ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତ; ରୋମାନିଆକୁ ହରାଇ କ୍ବାର୍ଟର ଫାଇନାଲରେ ମହିଳା ଟେବୁଲ ଟେନିସ ଟିମ୍‌ - Paris Olympics 2024

author img

By ETV Bharat Sports Team

Published : Aug 5, 2024, 5:02 PM IST

Paris Olympics 2024 Table Tennis : ପ୍ୟାରିସ ଅଲିମ୍ପିକ୍ସରେ ଦମଦାର ଆରମ୍ଭ କରିିଛି ଭାରତୀୟ ମହିଳା ଟେବୁଲ୍‌ ଟେନିସ୍‌ ଦଳ । ରାଉଣ୍ଡ ଅଫ୍‌ 16ରେ ରୋମାନିଆକୁ ହରାଇ ପ୍ରଥମ ଥର ପାଇଁ କ୍ବାର୍ଟର ଫାଇନାଲରେ କରିଛି ପ୍ରବେଶ । ଅଧିକ ପଢ଼ନ୍ତୁ

Paris Olympics 2024 Table Tennis
Paris Olympics 2024 Table Tennis (AP Photos)

ପ୍ୟାରିସ (ଫ୍ରାନ୍ସ): ଭାରତୀୟ ମହିଳା ଟେବୁଲ୍‌ ଟେନିସ୍‌ ଦଳ ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଅଭିଯାନ ଆରମ୍ଭ କରିଛି । ସୋମବାର ସାଉଥ ପ୍ୟାରିସ୍ ଆରେନାରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ର ରୋମାଞ୍ଚକର ରାଉଣ୍ଡରେ ଭାରତୀୟ ଦଳ ରୋମାନିଆକୁ 3-2ରେ ପରାସ୍ତ କରି କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ।

ଅର୍ଚ୍ଚନା ଓ ଶ୍ରୀଜା କଲେ ଦମଦାର ଆରମ୍ଭ :-

ରାଉଣ୍ଡ ଅଫ୍‌ 16 ଟେବୁଲ୍ ଟେନିସ୍ ମ୍ୟାଚ୍‌ରେ ଭାରତୀୟ ଷ୍ଟାର ପ୍ୟାଡଲର ଅର୍ଚ୍ଚନା କାମାଥ ଓ ଶ୍ରୀଜା ଅକୁଲା ଆକ୍ରାମକ ଆରମ୍ଭ କରିଥିଲେ । ରାଉଣ୍ଡ ଅଫ୍‌ 16ର ପ୍ରଥମ ମ୍ୟାଚ୍‌ରେ ରୋମାନିଆର ଆଦିନା ଡାଏକୋନୁ ଏବଂ ଏଲିଜାବେଥ୍ ସମାରାଙ୍କୁ 11-9, 12-10 ଓ 11-7ରେ ପରାସ୍ତ କରିଥିଲେ ଏହି ଷ୍ଟାର ଭାରତୀୟ ଯୋଡ଼ି ।

ମନିକା ବତ୍ରା ଭାରତକୁ ଦେଲେ 2-0 ଲିଡ୍‌ :-

ରାଉଣ୍ଡ ଅଫ୍‌ 16 ଟେବୁଲ୍‌ ଟେନିସ୍‌ ମ୍ୟାଚ୍‌ର ଦ୍ବିତୀୟ ମ୍ୟାଚ୍‌ରେ ବିଶ୍ବର 10 ନମ୍ବର ମାନ୍ୟତାପ୍ରାପ୍ତ ରୋମାନିଆ ଖେଳାଳି ବର୍ନାଡେଟ୍ ସୋକସ୍‌ଙ୍କ ବିପକ୍ଷରେ ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର ମନିକା ବତ୍ରା 11-5, 11-7 ଓ 11-7 ସ୍କୋରରେ ଜିତିଥିଲେ ଏବଂ ମ୍ୟାଚ୍‌ରେ ଭାରତକୁ 2-0 ଲିଡ୍‌ ଦେଇଥିଲେ ।

