RCB VICTORY PARADE STAMPEDE ବେଙ୍ଗାଲୁରୁ: ଆରସିବି ବିଜୟ ଉତ୍ସବ ସେଲିବ୍ରେସନ ବେଳେ ଦଳାଚକଟାରେ 11 ଜଣ ଫ୍ୟାନ୍ସଙ୍କ ମୃତ୍ୟୁ ସୂଚନା । ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟିଛି । ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ଏକାଧିକ ଫ୍ୟାନ୍ସଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁତ ସଂଖ୍ୟାରେ କ୍ରିକେଟ ଫ୍ୟାନ ଭିଡ଼ ଜମାଇବାରୁ ଅଘଟଣ ଘଟିଥିଲା ।
The mishap in Bengaluru is absolutely heartrending. In this tragic hour, my thoughts are with all those who have lost their loved ones. I pray that those who are injured have a speedy recovery: Prime Minister Narendra Modi pic.twitter.com/ed60yp2FYt
— ANI (@ANI) June 4, 2025
ଏପଟେ ଏହି ଅଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦୁର୍ଘଟଣା କିଭଳି ଘଟିଲା ଏନେଇ ମ୍ୟାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏହା ସହିତ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ବ୍ୟକ୍ତି ବିଶେଷଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।
#WATCH | Bengaluru, Karnataka: Visuals from outside Chinnaswamy Stadium, where the slippers and shoes are scattered. A stampede occurred here, claiming the lives of 11 people and injuring 33 people. pic.twitter.com/5DBhW9IFli
— ANI (@ANI) June 4, 2025
ବେଙ୍ଗାଲୁରୁରେ ଦଳାଚକଟାରେ 11 ମୃତ-
- ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା; 11 ମୃତ
- ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ 11 ମୃତ
- ବହୁତ ସଂଖ୍ୟାରେ କ୍ରିକେଟ୍ ଫ୍ୟାନ୍ ଭିଡ଼ ଜମାଇବାରୁ ଅଘଟଣ
- ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ବନ୍ଦ ହେଲା ମେଟ୍ରୋ ଷ୍ଟେସନ୍
- ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା
#WATCH | Bengaluru, Karnataka | A large number of #RoyalChallengersBengaluru fans have turned up to catch a glimpse of their champion team at the M Chinnaswamy Stadium.
— ANI (@ANI) June 4, 2025
A special felicitation ceremony for all RCB players has been organised by the Karnataka State Cricket… pic.twitter.com/Kj8L3FB9Ii
ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମର ଫାଟକ ନିକଟରେ ବୁଧବାର ଦଳାଚକଟା ଘଟି ଜଣେ ମହିଳାଙ୍କ ସମେତ 11 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 15 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବା ପରେ ହଜାର ହଜାର ପ୍ରଶଂସକ ସେଠାରେ ଏକତ୍ରିତ ହୋଇଥିଲେ ବିଜୟ ଉତ୍ସବ ସେଲିବ୍ରେସନ୍ ପାଇଁ । ଏହି ସମୟରେ ବହୁତ ସଂଖ୍ୟାରେ କ୍ରିକେଟ୍ ଫ୍ୟାନ ଭିଡ ଜମାଇବାରୁ ଅଘଟଣ ଘଟିଛି ।
#WATCH | Karnataka police use mild force to manage the crowd outside M Chinnaswamy Stadium in Bengaluru
— ANI (@ANI) June 4, 2025
A large number of #RoyalChallengersBengaluru fans have arrived here to catch a glimpse of their champion team
A special felicitation ceremony has been organised by the… pic.twitter.com/lQvGEE2LNj
ଆରସିବିର ଆଇପିଏଲ ବିଜୟ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଷ୍ଟାଡିୟମ ଫାଟକ ଆଡ଼କୁ ମାଡିଗଲା ସମୟରେ ଭିଡ଼ ଜମିବା ସହିତ ଦଳାଚକଟା ଘଟି ଜୀବନହାନି ହେବା ପରେ ଉତ୍ସବର ମାହୋଲ କ୍ଷଣିକେ ଦୁଃଖଦ ସ୍ଥିତିକୁ ବଦଳିଯାଇଛି ।
#WATCH | A car was damaged after fans climbed over it outside the M Chinnaswamy Stadium in Bengaluru
— ANI (@ANI) June 4, 2025
A large number of #RoyalChallengersBengaluru fans have turned up here to catch a glimpse of their champion team.
A special felicitation ceremony for all RCB players has been… pic.twitter.com/WuNrbo5Bzh
#WATCH | Bengaluru: #RoyalChallengersBengaluru fans climb over the M Chinnaswamy Stadium walls and fences.
— ANI (@ANI) June 4, 2025
A large number of #RoyalChallengersBengaluru fans have turned up to catch a glimpse of their champion team.
A special felicitation ceremony for all RCB players has been… pic.twitter.com/JoxHCd3RfM
ମୃତକ ଏବଂ ଆହତ ବ୍ୟକ୍ତିଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶ କରାଯାଇ ନାହିଁ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଶହ ଶହ ପ୍ରଶଂସକ ବ୍ୟାରିକେଡ୍ ଭାଙ୍ଗି ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଦଳାଚକଟା ହୋଇଥିଲା । ପରେ ପୋଲିସ ମୃଦୁ ଲାଠିଚାର୍ଜ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ସହିତ ଷ୍ଟାଡିୟମ ନିକଟ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି ।
Bengaluru: On the stampede incident, Karnataka CM Siddaramaiah says, " a major tragedy occurred during the victory celebrations. it happened near the chinnaswamy stadium. the government has announced a compensation of rs 10 lakh for the deceased. the government will provide free… pic.twitter.com/9M5Hrjppmh
— ANI (@ANI) June 4, 2025
#WATCH | Karnataka police use mild force to manage the crowd outside M Chinnaswamy Stadium in Bengaluru
— ANI (@ANI) June 4, 2025
A large number of #RoyalChallengersBengaluru fans have arrived here to catch a glimpse of their champion team. pic.twitter.com/rnBSTx8vEN
Most of deceased in RCB celebrations are youth. Govt to provide Rs 10 lakh compensation to kin of deceased: CM Siddaramaiah
— Press Trust of India (@PTI_News) June 4, 2025
IANS ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ରାସ୍ତାରେ ଅତ୍ୟଧିକ ଭିଡ଼ ଯୋଗୁଁ ଆମ୍ବୁଲାନ୍ସଗୁଡ଼ିକ ଶୀଘ୍ର ହସ୍ପିଟାଲକୁ ଯାଇପାରିଲା ନାହିଁ । ଏକ ଭିନ୍ନ ଘଟଣାରେ, ଜଣେ ପ୍ରଶଂସକ ଷ୍ଟାଡିୟମ ଭିତରକୁ ଡେଇଁବା ପାଇଁ ଗେଟ୍ ଚଢ଼ିବା ସମୟରେ ପଡ଼ିଗଲେ ଏବଂ ତାଙ୍କ ଗୋଡ଼ ଭାଙ୍ଗିଗଲା । ସୁରକ୍ଷା କାରଣ ଦର୍ଶାଇ କର୍ଣ୍ଣାଟକ ସରକାର ପୂର୍ବରୁ ବିଧାନ ସୌଧରୁ ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମକୁ ବିଜୟ ପରେଡ୍ ବାତିଲ କରିଥିଲେ ।
The tragic stampede near Bengaluru’s Chinnaswamy Stadium during RCB’s IPL victory celebrations is heartbreaking.
— Rahul Gandhi (@RahulGandhi) June 4, 2025
My condolences to the families who lost their loved ones. Wishing a swift and full recovery to all those injured.
In this hour of grief, I stand with the people of…
ଆଜି ସକାଳେ RCB ଦଳ HAL ବିମାନବନ୍ଦରରେ ପହଞ୍ଚିଲା, ସେମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ସେ ପ୍ରତ୍ୟେକ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଶିବକୁମାର ବିଶେଷ ଭାବରେ କ୍ରିକେଟର ବିରାଟ କୋହଲିଙ୍କୁ ସ୍ୱାଗତ କରିଥିଲେ, ତାଙ୍କୁ RCB ଦଳର ପତାକା ଏବଂ କନ୍ନଡ ପତାକା ଉଭୟ ପ୍ରଦାନ କରିଥିଲେ ।
The loss of lives in the tragic happening at a stadium in Bengaluru is shocking and heartbreaking. My condolences to the bereaved families and prayers for the speedy recovery of the injured.
— President of India (@rashtrapatibhvn) June 4, 2025