Nabarangapur Septic Tank death ନବରଙ୍ଗପୁର: ପାଇଖାନା କାମ ଚାଲିଥିବା ବେଳେ ବଡ଼ ଅଘଟଣ । ନିର୍ମାଣଧିନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 4 ଜଣଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗାଁରେ ଦିନ 11ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ 4 ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
କେମିତି ଘଟିଲା ଘଟଣା:
ପଡାଲଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପାଇଖାନା କାମ ହେଉଥିଲା । ପାଇଖାନା ଗାତ ଖୋଳା ଯିବାପରେ ଏକ ସ୍ଲାବ ଖସିପଡିଥିଲା । ତାହା କାଢିବା ପାଇଁ ଦୁଇ ଜଣ ଟାଙ୍କି ଭିତରକୁ ଯାଇଥିଲେ । ସେଠାରେ ସେମାନଙ୍କ ଶ୍ବାସରୁଦ୍ଧ ହୋଇଥିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁଇ ଆଣିବାକୁ ଯାଇଥିଲେ । ଫଳରେ 4 ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ପରେ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । 3 ଜଣଙ୍କ ମେଡିକାଲ ନେବା ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ହସ୍ପିଟାଲ ଆଇସିୟୁରେ ମୃତ୍ୟୁ ଘଟିଛି ।

ମୃତ ଶ୍ରମିକ କିଏ ?
ମୃତକ ହେଲେ ଏନ.ସନ୍ତୁ ବୟସ 28 ବର୍ଷ, ଅମିର ଖୁରା ବୟସ 30 ବର୍ଷ, ତ୍ରିଲୋଚନ ଭତରା ବୟସ 25 ବର୍ଷ, ଲାଲୁ ରଣା କାମରା ବୟସ 26 ବର୍ଷ । ଖବର ପାଇ ଘଟଣାସ୍ଥଳରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଓ ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: |
ଶ୍ବାସରୁଦ୍ଧ ହୋଇ 4 ମୃତ:
ଏନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଡାକ୍ତର କହିଛନ୍ତି, ‘4 ଜଣ ଚିକିତ୍ସା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରେ ଜଣେ ସଙ୍କଟାପନ୍ନ ଥିଲେ । ତାଙ୍କୁ ଆଇସିୟୁ ସିଫ୍ଟ କରାଯାଇଥିଲା । ତାଙ୍କର ମୃତ୍ୟୁ ହୋଇଛି । ବାକି 3 ଜଣ ଯେଉଁଆସିଥିଲେ ସେମାନେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଥିଲା । ଯାହା ଶୁଣାଯାଉଛି, ମୃତ 4 ଜଣ ପାଇଖାନା ଟାଙ୍କିରେ ଖସି ପଡିଥିଲେ । ସେମାନଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ମୃତଦେହ ବ୍ୟବଚ୍ଛେଦ ପରେ ହିଁ ଜଣାପଡିବ ।’
ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡିରେ ଏକ ଦୁର୍ଘଟଣାରେ ଏମ୍. ସନ୍ତୁ , ଅମିର ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତ୍ରାଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ…
— CMO Odisha (@CMO_Odisha) June 3, 2025
ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ଏହି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର