ETV Bharat / sports

ଏହି ଦିନ ବିବାହ କରିବେ ରିଙ୍କୁ ଏବଂ ସାଂସଦ ପ୍ରିୟା ! ଜାଣନ୍ତୁ ନିର୍ବନ୍ଧ ତାରିଖ ? - RINKU SINGH PRIYA SAROJ WEDDING

ଭାରତୀୟ କ୍ରିକେଟର ରିଙ୍କୁ ସିଂ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି।

RINKU SINGH PRIYA SAROJ WEDDING
RINKU SINGH PRIYA SAROJ WEDDING (ANI & IANS PHOTO)
author img

By ETV Bharat Odisha Team

Published : June 1, 2025 at 7:19 PM IST

2 Min Read

RINKU SINGH PRIYA SAROJ WEDDING ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ କ୍ରିକେଟର ରିଙ୍କୁ ସିଂ । ସମାଜବାଦୀ ପାର୍ଟିର ସର୍ବକନିଷ୍ଠ ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି କ୍ରିକେଟର ରିଙ୍କୁ । ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଉଭୟ ପରିବାର ବିବାହ ପାଇଁ ରାଜି ହୋଇଛନ୍ତି ଏବଂ ଉଭୟ ବାରାଣସୀରେ ଧୁମଧାମରେ ବିବାହ କରିବେ ।

ରିପୋର୍ଟରେ ଦାବି କରାଯାଇଛି ଯେ ରିଙ୍କୁ ସିଂ ଜୁନ୍ 8 ରବିବାର ଲକ୍ଷ୍ନୌର ଏକ ହୋଟେଲରେ ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିବେ ଏବଂ ନଭେମ୍ବର 18 ରେ ବାରାଣସୀର ହୋଟେଲ୍ ତାଜରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବିବାହରେ ଅନେକ ରାଜନୈତିକ ନେତା ଏବଂ ଫିଲ୍ମ ତାରକା ଯୋଗଦେବାର ଆଶା କରାଯାଉଛି ।

ରିଙ୍କୁ ସିଂ ଏବଂ ପ୍ରିୟା ସରୋଜଙ୍କ ବିବାହ ଖବର-

Rinku Priya Wedding ଆପଣଙ୍କୁ ଜଣାଇ ଦିଆଯାଉଛି ଦୁହିଁଙ୍କ ବିବାହ ଖବର ଜାନୁଆରୀରେ ଆସିଥିଲା । ସେହି ସମୟରେ ପ୍ରିୟାଙ୍କ ବାପା ଏବଂ ସମାଜବାଦୀ ପାର୍ଟି ବିଧାୟକ ଟୁଫାନି ସରୋଜ କହିଥିଲେ ଯେ ତାଙ୍କ ପରିବାର ଆଲିଗଡ଼ରେ ରିଙ୍କୁ ସିଂଙ୍କ ବାପାଙ୍କ ସହିତ ପିଲାମାନଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ ଏବଂ ଉଭୟ ପରିବାର ବିବାହ ନେଇ ଉତ୍ସାହିତ ଥିଲେ ।

RINKU PRIYA WEDDING
RINKU PRIYA WEDDING (ANI PHOTO)

RINKU SINGH WIFE ସେ ଏହା ମଧ୍ୟ କହିଛନ୍ତି ଯେ ରିଙ୍କୁ ଏବଂ ପ୍ରିୟା ପରସ୍ପରକୁ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଜାଣନ୍ତି। ସେମାନେ ଉଭୟ ପରସ୍ପରକୁ ପସନ୍ଦ କରୁଥିଲେ, କିନ୍ତୁ ସମ୍ପର୍କ ପାଇଁ ସେମାନଙ୍କୁ ସେମାନଙ୍କ ପରିବାରର ସମ୍ମତି ଆବଶ୍ୟକ ଥିଲା। ଏହି ବିବାହ ପାଇଁ ଉଭୟ ପରିବାର ରାଜି ହୋଇଛନ୍ତି ।

ଏହା ବି ପଢନ୍ତୁ- ରାଜନୀତିରେ ପାଦ ଦେବେ କ୍ରିକେଟର ରିଙ୍କୁ ସିଂ ! ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ - Rinku Singh meet Yogi Adityanath - RINKU SINGH MEET YOGI ADITYANATH

ରିଙ୍କୁ ସିଂଙ୍କ କ୍ରିକେଟ୍ କ୍ୟାରିଅର-

ରିଙ୍କୁ ସମ୍ପ୍ରତି ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ରେ KKR ପାଇଁ ଖେଳିଥିଲେ । ଯେଉଁଠାରେ ତାଙ୍କ ଦଳ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ । ରିଙ୍କୁ ଏହି ସିଜିନରେ 13 ମ୍ୟାଚ୍ ରେ 206 ରନ୍ କରିଥିଲେ, 29.42 ହାରାହାରି ଏବଂ 153.73 ଷ୍ଟ୍ରାଇକ୍-ରେଟ୍ ରହିଥିଲା । ନାଇଟ୍ ରାଇଡର୍ସ 14 ମ୍ୟାଚ୍ ରୁ ପାଞ୍ଚଟି ବିଜୟ ସହିତ 12 ପଏଣ୍ଟ ଏବଂ -0.305 ନେଟ୍ ରନ୍ ରେଟ୍ ସହିତ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଥିଲା ।

ଆଲିଗଡ଼ର ବାସିନ୍ଦା ରିଙ୍କୁ ସିଂ 2023 ଆଇପିଏଲ୍ ସମୟରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଯଶ ଦୟାଲଙ୍କୁ ଲଗାତାର ପାଞ୍ଚଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ । ସେ ସେବେଠାରୁ ଦୁଇଟି ଦିନିକିଆ ଏବଂ 33 ଟି-20ରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ତିନୋଟି ଅର୍ଦ୍ଧଶତକ ସହିତ 601 ରନ୍ କରିଛନ୍ତି ।

RINKU PRIYA WEDDING
RINKU PRIYA WEDDING (ETV Bharat)

ପ୍ରିୟା ସରୋଜ କିଏ ?

Rinku Singh Marriage ବାରାଣସୀର କରଖିଆଓଁ ଗାଁର ପ୍ରିୟା ସରୋଜ ବହୁ ବର୍ଷ ଧରି ସମାଜବାଦୀ ପାର୍ଟି (SP) ସହିତ ସକ୍ରିୟ ଭାବରେ ଜଡିତ ଅଛନ୍ତି। 2024 ମସିହାରେ, ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ମଛଲିଶହରରୁ ବିଜୟୀ ହେବା ପରେ ସେ ଲୋକସଭାରେ ସବୁଠାରୁ କମ୍ ବୟସ୍କ ମହିଳା ସାଂସଦ। ପେଶାରେ ଜଣେ ଓକିଲ, ସେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ସମାପ୍ତ କରିବା ପରେ ନୋଏଡାର ଆମିଟି ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ପିତା, ତୁଫାନି ସରୋଜ, ଜଣେ ସମ୍ମାନିତ ରାଜନେତା ଏବଂ ମଛଲିଶହରରୁ ତିନି ଥର ସାଂସଦ ଅଛନ୍ତି। ସେ ବର୍ତ୍ତମାନ ଉତ୍ତର ପ୍ରଦେଶର ବିଧାନସଭାର ସଦସ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.