମ୍ସି ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମଧ୍ୟ ବିଧାୟକ ଅନନ୍ତ, ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଡିଏ ଭିସି ଏମ ତିରୁମାଲା ନାୟକ, ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଓ ପୋଲିସ କମିଶନର ଏସ ଦେବଦତ୍ତ ସିଂ, ବିଭିନ୍ନ ୱାର୍ଡର କର୍ପୋରେଟରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।
The occasion was graced by the presence of Hon'ble MLAs from Central and North constituencies, Hon'ble Mayor @MayorofBBSR and Deputy Mayor, Police Commissioner, BMC Commissioner, VC BDA @BDA_BBSR, DM and Collector Khordha @DMKhordha, along with the President, Vice President, and… pic.twitter.com/BQTQjRmda3
— BMC (@bmcbbsr) April 13, 2025
ସଭିଙ୍କ ପସନ୍ଦ ସ୍ୱପ୍ନର ସହର ଭୁବନେଶ୍ୱର-
ତେବେ ଭୁବନେଶ୍ୱରର ରାସ୍ତାଘାଟ ଓ କଳେବର ବଢିଥିବା ବେଳେ ଏଠାରେ ଲୋକେ ରହିବାକୁ ବେଶ ପସନ୍ଦ କରୁଛନ୍ତି । କାରଣ ଏହା କ୍ରୀଡା ସ୍ୱାସ୍ଥ୍ୟ ଓ ଶିକ୍ଷାର ହବ ପାଲଟିଛି । ତେଣୁ ଏହି ଅଭିବୃଦ୍ଧି ସହରକୁ ସ୍ଵଚ୍ଛ ସୁନ୍ଦର , ସବୁଜ ଓ ସମୃଦ୍ଧ କରିବାର ମିଳିତ ସହଭାଗିତାର ଆହ୍ୱାନ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଏହି ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଭୁବନେଶ୍ୱର ଆରମ୍ଭ ଓ ବର୍ତ୍ତମାନର ଭୁବନେଶ୍ୱରର ଗାରିମାମୟ ଇତିହାସର ଫୋଟୋ ଚିତ୍ର ପଦର୍ଶନ ହୋଇଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ହୋଇଥିବା ବେଳେ ବାଚସ୍ପତି ଏହାର ଉଦ୍ଘାଟନ ସହ ଗୌରବମୟ ଭୁବନେଶ୍ୱରର ବିଭିନ୍ନ ଫୋଟୋ ଚିତ୍ରକୁ ବୁଲି ଦେଖିଛନ୍ତି ।
Celebration of 77th Capital Foundation Day
— BMC (@bmcbbsr) April 13, 2025
The #77thCapitalFoundationDay celebrations commenced with the garlanding of the Foundation Stone, followed by the hoisting of the Capital Day Celebration flag, ceremonial parade and photo exhibition at Jaydev Bhawan.
Hon'ble Speaker of… pic.twitter.com/RZVPNAs6xu
ରାଜଧାନୀର ସମୃଦ୍ଧ ଇତିହାସ-
ତେବେ ସ୍ଥପତି ଓଟୋ ଏଚ କୋନିଙ୍ଗସ୍ ବର୍ଗରଙ୍କ ଦ୍ୱାରା ୧୯୪୮ରେ ଭୁବନେଶ୍ୱର ନିର୍ମାଣ ହୋଇଥିବା ବେଳେ ପ୍ରଥମେ ୧୯୫୨ରୁ ବିଜ୍ଞାପିତ ଅଂଚଳ ପରେ ୧୯୭୯ରୁ ପୌର ପରିଷଦ ପରେ ୧୯୯୪ରୁ ମହାନଗର ନିଗମ ଓ ୨୦୧୬ରୁ ସ୍ମାର୍ଟ ସିଟି ଭାବେ ଏହା ପରିଚିତ ପାଇଛି । ଆଉ ମନ୍ଦିରମାଳିନୀ ଏହି ଭୁବନେଶ୍ୱର ସବୁଜ ଜଙ୍ଗଲରୁ କଂକ୍ରିଟ ସହରରେ ପରିଣତ ହୋଇଥିବା ବେଳେ ତାର କଳେବର ବଢିଛି । ୧୬ ହଜାର ୫୧୨ ଜନସଂଖ୍ୟାର ସହରରେ ବର୍ତ୍ତମାନ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି ।
ରାଜଧାନୀ ଭୁବନେଶ୍ଵରର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ।#୭୭ତମରାଜଧାନୀପ୍ରତିଷ୍ଠାଦିବସ #77thCapitalFoundationDay pic.twitter.com/M5hW5Pq6iz
— Sulochana Das (@MayorofBBSR) April 13, 2025
ରାଜଧାନୀ ପ୍ରତିଷ୍ଠା ଦିବସରେ ମେୟରଙ୍କ ଶୁଭେଚ୍ଛା-
