ETV Bharat / state

12 କଂଗ୍ରେସ ବିଧାୟକ 7 ଦିନ ପାଇଁ ବିଧାନସଭାରୁ ସସପେଣ୍ଡ, ଗୃହ ଭିତରେ ରାତି ସାରା ରହିବାକୁ ନିଷ୍ପତ୍ତି - CONGRESS MLA SUSPENDED

ଭାରି ପଡ଼ିଲା ବିଧାନସଭାରେ ବିଶୃଙ୍ଖଳିତ ଆଚରଣ । କଂଗ୍ରେସର 12 ଜଣ ବିଧାୟକଙ୍କୁ 7ଟି କାର୍ଯ୍ୟ ଦିବସ ପାଇଁ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ ।

CONGRESS MLA SUSPENDED
CONGRESS MLA SUSPENDED (ETV BHARAT ODISHA)
author img

By ETV Bharat Odisha Team

Published : March 25, 2025 at 4:54 PM IST

Updated : March 25, 2025 at 9:04 PM IST

3 Min Read

ଭୁବନେଶ୍ବର: ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପଦର୍ଶନ ଯୋଗୁ କଂଗ୍ରେସ ବିଧାୟକଙ୍କ ଉପରେ ବଡ ଆକ୍ସନ ନେଲେ ବାଚସ୍ପତି । କଂଗ୍ରେସର 12 ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ବାଚସ୍ପତି ସୁରମା ପାଢ଼ୀ 12ଜଣ ବିଧାୟକଙ୍କୁ 7 ଟି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି । କଂଗ୍ରେସର ମୋଟ 14 ବିଧାୟକଙ୍କ ମଧ୍ୟରେ ବିଧାୟକ ତାରା ବାହିନୀପତି ଓ ବିଧାୟକ ରମେଶ ଜେନାଙ୍କୁ ଛାଡି ଦେଲେ ବାକି ସମସ୍ତଙ୍କୁ ନିଲମ୍ବନ କରାଯାଇଛି । ତୁରନ୍ତ ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ନିଲମ୍ବିତ ବିଧାୟକ ମାନେ ଗୃହବାହାରକୁ ନଯାଇ ବାଚସ୍ପତିଙ୍କ ପୋଡିୟମ ତଳେ ବସି ରହିବାରୁ ଆସନ୍ତାକାଲି ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ନିଲମ୍ବିତ ହୋଇଥିବା ବିଧାୟକ:

ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ,ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ ,ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ନିଲମ୍ବିତ ହୋଇଛନ୍ତି ।

CONGRESS MLA SUSPENDED (ETV BHARAT ODISHA)

ବିଧାନସଭାରେ ହାଉସ କମିଟି ଗଠନ କଂଗ୍ରେସର ଦାବି:

ଦୀର୍ଘ 13 ଦିନ ହେବ ବିଧାନସଭାକୁ ଅଚଳ କରୁଛନ୍ତି ବିରୋଧୀ। କଂଗ୍ରେସ ୧୩ ଦିନ ହେବ ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଧାନସଭାରେ ହାଉସ କମିଟି ଗଠନ କରନ୍ତୁ ବୋଲି ଦାବି କରି ଗୃହ ଭିତରେ ଏବଂ ବାହାରେ ବିରୋଧ ପଦର୍ଶନ କରୁଥିଲେ । ଏପରିକି ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହୋହଲ୍ଲା କରିଥିବାରୁ ପୂର୍ବରୁ ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କୁ 7 ଦିନ ପାଇଁ ନିଲମ୍ବିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ତୁରୀ ଓ ଘଣ୍ଟା ଧ୍ୱନିରେ କମ୍ପିଲା ଗୃହ, କଳା ପୋଷାକ ପିନ୍ଧି କଂଗ୍ରେସର ବିଧାନସଭା ପରିକ୍ରମା - CONGRESS PROTEST IN ASSEMBLY

ଏହା ମଧ୍ୟ ପଢନ୍ତୁ...ବିଧାନସଭାରେ ଆଇନ ଶୃଙ୍ଖଳା ତାତି: ବିରୋଧୀଙ୍କ ହଟ୍ଟଗୋଳ; ଗୃହ ମୁଲତବୀ, ମୁହାଁମୁହିଁ ଶାସକ ବିରୋଧୀ - ODISHA ASSEMBLY ADJOURNMENT

ଏହା ମଧ୍ୟ ପଢନ୍ତୁ...ମହିଳାଙ୍କ ସମର୍ଥନରେ ବାହାରିଲା କଂଗ୍ରେସ, ପିସିସି ସଭାପତି କହିଲେ 'ମହିଳାଙ୍କ ପ୍ରତି ଅନ୍ୟାୟ ଗ୍ରହଣୀନୟ ନୁହେଁ' - PCC PRESIDENT BHAKTA CHARAN DAS

ଏହା ମଧ୍ୟ ପଢନ୍ତୁ... ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ ବାହାରିଲାନି ନିଷ୍କର୍ସ, କ୍ଷମା ମାଗିବାକୁ ଦାବି - ODISHA ASSEMBLY SESSION 2025

'ସେମାନେ ବିଧାନସଭାକୁ ଭଲରେ ଚଲାଇବାକୁ ଚାହୁଁନାହାନ୍ତି'

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ନାରୀ ମାନଙ୍କ ପାଇଁ ନ୍ୟାୟ ମାଗୁଥିବା କଂଗ୍ରେସ ଦଳର ବିଧାୟକ ମାନଙ୍କୁ ବହିଷ୍କାର କରିବାରେ ସରକାର ତତ୍ପରତା ଦେଖାଇଥିଲେ । ଯେତିକି ଝିଅ ଓ ମହିଳାଙ୍କ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ତାକୁ ନେଇ ସରକାର ତତ୍ପରତା କଣ ପାଇଁ ଦେଖାଉ ନାହାନ୍ତି । ଯଦି ଏହା କରିପାରବେନି ତାହାଲେ କହି ଦେବା କଥା । ତମ ସରକାରର କଣ କିଛି କର୍ତ୍ତବ୍ୟ ନାହିଁ । ସରକାଙ୍କ ପ୍ରତି ଲୋକଙ୍କ ଭୟ ନାହିଁ । କାହିଁକିନା ସରକାର କିଛି କରୁନାହାନ୍ତି । ସ୍ବାଧୀନତା ସଂଗ୍ରାମରେ କଂଗ୍ରେସ ବ୍ରିଟିଶ ଗୁଳିକୁ ସାମ୍ନା କରୁଥିଲା, ସ୍ବାଧୀନ ଭାରତ ବର୍ଷରେ କଣ ଦେଖାଉଛନ୍ତି । ସରକାର ଗଣତନ୍ତ୍ରର ସମ୍ମାନ କରିଜାଣିନାହାନ୍ତି । ହାଉସ କମିଟି ଗୋଟିଏ ଶାନ୍ତି ସମାଧାନ ଥିଲା, ଏହା କରିଦେଇଥିଲେ ସବୁଠୁ ଭଲ ଆଚରଣ ହୋଇଥାନ୍ତା, ବିଧାନସଭା ଭଲ ଭାବେ ଚାଲିଥାନ୍ତା, କିନ୍ତୁ ସେମାନେ ବିଧାନସଭାକୁ ଭଲରେ ଚଲାଇବାକୁ ଚାହୁଁନାହାନ୍ତି । ସେମାନେ ଖସି ଯିବାକୁ ଚାହୁଁଛନ୍ତି । ଗୋଟିଏ ବର୍ଷ ଭିତରେ ସେମାନ ସମ୍ପର୍ଣ୍ଣ ବିଫଳ, ଲୋକେ ଏବେଠୁ ତାଙ୍କୁ ରିଜେକ୍ଟ କରୁଛନ୍ତି । ଏମାନେ ଭାବୁଛନ୍ତି କଂଗ୍ରେସ ବିଧାୟକଙ୍କୁ ସମସପେଣ୍ଟ କରିଦେଲେ ଚୁପ ହୋଇଯିବେ । ଆଗକୁ ମହା ଆନ୍ଦୋଳନ ହେବ, କଂଗ୍ରେସ ଲଢିବ ।

'ଗଣତନ୍ତ୍ରକୁ ହତ୍ୟା କରିଛନ୍ତି'

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ''ଆମର ଗୋଟିଏ ଦାବି ନାରୀ ମାନଙ୍କ ସୁରକ୍ଷା ପାଇଁ ଗୃହ କମିଟିର ଆବଶ୍ୟକତା ରହିଛି । ନାରୀଙ୍କ ସୁରକ୍ଷା ପାଇଁ ଆମେ ପ୍ରତିବାଦ କଲୁ । ପ୍ରଥମରୁ ସେମାନେ ବିଧାନସଭାରେ ଗଣ୍ଡଗୋଳ ଆରମ୍ଭ କେଲ, ତଣ୍ଟି ଚିପି ମୋତେ ମାରିବାକୁ ଉଦ୍ୟମ କଲେ । ବିଧାୟକ୍କୁ ଠେଲା ପେଲା କଲେ । ବାଚସ୍ପତି ଏକପାଖିଆ ନିଷ୍ପତ୍ତି ନେଉଛନ୍ତି । ତେଣୁ ଆମେ ନିଷ୍ପତ୍ତି ନେଇଛୁ ରାତି ସାରା ବିଧାନସଭା ଭିତରେ ରହିବୁ, ଯାହା ହେବ ଦେଖାଯିବ । ସେମାନେ ଆମକୁ ଡରାଇ କିଛି କରିପାରିବେନି । ଲୋକଙ୍କ ସ୍ବାର୍ ପାଇଁ କଂଗ୍ରେସ ଲଢେଇ ଜାରି ରହିବ । ''

'ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ଏପରି ସ୍ଥିତି ହୋଇନଥାନ୍ତା'

ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, '' ନିଲମ୍ବିତ କଂଗ୍ରେସ ବିଧାୟକ ନିଷ୍ପତ୍ତି ନେଇଛନ୍ତି ଆଜି ଗୃହରେ ରହିବେ ଛାଡିକିଯିବେ ନାହିଁ । ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ରହିବେ । ସେମାନେ ଗୃହ କମିଟି କରିବାକୁ ଦାବି କରି ଗୃହରେ ହଟ୍ଟଗୋଳ କରୁଥିଲେ, ତେଣୁ ବାଚସ୍ପତି ନିଲମ୍ବନ କରିଛ୍ତି । ଯଦି ତାଙକ ଦାବି ଉପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥାନ୍ତେ ତେବେ ଏପରି ସ୍ଥିତି ଉପୁଜିନଥାନ୍ତା । ଯଦି ଗୃହ କମିଟି କରିବାକୁ ସେ ଦାବି କଲେ ତାହାକୁ ଯଦି ସରକାର ଗ୍ରହଣ କରିଥାନ୍ତେ ତେବେ ଅଚଳାବସ୍ଥା ହୋଇନଥାନ୍ତା । ଏତି ପାଇ ଆମେ ସମସ୍ତେ ମର୍ମାହତ । କଂଗ୍ରେସ ଓ ସରକାର ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ''

ଇଟିଭି ଭାରତ, ଭୁବନେଶ୍ବର

Last Updated : March 25, 2025 at 9:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.