ତୃତୀୟ ମ୍ୟାଚ୍‌ ହାରିଗଲେ ଶ୍ରୀଜା ଅକୁଲା :-

ତୃତୀୟ ମ୍ୟାଚରେ ଭାରତର ଷ୍ଟାର ପ୍ୟାଡଲର ଶ୍ରୀଜା ଅକୁଲାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ରୋମାନିଆର ଏଲିଜାବେଥ ସମାରାଙ୍କ ବିପକ୍ଷରେ 5 ସେଟ୍‌ ଗେମ୍‌ର ରୋମାଞ୍ଚକର ମ୍ୟାଚ୍‌ରେ ଅକୁଲାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । ୟୁରୋପୀୟ ଚମ୍ପିଆନ୍ ସମାରା 8-11, 11-4, 7-11, 11-6 ଓ 11-8 ସ୍କୋର ସହ ବିଜୟ ରୋମାନିଆକୁ ପ୍ରତିଯୋଗିତାରେ ବଞ୍ଚାଇ ରଖିଲା । କାରଣ ସେମାନେ ମ୍ୟାଚ୍‌କୁ 2-1ରେ ସ୍ଥିତିକୁ ଆଣିଥିଲେ ।

2-2 ସ୍କୋର ବରାବର କଲା ରୋମାନିଆ :-

ମହିଳା ଦଳର ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ର ଚତୁର୍ଥ ମ୍ୟାଚ୍‌ରେ ରୋମାନିଆର ବର୍ନାଡେଟ୍ ସୋକସ୍ 11-5, 8-11, 11-7 ଓ 11-9ରେ ଭାରତର ଅର୍ଚ୍ଚନା କାମାଥଙ୍କ ବିପକ୍ଷରେ ଜିତିଥିଲେ । କ୍ରମାଗତ ଦ୍ବିତୀୟ ବିଜୟ ସହ ରୋମାନିଆ ଦଳ ଭାରତ ବିପକ୍ଷରେ ସ୍କୋରକୁ 2-2ରେ ବରାବର ସ୍ଥିତିରେ ପହଞ୍ଚାଇଥିଲା । ବର୍ତ୍ତମାନ ରୋମାନିଆର ଇଡିନା ଡାଏକୋନୁ ଓ ଭାରତର ମନିକା ବତ୍ରାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ମ୍ୟାଚ୍‌ ଉଭୟ ଦଳ ପାଇଁ କର ବା ମର ସ୍ଥିତି ଉପୁଜାଇଥିଲା । ମହିଳା ଦଳର କ୍ବାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ଉଭୟ ଦଳକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ ହୋଇଥିଲା ।

କ୍ବାର୍ଟରରେ ସ୍ଥାନ ପକ୍କା କଲେ ମନିକା ବତ୍ରା :-

ଏହାପରେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତର ମନିକା ବତ୍ରା ରୋମାନିଆର ଏଡିନା ଡାଏକୋନୁଙ୍କୁ 11-5, 11-9 ଓ 11-9ରେ ପରାସ୍ତ କରିଥିଲେ । ଏହା ସହିତ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟେବୁଲ୍ ଟେନିସ୍‌ ଦଲ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ।

ୟୁଏସ୍‌ଏ କିମ୍ବା ଜର୍ମାନୀ ସହ ଖେଳାଯିବ କ୍ବାର୍ଟର ଫାଇନାଲ :-

ଭାରତୀୟ ମହିଳା ଟେବୁଲ୍ ଟେନିସ୍ ଦଳ ବର୍ତ୍ତମାନ କ୍ୱାର୍ଟର ଫାଇନାଲରେ ଆମେରିକା କିମ୍ବା ଜର୍ମାନୀକୁ ଭେଟିବ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ହକି ସେମିଫାଇନାଲରେ ଜର୍ମାନୀକୁ ଭେଟିବ ଟିମ୍‌ ଇଣ୍ଡିଆ; 1980 ଇତିହାସର ଘଟିବ ପୁନରାବୃତ୍ତି - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.