ETV Bharat / sports

ବାରବାଟୀ T20 ମ୍ୟାଚ୍ ଅପରିବର୍ତ୍ତିତ, ଡିସେମ୍ବର 9ରେ ଦ.ଆଫ୍ରିକା ବିପକ୍ଷ ଖେଳ ନେଇ ସ୍ପଷ୍ଟ କଲା ବିସିସିଆଇ - BARABATI MATCH

ବିସିସିଆଇ 2025 ଅନ୍ତର୍ଜାତୀୟ ଘରୋଇ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି।

BARABATI INDIA - SOUTH AFRICA T20I MATCH
BARABATI INDIA - SOUTH AFRICA T20I MATCH (ETV BHARAT ODISHA)
author img

By ETV Bharat Odisha Team

Published : June 10, 2025 at 9:34 AM IST

2 Min Read

କଟକ: ଚଳିତ ବର୍ଷ ଡିସେମ୍ବର ୯ ତାରିଖରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ T20 ମ୍ୟାଚ୍। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବ ପ୍ରଥମ T20 ମ୍ୟାଚ୍। ଏନେଇ ସ୍ପଷ୍ଟ କରିଛି ବିସିସିଆଇ। ପୂର୍ବରୁ ମ୍ୟାଚ୍ ହେବା ନେଇ ଓସିଏ ପକ୍ଷରୁ ଯଦିଓ ଇଙ୍ଗିତ ମିଳିଥିଲା, ତଥାପି ମ୍ୟାଚ୍ କୁ ନେଇ କୌଣସି ସ୍ପଷ୍ଟ ହୋଇନଥିଲା।

ସେପଟେ ବିସିସିଆଇ ଗତକାଲି 2025 ଅନ୍ତର୍ଜାତୀୟ ଘରୋଇ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି। ଅକ୍ଟୋବର 2ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟର ସ୍ଥାନ ପରିବର୍ତ୍ତନ କରିଛି ବିସିସିଆଇ। ଅକ୍ଟୋବର 10ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି। ସେହିଭଳି ନଭେମ୍ବର 14ରେ ଦିଲ୍ଲୀରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର ହୋଇଛି।

BARABATI INDIA - SOUTH AFRICA T20I MATCH
BARABATI INDIA - SOUTH AFRICA T20I MATCH (ETV BHARAT ODISHA)

ଚଳିତ ବର୍ଷ ଅର୍ଥାତ୍ 2025 ନଭେମ୍ବର 14ରୁ ଆରମ୍ଭ ହେବ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ। ଏହି ଅବସରରେ ଦଳ ଏଠାରେ ଘରୋଇ ଭାରତ ବିପକ୍ଷରେ 2ଟି ଟେଷ୍ଟ, 3ଟି ଏକଦିବସୀୟ (ODI) ଓ 5ଟି ଟି-20 (T20I) ଖେଳିବା କାର୍ଯ୍ୟକ୍ରମ ରହିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ-

ଭାରତ- ଦକ୍ଷିଣ ଆଫ୍ରିକା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

  • ନଭେମ୍ବର 14- ପ୍ରଥମ ଟେଷ୍ଟ - ଇଡେନ ଗାର୍ଡେନସ, କୋଲକାତା
  • ନଭେମ୍ବର 22- ଦ୍ବିତୀୟ ଟେଷ୍ଟ - ବାର୍ଷାପାରା କ୍ରିକେଟ ଷ୍ଟାଡିଅମ, ଗୁଆହାଟୀ
  • ନଭେମ୍ବର 30- ପ୍ରଥମ ODI - JSCA ଅନ୍ତର୍ଜାତୀୟ ଷ୍ଟାଡିଅମ୍ କମ୍ପ୍ଲେକ୍ସ, ରାଞ୍ଚି
  • ଡିସେମ୍ବର 03 - ଦ୍ବିତୀୟ ODI - ସହିଦ ବୀର୍ ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିଅମ୍, ରାଏପୁର
  • ଡିସେମ୍ବର 06 - ତୃତୀୟ ODI - Dr. Y.S. ରାଜଶେଖର ରେଡ୍ଡି ACA-VDCA କ୍ରିକେଟ ଷ୍ଟାଡିଅମ୍, ବିଶାଖାପାଟନମ୍
  • ଡିସେମ୍ବର 09 - ପ୍ରଥମ T20I - ବାରବାଟୀ ଷ୍ଟାଡିଅମ୍, କଟକ
  • ଡିସେମ୍ବର 11 - ଦ୍ବିତୀୟ T20I - ମହାରାଜା ୟାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିଅମ୍, ମୁଲାନପୁର, ଚଣ୍ଡିଗଡ଼
  • ଡିସେମ୍ବର 14 - ତୃତୀୟ T20I - ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିଅମ୍, Dharamsala
  • ଡିସେମ୍ବର 17 - ଚତୁର୍ଥ T20I - ଭାରତ ରତ୍ନ ଶ୍ରୀ ଅଟଳ ବିହାରି ବାଜପେୟୀ ଏକନା କ୍ରିକେଟ ଷ୍ଟାଡିଅମ୍, ଲକ୍ଷ୍ନୌ
  • ଡିସେମ୍ବର 19 - ପଞ୍ଚମ T20I - ନରେନ୍ଦ୍ର ମୋଦି ଷ୍ଟାଡିଅମ୍, ଅହମ୍ମଦାବାଦ

ବାରବାଟୀରେ ଶେଷ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଆୟୋଜନକୁ ନେଇ ନିନ୍ଦିତ ହୋଇଥିଲା ବାରବାଟୀ। ମ୍ୟାଚ୍ ଚାଲିଥିବା ବେଳେ କିଛି ସମୟ ପାଇଁ ଫ୍ଲଡ଼ ଲାଇଟ୍ ବନ୍ଦ ହୋଇ ଯାଇଥିଲା।ଯାହାକୁ ନେଇ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା। ଏପରିକି ବାରବାଟୀରେ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ହେବ କି ନାହିଁ, ସେ ନେଇ ଆଶା କ୍ଷୀଣ ଥିଲା। ଅନେକ ସମୀକ୍ଷକ ବି ଆକଳନ କରିଥିଲେ କି ବାରବାଟୀରେ ମ୍ୟାଚ୍ ଆଉ ହେବ ନାହିଁ। ତେବେ ସବୁ ଆକଳନ ଭୁଲ ସାବ୍ୟସ୍ତ ହୋଇଛି। ପୁଣି ବାରବାଟୀରେ ମ୍ୟାଚ୍ ଖେଳାଯିବାକୁ ନେଇ ଅନେକ ପ୍ରଶଂସକ ବେଶ ଖୁସି ପ୍ରକଟ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ- ପୁଣି ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ; ଡିସେମ୍ବର ୯ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ଫାଇଟ୍

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.