ରାଜଧାନୀ ଭୁବନେଶ୍ବରର ୭୭ ତମ ପ୍ରତିଷ୍ଠା ଦିବସରେ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମେୟର ସୁଲୋଚନା ଦାସ । ଏପଟେ ରାଜଧାନୀର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଆସିଲେନି ସାଂସଦ ଅପରାଜିତା ଷଡଙ୍ଗୀ । ସମାଲୋଚନା କଲେ ମେୟର । କହିଲେ ଅପରାଜିତାଙ୍କ ପାଇଁ ଦଳ ବଡ ସହର ବଡ ନୁହେଁ । ସେହିପରି ସାଂସଦଙ୍କ ଅନୁପସ୍ଥିତକୁ ନେଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ବି ମେୟରଙ୍କ ସହ ସମର୍ଥନ ଜଣାଇଲେ।
୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ, ଭୁବନେଶ୍ୱରର ଐତିହ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ସହ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା। #BhubaneswarFoundationDay pic.twitter.com/lOrh4tSGvH
— I & PR Department, Odisha (@IPR_Odisha) April 13, 2025
ପ୍ରତିଷ୍ଠା ଦିବସରେ ରାଜନୀତି ଜୋରଦାର-
ସେପଟେ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଅନୁପସ୍ଥିତକୁ ନେଇ ଦେଖାଦେଇଛି ତୁମ୍ବିତୋଫାନ । ଅପରାଜିତାଙ୍କ ପାଇଁ ପାର୍ଟି ବଡ଼ କହିଲେ ଭୁବନେଶ୍ୱର ମେୟର । ଭୁବନେଶ୍ଵର ସାଂସଦ ଅପରାଜିତଙ୍କୁ ଟାର୍ଗେଟ କରି ମେୟର ସୁଲୋଚନା ଦାସ କହିଛନ୍ତି, "ରାଜଧାନୀ ପ୍ରତଷ୍ଠା ଦିବସରେ ଭୁବନେଶ୍ଵର ସାଂସଦ ଓ ଏକାମ୍ର ବିଧ୍ୟାୟକ ଉଭୟ ନିମନ୍ତ୍ରିତ ସତ୍ତ୍ବେ ସେ ଆସିଲେନି। କାରଣ ତାଙ୍କ ପାଇଁ ପାର୍ଟି ବଡ ହେଲା ସହର ବଡ ନୁହେଁ କି ସହରବାସୀ ବଡ ହେଲେନି । ତାହା ଆଜି ପ୍ରମାଣିତ ହୋଇଛି । ସାଂସଦ ସବୁବେଳେ ଅଭିଯୋଗ କରନ୍ତି , ନିମନ୍ତ୍ରଣ ଦେଲେନାହିଁ ଯେତେବେଳେ ଦିଆଯେଉଛି ଆସୁ ନାହାଁନ୍ତି । ଏପରିକି ଏହି ଘଟଣାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ । ଆମନ୍ତ୍ରଣ ପରେ ବି ସହରର ଗୌରବମୟ ଅବସରରେ ଉପସ୍ଥିତ ରହିଲେ ନାହିଁ । ତାଙ୍କ ଦଳର କାର୍ଯ୍ୟକ୍ରମ ପୁରୀରେ ହେଉଛି । ଏଠି ଯୋଗ ଦେଇ ପୁଣି ପୁରୀ ଯାଇ ପାରିଥାନ୍ତେ । ହେଲେ ସେ ତାହା କରିଲେ ନାହିଁ ।"
ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହରର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଭୁନେଶ୍ୱର ବାସୀ ତଥା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛି । #bhubaneswarfoundationday pic.twitter.com/A0tjR7C4e2
— Debashish Samantaray (@debashish_mla) April 13, 2025
ସଫେଇ କରାଚାରୀଙ୍କୁ ସମ୍ମାନ-
ସେପଟେ ଭୁବନେଶ୍ୱର ମହାନଗର ନିଗମ ଭାରତ ବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ପାଇଁ ଅନନ୍ୟ ହୋଇଥିବା ବେଳେ ଆଜି ଦିନରେ ମହାନଗର ନିଗମ ଏକ ନୂଆ କଥାର ଉଦ୍ଘାଟନ କରିଛି। ସ୍ୱଚ୍ଛ ସୁନ୍ଦର ସହର ପାଇଁ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ବେଳେ ସ୍ଵଚ୍ଛ କର୍ମଚାରୀଙ୍କୁ ସମ୍ମାନ ଜଣାଇ ସେମାନଙ୍କର ପ୍ରତିମୂର୍ତ୍ତିକୁ ଅନବରଣ କରିଛି । ପ୍ରତିକ୍ରିୟାତ୍ମକ ଭାବେ ସଫେଇ କର୍ମଚାରୀ କରୁଥିବା କାର୍ଯ୍ୟକୁ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ କରାଯାଇଛି । 'ବର୍ଯ୍ୟରୁ କଳାକୃତି' ଥିମରେ ବର୍ଯ୍ୟବସ୍ତୁକୁ ବ୍ୟବହାର କରି ସେମାନଙ୍କର କଳାକୃତି କରି ସଫେଇ କରାଚାରୀଙ୍କ ସମ୍ମାନ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର