ETV Bharat / sports

6,6,6,6,6,6... ଇଂଲଣ୍ଡର ଗର୍ବ ଭାଙ୍ଗିଥିଲେ ଯୁବରାଜ, 6 ବଲରେ 6 ଛକା - Six Sixes In An Over

Yuvraj Singh smashed six consecutive sixes: 21 ବର୍ଷ ବୟସରେ 6 ବଲରେ 6 ଛକା ମାରି ରେକର୍ଡ ବୁକରେ ନିଜ ନାମ ଲେଖିଥିଲେ ଷ୍ଟାର ବ୍ୟାଟର ଯୁବରାଜ । ଟି-20 କ୍ରିକେଟରେ ବିଶ୍ବରେ ପ୍ରଥମ ବ୍ୟାଟର ଭାବେ ଓ୍ବାର୍ଲ୍ଡ ରେକର୍ଡ କରିଥିଲେ ଯୁବରାଜ ।

author img

By ETV Bharat Sports Team

Published : Sep 19, 2024, 3:16 PM IST

Updated : Sep 19, 2024, 7:26 PM IST

Yuvraj Singh
Yuvraj Singh ((Getty))

ହାଇଦ୍ରାବାଦ: ସେପ୍ଟେମ୍ବର 19 ତାରିଖ, ବର୍ଷ 2007 । ଦକ୍ଷିଣ ଆଫ୍ରିକାର କ୍ରିକେଟ ପଡିଆରେ ଆସିଥିଲା ଯୁବରାଜ ସିଂଙ୍କ ଝଡ । ଇଂଲଣ୍ଡ ବିପକ୍ଷ ଟି-20 ମ୍ୟାଚରେ ବିଶ୍ବ ଦେଖିଥିଲା ଷ୍ଟାର ଅଲରାଉଣ୍ଡର ଯୁବରାଜଙ୍କ ସୁପର ସୋ । ଇଂଲିସ ପେସର ଷ୍ଟୁଆର୍ଟ ବ୍ରୋଡଙ୍କୁ 6 ବଲରେ 6 ଛକା ମାରିଥିଲେ ଭାରତର ଭେଟେରାନ ବାମହାତୀ ବ୍ୟାଟ୍ସମ୍ୟାନ । ବିଶ୍ବ କ୍ରିକେଟର ପଦାର୍ପଣ ଟି-20 ବିଶ୍ବକପରେ ସାରା ବିଶ୍ବକୁ ବିଗ୍ ହିଟରେ ଚକିତ କରିଥିଲେ ଯୁବରାଜ ସିଂ । ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡରଙ୍କ ସହିତ ମୁହାଁମୁହିଁ ପରେ ବିସ୍ଫୋରକ ଅବରତାରରେ ଲମ୍ବା ଲମ୍ବା ଛକା ଷ୍ଟାଡିୟମ ବାହାରକୁ ମାରିଥିଲେ ଯୁବରାଜ ସିଂ ।

ଏହା ବି ପଢନ୍ତୁ-ବାଂଲାଦେଶ ବିପକ୍ଷ ସିରିଜ ହେବ 'ରେକର୍ଡ ବ୍ରୋକର ସିରିଜ୍‌'; ଅନେକ ରେକର୍ଡ ଭାଙ୍ଗିବେ ଏହି ଷ୍ଟାର ଖେଳାଳି - India vs Bangladesh Test
ଏହା ବି ପଢନ୍ତୁ-ଚେପକ୍ ଲଢେଇ; ଭାରତର ବ୍ୟାଟିଂ ବିପର୍ଯ୍ୟୟ, ବାଂଲାଦେଶର ଜବରଦସ୍ତ ବୋଲିଂ, ଫେଲମାରିଲେ କୋହଲି-ଗିଲ୍-ରୋହିତ - IND vs BAN 1st Test

ଭାରତର ସ୍କୋର ଥିଲା 16.4 ଓଭରେ, 155/3, ଯେତେବେଳେ ଯୁବରାଜ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । ପ୍ରଥମ 6ଟି ବଲରେ 3ଟି ବାଉଣ୍ଡ୍ରୀ ମାରି ଫର୍ମର ପରିଚୟ ଦେଇଥିଲେ ଯୁବରାଜ । ଏହା ପରେ ଆରମ୍ଭ ହୋଇଥିଲା ଛକା ବର୍ଷା । ଆଉ ଇନିଂସର ଶେଷ ଓଭରରେ ବ୍ରୋଡଙ୍କ 6 ବଲରେ 6 ଛକା ମାରିଥିଲେ ଯୁବରାଜ । ଯୁବରାଜ ଏହି ମ୍ୟାଚରେ 16 ବଲରେ 58 ରନ ସ୍କୋର କରିଥିଲେ । ଭାରତର ସ୍କୋର 218ରେ ପହଞ୍ଚିଥିଲା । ଏହି ସ୍କୋର ଥିଲା ଭାରତର ଟ-20ରେ ପ୍ରଥମ 200 ରୁ ଅଧିକ ରନ ସ୍କୋର । ଭାରତ ଏହି ମ୍ୟାଚ 18ରନରେ ଜିତିଥିଲା । ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇଥିଲେ ଯୁବରାଜ ।

ଏହା ବି ପଢନ୍ତୁ- ‘ମୋତେ କାହିଁକି ବଲ ମାରୁଛ’...ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବବାଲ ! ପନ୍ତଙ୍କ ସହିତ ପଙ୍ଗା ନେଲେ ଲିଟନ୍ ଦାସ - Rishabh Pant vs Litton Das

ଯୁବରାଜଙ୍କ ଦ୍ରୁତତମ ଅର୍ଦ୍ଧଶତକ-

ମାତ୍ର 12 ବଲରୁ 50 ରନ ସ୍କୋର କରି ଇତିହାସରେ ନିଜ ନାଁ ଲେଖିଥିଲେ ଯୁବରାଜ । ଏହି ମ୍ୟାଚରେ ଯୁବରାଜ 16 ବଲରେ 58 ରନ ସ୍କୋର କରିଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ 6 ବଲରେ 6 ଛକା ମାରିଥିବା ଖେଳାଳି

NoPlayerTeamOpponentTournament
1 ହର୍ସେଲ ଗିବସ୍ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡ ODI World Cup (2007)
2ଯୁବରାଜ ସିଂଭାରତ ଇଂଲଣ୍ଡT20 World Cup (2007)
3କିରଣ ପୋଲାର୍ଡ ଓ୍ବେଷ୍ଟ ଇଣ୍ଡିଜ୍ ଶ୍ରୀଲଙ୍କା T20I series (2021)
4ଜସକରନ ମାଲୋହୋତ୍ରା ଆମେରିକା ପପୁଆ ନ୍ୟୁ ଗୁନିଆ ODI Series (2021)
5ଦୀପେନ୍ଦ୍ର ସିଂ ଏରି ନେପାଳ କାତାରACC Men’s Premier Cup 2024
6ଡାରସ ଭେସିର ସାମୋଆଭାନୁଟୁ T20 World Cup East Asia-Pacific Region Qualifier

Last Updated : Sep 19, 2024, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.