ETV Bharat / sports

ମହିଳା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ପାକିସ୍ତାନ, କ’ଣ ହାଇବ୍ରିଡ୍ ମଡେଲରେ ହେବ କି ଟୁର୍ଣ୍ଣାମେଣ୍ଟ? - ICC WOMENS WORLD CUP 2025

ଥାଇଲାଣ୍ଡକୁ 87 ରନରେ ପରାସ୍ତ କରି ପାକିସ୍ତାନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ICC ମହିଳା ବିଶ୍ୱକପ 2025 ପାଇଁ ଯୋଗ୍ୟତା ଅର୍ଜନ କରିଛି।

PAKISTAN WOMEN CRICKET TEAM QUALIFYING FOR ICC WOMENS WORLD CUP 2025
PAKISTAN WOMEN CRICKET TEAM QUALIFYING FOR ICC WOMENS WORLD CUP 2025 (IANS Photo)
author img

By ETV Bharat Odisha Team

Published : April 18, 2025 at 10:24 PM IST

2 Min Read

ନୂଆଦିଲ୍ଲୀ: ପାକିସ୍ତାନ ମହିଳା କ୍ରିକେଟ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ମହିଳା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏପ୍ରିଲ ୧୭ ତାରିଖରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଥାଇଲାଣ୍ଡକୁ ୮୭ ରନ୍‌ରେ ପରାସ୍ତ କରି ପାକ୍ ମହିଳା କ୍ରିକେଟ ଦଳ କ୍ୱାଲିଫାୟର୍‌ରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା।

ହାଇବ୍ରିଡ୍ ମଡେଲରେ ଖେଳାଯିବ କି ମହିଳା ବିଶ୍ୱକପ୍?

ଏହା ସହିତ ଏହା ନିଶ୍ଚିତ ହୋଇଛି ଯେ, ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ମହିଳା ବିଶ୍ୱକପ୍ ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବ। କାରଣ ପାକିସ୍ତାନ ମଧ୍ୟ ଏବେ ଏହି ଟୁର୍ଣ୍ଣାମେଣ୍ଟର ଏକ ଅଂଶ ହେବ। ହାଇବ୍ରିଡ୍ ମଡେଲ୍ ଅନୁଯାୟୀ, ପାକିସ୍ତାନ ଏହି ମେଗା ଇଭେଣ୍ଟର ସମସ୍ତ ମ୍ୟାଚ୍ ଅନ୍ୟ ସ୍ଥାନରେ ଖେଳିବ।

କାହିଁକି ହାଇବ୍ରିଡ୍ ମଡେଲରେ ହେବ ମହିଳା ବିଶ୍ୱକପ୍?

ପାକିସ୍ତାନ ୨୦୨୫ ମସିହାର ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଥିଲା। କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯାତ୍ରା କରିବାକୁ ମନା କରିଦେଇଥିଲା। ଏହି ସମୟରେ, ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମଧ୍ୟରେ ଏକ ସମାଧାନ ପନ୍ଥା ବାହାରିଥିଲା। ସେହି ସମାଧାନ ପନ୍ଥା ଅନୁୟାୟୀ, ଦୁଇ ଦେଶ ICC ଟୁର୍ଣ୍ଣାମେଣ୍ଟରେ ପରସ୍ପରର ଦେଶକୁ ଯାତ୍ରା କରିବେ ନାହିଁ ଏବଂ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଏକ ନିରପେକ୍ଷ ସ୍ଥାନରେ ସେମାନଙ୍କର ମ୍ୟାଚ୍ ଖେଳିବେ।

ପାକିସ୍ତାନ ବନାମ ଥାଇଲାଣ୍ଡ ମ୍ୟାଚ୍ କିପରି ଥିଲା?

ପାକିସ୍ତାନ ଏବଂ ଥାଇଲାଣ୍ଡ ମଧ୍ୟରେ ଖେଳାଯାଇଥିବା କ୍ୱାଲିଫାୟର ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଥାଇଲାଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ଏବଂ ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ ମୁକ୍ତ ଭାବରେ ସ୍କୋର କରିବାକୁ ଦେଇ ନଥିଲେ। ଯାହା ଫଳରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହେଉଥିଲା। ଆୟୋଜକ ଦଳ ପାଇଁ ରନ୍ ସଂଗ୍ରହ କରିବା ବହୁତ କଷ୍ଟକର ଥିଲା ଏବଂ ସେମାନେ 36ତମ ଓଭରରେ 100 ରନ୍ ଅତିକ୍ରମ କରିଥିଲେ। ପାକିସ୍ତାନ ପକ୍ଷରୁ ସିଦ୍ରା ଅମିନ ଏବଂ ଅଧିନାୟିକା ଫାତିମା ସନା ୫ମ ୱିକେଟ ପାଇଁ ୯୭ ରନ ଯୋଡିଥିଲେ। ଫାତିମା ୧୦୫ ବଲ୍‌ରେ ୮୦ ରନ୍ ସଂଗ୍ରହ କରିଥିବା ବେଳେ ସାନା ୫୯ ବଲ୍‌ରେ ୬ ଚୌକା ଏବଂ ୨ ଛକା ସହାୟତାରେ ଅପରାଜିତ ୬୨ ରନ୍ କରିଥିଲେ।

ଜବାବରେ ଥାଇଲାଣ୍ଡ ପାକିସ୍ତାନ ଅପେକ୍ଷା ଦ୍ରୁତ ଆରମ୍ଭ କରିଥିଲା। କିନ୍ତୁ ସନା, ରମୀନ ଶାମିମ ଏବଂ ନାଶରା ସାନ୍ଧୁଙ୍କ ତୀକ୍ଷ୍ଣ ବୋଲିଂ ଆଗରେ ତିଷ୍ଠି ପାରିନଥିଲା ଥାଇଲାଣ୍ଡ ଦଳ। ଥାଇଲାଣ୍ଡର ୬ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କରେ ପହଞ୍ଚିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ୨୦ ରନ୍ ଛୁଇଁ ପାରିନଥିଲେ ଏବଂ ସମଗ୍ର ଦଳ ୩୫ତମ ଓଭରରେ ୧୧୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହିପରି, ପାକିସ୍ତାନ 87 ରନରେ ମ୍ୟାଚ୍ ଜିତିଲା ଏବଂ ଭାରତରେ ହେବାକୁ ଥିବା ମହିଳା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା।

ଏହା ମଧ୍ୟ ପଢ଼ନ୍ତୁ- କେଏଲ ରାହୁଲଙ୍କ ଜନ୍ମଦିନରେ ଝିଅର ଝଲକ ଦେଖାଇଲେ ଆଥିଆ, ବେବି ନାଁ କଲେ ଖୁଲାସା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.