ଭୁବନେଶ୍ୱର: ଜଙ୍ଗଲରେ ସଂଘର୍ଷ କରୁଥିବା ହାତି ଛୁଆ ଆଜି ପ୍ରେରଣାର ଉତ୍ସ । ଆହାତ ହାତି ଛୁଆର ଜୀବନ ସଂଗ୍ରାମ ମଣିଷର ସମାଜ ପାଇଁ ଦେଉଛି ବାର୍ତ୍ତା । ଦୟା, ପ୍ରେମ ଓ ସାହାସ ଥିଲେ ସବୁ କିଛି ସମ୍ଭବ । ମରଣ ମୁହଁରୁ ବର୍ତ୍ତିଥିବା କେନ୍ଦୁଝର ଜିଲ୍ଲା ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାତି ଛୁଆ ଭାରତୀୟ ହକି ଚାମ୍ପିୟନସସିପର ହେବ ପ୍ରତୀକ । ଅର୍ଥାତ ବନ୍ୟପ୍ରାଣୀ ଜିବଜନ୍ତୁଙ୍କ ସଂଘର୍ଷମୟ ଜୀବନ ଓ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ହାତୀକୁ 'ମାସ୍କଟ' ଭାବେ ଉନ୍ମୋଚିତ କରିଛି ଓଡ଼ିଶା ପୋଲିସ । ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଆଜି ଭୁବନେଶ୍ବରସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ ର Curtain Raiser ସମାରୋହ ଅନୁଷ୍ଠିତ ହୋଇଯାଇଛି ।
— Odisha Police (@odisha_police) April 6, 2025
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର “ଲୋଗୋ ଏବଂ… pic.twitter.com/VNMGel1aak
ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନସିପ୍: “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ-
ଭୁବନେଶ୍ୱର ଆୟୋଜିତ ହେବାକୁ ଥିବା ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର ଟ୍ରଫି ଅବତରଣ ସମୟରେ ଏଭଳି ହାତିର ମାସ୍କଟ ଉନ୍ମୋଚନ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ଭୁବନେଶ୍ୱର ପୋଲିସ ସେବା ଭବନରେ ଏହି ଭବ୍ୟ ଆୟୋଜନ ସମୟରେ ଏହି ହାତି ମାସ୍କଟ ଯାହାର ନା ରହିଛି 'ଆଶା' ତାକୁ ଉନ୍ମୋଚିତ କରିଛନ୍ତି । ଏହି ମାସ୍କଟର ହାତରେ ହକି ଷ୍ଟିକ୍ ରହିଥିବା ବେଳେ ଦେହରେ ଚାମ୍ପିୟନସିପର ଜର୍ସି ରହିଛି ।
Let's get ready, Bhubaneswar! Rohit Srivatsav shows us the inside happenings for the #73rdPoliceHockeyChampionshipBhubaneswar and preparations by the Odisha police teams.#Odishapolice #Odisha #Bhubaneswar #OdishaforSports pic.twitter.com/2GSLo7Rt0Q
— COMMISSIONERATE POLICE (@cpbbsrctc) April 6, 2025
73ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ ଅବସରରେ ଅଲିମ୍ପିୟାନ ଏବଂ ଓଡ଼ିଶା ପୋଲିସ ହକି ଦଳର ଅଧିନାୟକ, ବୀରେନ୍ଦ୍ର ଲାକ୍ରାଙ୍କର ବାର୍ତ୍ତା *#73rdPoliceHockeyChampionship #OdishaSports #Bhubaneswar #OdishaPolice #KalingaStadium #PoliceHockey2025 #BhubaneswarEvents #JaiHind #JaiOdisha pic.twitter.com/b8tfIcD01R
— COMMISSIONERATE POLICE (@cpbbsrctc) April 7, 2025
ଏହି ମାସ୍କଟ ଉନ୍ମୋଚନ ସମୟରେ ପୋଲିସ ଡିଜି ମନେପକାଇଛନ୍ତି । ସେହି ହାତି ଶାବକର କଥା । କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲା ଏହି ଛୁଆ । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ । ପରେ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା । ଧିରେ ଧିରେ ସେ ସୁସ୍ଥ ହୋଇ ଏବେ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି ।

"ଏହି ମାସ୍କଟ "ଆଶା" ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି," ବୋଲି ଡିଜିପି କହିଛନ୍ତି।

"ଓଡ଼ିଶାରେ ଆୟୋଜିତ ଏହି ଚାମ୍ପିଅନସିପ ଓଡ଼ିଶା ପୋଲିସ ଏହି ଚାମ୍ପିୟନସିପ୍ କୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି । ସର୍ବଭାରତୀୟ ପୋଲିସ୍ କ୍ରୀଡା ନିୟନ୍ତ୍ରଣ ବୋର୍ଡ୍ ଦିତିୟ ଥର ପାଇଁ ଏଭଳି ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସହ ଓଡ଼ିଶା ପୋଲିସକୁ ଏହି ଗୁରୁ ଦାୟିତ୍ବ ଦେଇଛି । ଯାହାକି 7 ତାରିଖରୁ ଆରମ୍ଭ ହେବ । ଅପ୍ରେଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା । ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ସିଆଇଏସଏଫ୍, ସିଆରପିଏଫ୍, ବିଏସଏଫ୍, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି," ବୋଲି ଡିଜିପି ସୂଚନା ଦେଇଥିଲେ ।
