ETV Bharat / sports

'ଲକ୍ଷ୍ୟ'ସ୍ଥଳରେ ପହଞ୍ଚି ପାରିଲେନି ଲକ୍ଷ୍ୟ ସେନ୍‌; ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ମିଳିଲା ହାର - Paris Olympics 2024

author img

By ETV Bharat Sports Team

Published : Aug 5, 2024, 7:21 PM IST

Updated : Aug 5, 2024, 7:35 PM IST

Paris Olympics 2024 Badminton : ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ଭାରତର 4ର୍ଥ ମେଡାଲ ଜିତିବା ଲକ୍ଷ୍ୟ ପୂରଣ ହୋଇପାରିନି । ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ମାଲେସିଆର ଲି ଜି ଜିୟାଙ୍କ ଠାରୁ ହାରିଗଲେ ଲକ୍ଷ୍ୟ ସେନ । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (AP Photo)

ପ୍ୟାରିସ (ଫ୍ରାନ୍ସ): ପୂରଣ ହେଲାନି ଭାରତର 'ଲକ୍ଷ୍ୟ' । ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ହାରିଲେ ଲକ୍ଷ୍ୟ ସେନ । ଫଳରେ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ଭାରତର 4ର୍ଥ ମେଡାଲ ଜିତିବା ଲକ୍ଷ୍ୟ ପୂରଣ ହୋଇପାରିନି । ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଏକ କଡ଼ା ମୁକାବିଲାରେ ମାଲେସିଆର ଲି ଜି ଜିୟା 13-21, 21-16 ଓ 21-11 ସ୍କୋରରେ ଭାରତର ଷ୍ଟାର ସଟ୍‌ଲରଙ୍କୁ ଲକ୍ଷ୍ୟ ସେନଙ୍କୁ ମାତ ଦେଇଛନ୍ତି । ଫଳରେ ଟୁର୍ଣ୍ଣାମେଣ୍ଟର 4ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ଲକ୍ଷ୍ୟ ସେନ ।

ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଲେନି ଲକ୍ଷ୍ୟ :-

ଭାରତର ଷ୍ଟାର ସଟଲର ଲକ୍ଷ୍ୟ ସେନ୍‌ ଇତିହାସ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ଯଦି ସେ ଆଜି ପଦକ ଜିତିଥାନ୍ତେ, ତେବେ ସେ ବ୍ୟାଡମିଣ୍ଟନରେ ଅଲିମ୍ପିକ୍‌ ପଦକ ଜିତିବାରେ ଭାରତ ପାଇଁ ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି ହୋଇଥାନ୍ତେ । ପ୍ରକାଶ ଥାଉ, 22 ବର୍ଷୀୟ ଲକ୍ଷ୍ୟ ସେନଙ୍କର ଏହା ଥିଲା ପ୍ରଥମ ଅଲିମ୍ପିକ୍ସ ଏବଂ ସେ ଡେବ୍ୟୁ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ।

ପ୍ରଥମ ସେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଲକ୍ଷ୍ୟ :-

ଭାରତର ଯୁବ ଷ୍ଟାର ଲକ୍ଷ୍ୟ ସେନ୍ ଆରମ୍ଭରୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବେଶ ଭଲ ଫର୍ମରେ ନଜର ଆସିଥିଲେ । ମ୍ୟାଚ୍‌ ଆରମ୍ଭରୁ ହିଁ ଲକ୍ଷ୍ୟ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ଏବଂ ମିଡ୍‌ ବ୍ରେକ୍‌ ପର୍ଯ୍ୟନ୍ତ 11-7 ସହ ଅଗ୍ରଣୀ ହାସଲ କରିଥିଲେ । ସେନ୍‌ଙ୍କ ବିଜୁଳି ଭଳି ସଟ୍‌ର କୌଣସି ଜବାବ ପ୍ରତିପକ୍ଷଙ୍କ ପାଖରେ ନଥିଲା । ସେନ୍ ତାଙ୍କର ଚମତ୍କାର ଖେଳ ଜାରି ରଖିଥିଲେ ଏବଂ ପ୍ରଥମ ସେଟ୍‌କୁ ସହଜରେ 21-13ରେ ଜିତି ନେଇଥିଲେ ।

ଦ୍ବିତୀୟ ସେଟ୍‌ ହୋଇଥିଲା ରୋମାଞ୍ଚକର :-

ଦୁଇ ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସେଟ୍ ବହୁତ ରୋମାଞ୍ଚକର ହୋଇଥିଲା । ସେନ୍ ଏହି ସେଟ୍‌କୁ ବହୁତ ଭଲ ଶୈଳୀରେ ଆରମ୍ଭ କରିଥିଲେ । କିନ୍ତୁ ସେ ପରବର୍ତ୍ତୀ ସମୟରେ ବିଫଳ ହୋଇଥିଲେ । ଲକ୍ଷ୍ୟ ପ୍ରାରମ୍ଭିକ ଅଗ୍ରଣୀ ପାଇଥିଲେ, କିନ୍ତୁ ମାଲେସିଆ ଖେଳାଳି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ମିଡ୍‌ ବ୍ରେକ ପର୍ଯ୍ୟନ୍ତ 11-8 ଅଗ୍ରଣୀ ହାସଲ କରି 3 ପଏଣ୍ଟର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ନେଇଥିଲେ । ଏହାପରେ ସେନ୍ ପ୍ରତ୍ୟାବର୍ତ୍ତନ ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ମାଲେସିଆ ଖେଳାଳି ତାଙ୍କୁ ଅଧିକ ସୁଯୋଗ ଦେଇନଥିଲେ ଏବଂ ଦ୍ୱିତୀୟ ସେଟ୍‌ 21-16ରେ ଜିତି ନେଇଥିଲେ ।

ତୃତୀୟ ସେଟ୍‌ରେ ପଛରେ ପଡ଼ିଲେ ଲକ୍ଷ୍ୟ :-

ଭାରତର ଲକ୍ଷ୍ୟ ସେନ୍ ଏବଂ ମାଲେସିଆର ଲି ଜି ଜିଆଙ୍କ ମଧ୍ୟରେ ତୃତୀୟ ସେଟ୍‌ରେ କଡ଼ା ସଂଘର୍ଷ ହୋଇଥିଲା । ଏହି ସେଟ୍‌ରେ ମାଲେସିଆ ଖେଳାଳି ଲକ୍ଷ୍ୟ ସେନଙ୍କଠାରୁ ଅଧିକ ପ୍ରଭାବୀ ମନେ ହେଉଥିଲେ । ଲକ୍ଷ୍ୟ ନିଜ ଡାହାଣ ହାତରେ ଯନ୍ତ୍ରଣା ଅନୁଭବ ମଧ୍ୟ କରିଥିଲେ । ଯନ୍ତ୍ରଣା ସତ୍ତ୍ବେ ସେ ସାହସ ନହରାଇ ସଂଗ୍ରାମ ଜାରି ରଖିଥିଲେ । କିନ୍ତୁ, ତାଙ୍କ ଉଦ୍ୟମ ଭାରତ ପାଇଁ ପଦକ ଜିତିବା ପାଇଁ ପର୍ଯ୍ୟାପ୍ତ ନଥିଲା । ମାଲେସିଆର ଲି ଜି ଜିଆ 21-11 ସ୍କୋରରେ ତୃତୀୟ ସେଟ୍ ଜିତି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ସେମିଫାଇନାଲରେ ଅଲିମ୍ପିକ୍ସ ଚମ୍ପିଆନଙ୍କ ଠାରୁ ହାରିଥିଲେ :-

ଏହାପୂର୍ବରୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍ସ ଚମ୍ପିଆନ୍ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କଠାରୁ ଯୁବ ଭାରତୀୟ ସଟଲର ଲକ୍ଷ୍ୟ ସେନଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏକ କଡ଼ା ମୁକାବିଲାରେ ଲକ୍ଷ୍ୟଙ୍କୁ 22-20 ଓ 21-14ରେ ଭିକ୍ଟର ପରାସ୍ତ କରିଥିଲେ । ତେବେ ଲକ୍ଷ୍ୟ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବରେ ବ୍ୟାଡମିଣ୍ଟନ ପୁରୁଷ ଏକକ ସେମିଫାଇନାଲରେ ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତ; ରୋମାନିଆକୁ ହରାଇ କ୍ବାର୍ଟର ଫାଇନାଲରେ ମହିଳା ଟେବୁଲ ଟେନିସ ଟିମ୍‌ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2024, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.