
ଭାରତରେ ପ୍ରଥମ, ଅଗଷ୍ଟ 10ରୁ କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍, ଜାଣନ୍ତୁ ପୁରା ସୂଚୀ
ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରତିଯୋଗିତା । 19 ଟି ଇଭେଣ୍ଟରେ ଅଂଶ ଗ୍ରହଣ କରିବେ 225 ପ୍ରତିଯୋଗୀ ।

Published : August 7, 2025 at 8:02 PM IST
|Updated : August 7, 2025 at 9:04 PM IST
ଭୁବନେଶ୍ବର: ପୁଣି ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବିଶ୍ବସ୍ତରୀୟ କ୍ରୀଡା ମହାକୁମ୍ଭ । ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ (WACT) । ଆସନ୍ତା 10 ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ । ଏଥି ପାଇଁ ବିଭିନ୍ନ ଦେଶରୁ ଖେଳାଳି ଆସି ଓଡି଼ଶାରେ ପହଞ୍ଚିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
19 ଟି ଇଭେଣ୍ଟରେ ଅଂଶ ଗ୍ରହଣ କରିବେ 225 ପ୍ରତିଯୋଗୀ:
ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଥିବା ଏହି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁରରେ 17 ଟି ଦେଶର 225 ପ୍ରତିଯୋଗୀ 19 ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କଳିଙ୍ଗ ଷ୍ଟାଡିଅମରେ ସ୍ଥିତି ସମୀକ୍ଷା କରିସାରିଛନ୍ତି କ୍ରୀଡାମନ୍ତ୍ରୀ । ଅନ୍ତର୍ଜାତୀୟ ପ୍ରତିଯୋଗିତା ରାଜ୍ୟରେ ଆୟୋଜନ ହେବା ଦ୍ୱାରା ରାଜ୍ୟବାସୀ ଦେଖିବାକୁ ପାଇବେ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କ ପ୍ରଦର୍ଶନ । କେବଳ ସେତିକି ନୁହେଁ ଯୁବ କ୍ରୀଡ଼ାବିତ ମଧ୍ୟ ଏହି ଖେଳାଳିଙ୍କ ଠାରୁ ଅନେକ ପ୍ରେରଣା ପାଇବେ ।

ଏହି ଦେଶର ଖେଳାଳି ସାମିଲ ହେବେ:
ପୂର୍ବରୁ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିସାରିଛି ଓଡି଼ଶା । ଅନେକ କ୍ରୀଡାର ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିପାରିଛି କଳିଙ୍ଗ ଷ୍ଟାଡିଅମ । ଏଥର ଖେଳାଯିବାକୁ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଭୁଟାନ, ଗ୍ରେଟ ବ୍ରିଟେନ, ଇରାନ, ଇରାକ, କୋରିଆ, ମାଲେସିଆ, ନେପାଳ, ଫିଲିପାଇନ୍ସ, ପାପୁଆ ନ୍ୟୁ ଗିନି, ପର୍ତ୍ତୁଗାଲ, ଜବୁଟି, ସାଉଥ ଆଫ୍ରିକା, ସୋମଲିଆ, ଶ୍ରୀଲଙ୍କା, ତୁର୍କମେନିସ୍ତାନ । ଆଦି ଦେଶର କ୍ରୀଡ଼ାବିତ ନଜର ଆସିବେ । ରାଜ୍ୟର କ୍ରୀଡ଼ାବିତ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତଙ୍କ ଆଶା । କ୍ରୀଡା ଭିତିଭୂମି ପାଇଁ ଅନେକ ସମୟରେ ପ୍ରଶଂସା ସାଉଁଟିଛି ଓଡିଶା । ଏହିପରି ଗୋଟେ ପରେ ଗୋଟେ ପ୍ରତିଯୋଗିତା ଆୟୋଜନ ହେଲେ ରାଜ୍ୟରୁକ୍ରୀଡ଼ାବିତ ସୃଷ୍ଟି ହେବେ ।

ପୁରୁଷ: 100 ମିଟର, 200 ମିଟର, 400 ମିଟର, 800 ମିଟର, 5000 ମିଟର, ହାଇ ଜମ୍ପ, ଜାଭେଲିନ ଥ୍ରୋ, 4x400 ମିଟର ରିଲେ ଓ ଟ୍ରିପଲ ଜମ୍ପ ।
ମହିଳା: 100 ମିଟର, 200 ମିଟର, 200 ମିଟର, 800 ମିଟର, 1500 ମିଟର, 100 ମିଟର ହଡଲ୍ସ, ଲଙ୍ଗ ଜମ୍ପ, ଜାଭେଲିନ ଥ୍ରୋ ଓ 4x400 ମିଟର ରିଲେ ।
ମିକ୍ସ୍ଡ: 4x400 ମିଟର ରିଲେ

ଓଡ଼ିଶାର 3 କ୍ରୀଡ଼ାବିତ ସାମିଲ ହେବେ:
ଓଡ଼ିଶାରେ ପ୍ରଥମ ଥର ପାଇଁ ୱର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁରର ଆୟୋଜନ ହେବା ଗର୍ବ ଓ ଗୌରବର ବିଷୟ । ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବାରୁ ଆରମ୍ଭ କରି ପ୍ରତିଯୋଗିତାରେ ଭାଗନେଉଥିବା ଖେଳାଳୀମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ଏଥିସହ ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଓଡ଼ିଶାର କ୍ରୀଡ଼ାବିତମାନେ ମଧ୍ୟ ନିକଟ ଅତୀତରେ ଆୟୋଜିତ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର 3 କ୍ରୀଡ଼ାବିତ ସାମିଲ ହେବେ । ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।

ଓଡ଼ିଶାର ଅନିମେଶ କୁଜୁର କ୍ରୀଡାରେ ଭାଗ ନେବେ । ସେ କହିଛନ୍ତି, "କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ, ତେଣୁ ଦର୍ଶକ ମାନେ ଆସି ଆମକୁ ଉତ୍ସାହିତ କରନ୍ତୁ l ଏହା ଭାରତରେ ପ୍ରଥମ ଥର ପାଇଁ ହେଉଛି l "
ସେହିପରି ଆଥଲେଟ୍ ଲାଲୁ ପ୍ରସାଦ ଭୋଇ କହିଛନ୍ତି, "ମୁଁ ନିଜେ ଏଥିରେ ଭାଗ ନେଇଛି l ଏହା ଓଡ଼ିଶାର ପ୍ରଥମ ଥର ହେବାକୁ ଯାଉଛି l ମୁଁ ବହୁତ ଖୁସି କି ମୋ ନିଜ ହୋମ୍ ଗ୍ରାଉଣ୍ଡରେ ପ୍ରଦର୍ଶନ କରିବି l ଭାରତୀୟ ଖେଳାଳି ମାନେ ନିଜର ବେଷ୍ଟ ଦେବେ ବୋଲି ଆଶା l "
ଶ୍ରାବଣୀ ନନ୍ଦ କହିଛନ୍ତି, "ମୁଁ 100 ମିଟର ରେ ଭାଗ ନେବି l ଆଶା ବାଦୀ ଅଛି ଭଲ ପ୍ରଦର୍ଶନ କରିବି l ମୋର ଏହା ନିଜର ହୋମ ଗ୍ରାଉଣ୍ଡ l ସବୁ ଆଥଲେଟ ମାନଙ୍କ ପାଇଁ ଭଲ ସୁଯୋଗ l ଓଡି଼ଶାର ଆଥଲେଟ ମାନେ ଆସି ନିଜର ରୋଲ ମଡେଲ ମାନଙ୍କୁ ଦେଖିପାରିବେ l ସେମାନଙ୍କ ଦକ୍ଷତା ଦେଖି ନିଜକୁ ସଜାଡ଼ିବା l "
𝗙𝗿𝗲𝗲 𝗘𝗻𝘁𝗿𝘆 𝗳𝗼𝗿 𝗔𝗹𝗹!
— Odisha Sports (@sports_odisha) August 7, 2025
🏆 World Athletics Continental Tour Bronze
Experience world-class athletics right here in Bhubaneswar! Come and cheer for your favourites on 10th August at Kalinga Stadium. pic.twitter.com/NLFjNJAc2u
🙏🏻 ସ୍ବାଗତମ୍!
— Odisha Sports (@sports_odisha) August 7, 2025
🏆 ଓ୍ବାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍
ବ୍ରୋଞ୍ଜ#OdishaForSports #Athletics#KalingaStadium #WorldAthleticsContinentalTour#WorldAthleticsContinentalTourBronze pic.twitter.com/3dPrgZAjAN
ଏହା ମଧ୍ୟ ପଢନ୍ତୁ-ଜାଭେଲିନରେ ଅନୁ ରାଣୀଙ୍କ କମାଲ; କ୍ୟାରିଅର ବେଷ୍ଟ ଥ୍ରୋ ସହ ଜିତିଲେ ସ୍ବର୍ଣ୍ଣ - ANNU RANI WINS GOLD MEDAL
ଇଟିଭି ଭାରତ, ଭୁବନେଶ୍ବର

