ETV Bharat / state

ଆଦିବାସୀ ଛାତ୍ରଛାତ୍ରୀ ଶିଖିବେ ଫିଲ୍ମ ନିର୍ମାଣ, ସିୟୁଓ-ଏଫଟିଆଇଆଇର ମିଳିତ ୱାର୍କସପ ଆରମ୍ଭ

15 Days Film Making Workshop For Tribal Students : ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ଶିଖିବେ ଫିଲ୍ମ ମେକିଙ୍ଗ । ଫେବୃଆରୀ ୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ଭିତ୍ତିକ କର୍ମଶାଳା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 9, 2024, 7:34 AM IST

ଆଦିବାସୀ ଛାତ୍ରଛାତ୍ରୀ ଶିଖିବେ ଫିଲ୍ମ ନିର୍ମାଣ, ସିୟୁଓ ଓ ଏଫଟିଆଇଆଇର ମିଳିତ ୱାର୍କସପ୍ ଆରମ୍ଭ

କୋରାପୁଟ: ଏଣିକି ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ଶିଖିବେ ଫିଲ୍ମ ମେକିଙ୍ଗ । ଏଭଳି ଉଦ୍ଦେଶ୍ୟ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ଭିତ୍ତିକ କର୍ମଶାଳା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ), ପୁଣେର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି କର୍ମଶାଳା । ଫେବୃଆରୀ ୮ରୁ ୨୩ ତାରିଖ ପର୍ଯ୍ୟନ୍ତ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

୫ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ ଉଦଘାଟନ କରି କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହାକୁ ବିଶ୍ଵବିଦ୍ୟାଳୟର ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଥିଲେ । ବିଶ୍ୱବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ଉପରେ ପ୍ରଶିକ୍ଷଣ ଦେବା ପାଇଁ ମନ୍ତ୍ରଣାଳୟ ଓଡ଼ିଶାର ଏକମାତ୍ର ଅନୁଷ୍ଠାନକୁ ଚୟନ କରିଥିବାରୁ ସେ ଖୁସି ଅନୁଭବ କରିଥିଲେ । ଏହି ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ କେବଳ ଏଥିରୁ ଶିଖିବେ ନାହିଁ ବରଂ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତିକରଣ ପାଇଁ ପ୍ରଶିକ୍ଷଣ ଦେବେ । ଚଳଚ୍ଚିତ୍ର ନିର୍ମାଣ ମାଧ୍ୟମରେ ଜନଜାତିମାନେ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ ଯାହା ସେମାନଙ୍କ ସଶକ୍ତିକରଣ ଦିଗରେ ସହାୟକ ହେବ ବୋଲି କୁଳପତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...କୋଟସ ପରିଦର୍ଶନରେ ICSSR ଟିମ, ଗବେଷଣା କ୍ଷେତ୍ରରେ କରିବେ ମୂଲ୍ୟାଙ୍କନ

ଜାତୀୟ ଖ୍ୟାତିସମ୍ପନ୍ନ ଅଭିନେତା ତଥା ପୁଣେସ୍ଥିତ ଏଫଟିଆଇଆଇର ପ୍ରଫେସର ସଞ୍ଜୟ ମୋରେ କହିଥିଲେ ଯେ, ସରକାରୀ ହସ୍ତକ୍ଷେପ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ଆଉ ଏକ ସହରକେନ୍ଦ୍ରିତ ଆଭିମୁଖ୍ୟ ନୁହେଁ, ବରଂ ଏହା ଗ୍ରାମୀଣ କେନ୍ଦ୍ରିତ ଆଭିମୁଖ୍ୟରେ ପରିଣତ ହୋଇଛି । ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଚଳଚ୍ଚିତ୍ର ହେଉଛି ଶ୍ରେଷ୍ଠ ମାଧ୍ୟମ ବୋଲି ସେ କହିଛନ୍ତି । ଏଫଟିଆଇଆଇ ସର୍ବଦା ଅବହେଳିତ ବର୍ଗଙ୍କ ପାଇଁ କାମ କରିବାରେ ସଫଳ ହୁଏ ଏବଂ ମନ୍ତ୍ରଣାଳୟର ସମର୍ଥନ ମାଧ୍ୟମରେ ସେମାନେ ଏଭଳି ଅଧିକ କର୍ମଶାଳା ଆୟୋଜନ କରି ସଫଳତା ହାସଲ କରିପାରିବେ ।

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶିଖିବା ଲାଗି ଏକ ଉତ୍ତମ ସୁଯୋଗ ବୋଲି ଡ. ସୌରଭ ଗୁପ୍ତା ମତ ରଖିଛନ୍ତି । ଏହି କର୍ମଶାଳା ଚଳଚ୍ଚିତ୍ର ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଚାରିଟି ମୌଳିକ ପାଠ୍ୟକ୍ରମ ଉପରେ ଆଧାରିତ । ଏହି ପାଠ୍ୟକ୍ରମଗୁଡ଼ିକ ହେଲା ସ୍କ୍ରିନ୍ ଆକ୍ଟିଂରେ ବେସିକ୍ କୋର୍ସ, ସ୍କ୍ରିନପ୍ଲେ ରାଇଟିଂରେ ବେସିକ୍ କୋର୍ସ, ଫିଲ୍ମ ଅପ୍ରେସିଏସନ୍ କୋର୍ସ ଏବଂ ସ୍ମାର୍ଟ ଫୋନ୍ ଫିଲ୍ମ ମେକିଂରେ ବେସିକ୍ କୋର୍ସ ।

ଉପରୋକ୍ତ ପାଠ୍ୟକ୍ରମରେ ବିଶେଷଜ୍ଞ ଭାବେ ଏଫଟିଆଇଆଇର ବିଶିଷ୍ଟ ପ୍ରଫେସରମାନେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ୧୫ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ଡ. ଗୁପ୍ତା ଜଣାଇଛନ୍ତି । ଏହି କାର୍ଯକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏକ ନୂତନ କ୍ୟାରିୟର ପାଇଁ ମାର୍ଗ ପ୍ରଦର୍ଶନ ସହିତ ନିଜ ଭାବକୁ ବ୍ୟକ୍ତ କରିବାରେ ଏହି ତାଲିମ ସହାୟକ ହେବ ବୋଲି ଛାତ୍ରଛାତ୍ରୀ ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.