ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟରେ ପରାସ୍ତ କରି ବିଜୟ ସହ ଆଇପିଏଲ 2025 ଅଭିଯାନ ଆରମ୍ଭ କରିଛି । ଦଳ ଉଭୟ ବ୍ୟାଟ୍ ଏବଂ ବଲ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିଲା, ଯେଉଁଥିପାଇଁ ଦଳ ବିଜୟୀ ହୋଇଥିଲା । ରଚିନ୍ ରବିନ୍ଦ୍ର ଏବଂ ଋତୁରାଜ ଗାଏକୱାଡ ଅର୍ଦ୍ଧଶତକ ହାସଲ କରିଥିବାବେଳେ ନୁର ଅହମ୍ମଦ ଏବଂ ଖଲିଲ ଅହମ୍ମଦଙ୍କ ଯୋଡି ବଲ ସହ ଚମତ୍କାର ପ୍ରଦର୍ଶନ କରିଥିଲେ । ସ୍ପିନରଙ୍କ ପାଇଁ ଅନୁକୂଳ ସ୍ଥିତିର ସୁଯୋଗ ନେଇ ନୁର ଅହମ୍ମଦ 3 ୱିକେଟ୍ ନେଇଥିଲେ । ତେବେ ବାମହାତୀ ଦ୍ରୁତ ବୋଲର ଖଲିଲ ଅହମ୍ମଦ ମଧ୍ୟ ଫ୍ରାଞ୍ଚାଇଜ ପାଇଁ 3 ୱିକେଟ୍ ନେଇ ହେଡଲାଇନରେ ଅଛନ୍ତି ।

ଋତୁରାଜ ଏବଂ ଖଲିଲ ବଲ ଟାମ୍ପରିଂ ଅଭିଯୋଗ-
ଖଲିଲ ଚମତ୍କାର ବୋଲିଂ କରିଥିଲେ ମଧ୍ୟ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ଗାଏକୱାଡଙ୍କ ସହ ତାଙ୍କର ଏକ ବାର୍ତ୍ତାଳାପ ଦେଖିବା ପରେ ତାଙ୍କୁ ବଲ୍ ଟାମ୍ପରିଂ କରିଥିବା ଅଭିଯୋଗ କରିଥିଲେ । ଇଣ୍ଟରନେଟରେ ଭାଇରାଲ ଏକ କ୍ଲିପ୍ରେ ଖଲିଲ ପକେଟରୁ ବଲ ଧରିନଥିବା ହାତରେ କିଛି ବାହାର କରୁଥିବା ଦେଖିବାକୁ ମିଳିବ । ପରେ ଖଲିଲ କିଛି ଜିନିଷ କ୍ୟାପଟେନ ଋତୁରାଜଙ୍କୁ ଦେଉଛନ୍ତି । ଘଟଣାର ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଉଭୟଙ୍କୁ ବଲ୍ ଟାମ୍ପରିଂ କରିଥିବା ଅଭିଯୋଗ କରିଛନ୍ତି। ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Khaleel Ahmed was doing something to ball with an unknown object then he gave that object to Ruturaj Gaikwad....
— Jonas Kahnwald (@JonasKahnwaldOG) March 24, 2025
Is it BALL TEMPERING👀👀
BCCI must investigate it.....#CSKvsMI
Video Credit:- @JioHotstar, @StarSportsIndia & @IPL pic.twitter.com/HlEMYExO1c
କେଭିନ ନାମକ ଜଣେ ଏକ୍ସ ଉପଭୋକ୍ତା ପୁଣି ଥରେ ଫ୍ରାଞ୍ଚାଇଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ ଏବଂ ବେଟିଂ କାର୍ଯ୍ୟକଳାପରେ ଜଡିତ ଥିବାରୁ 2016 ଏବଂ 2017 ରେ ଦଳର ମାଲିକଙ୍କ ଉପରେ ଲଗାଯାଇଥିବା ଦୁଇ ବର୍ଷର ପ୍ରତିବନ୍ଧକକୁ ସମସ୍ତଙ୍କୁ ମନେ ପକାଇ ଦେଇଥିଲେ ।
1 Khaleel removes his ring
— CHE RAM (@A_n_b_e_S_i_vam) March 24, 2025
2.rutu gives the ball to him
3.khaleel gives his ring to rutu.
4.Rutu keeps it in his pocket.
Brainless choklians are scared of Khaleel& Barking saar saar ball tampering saar🤣
why would anyone tamper a new ball
Choklians brain?pic.twitter.com/aOAU47E3L9 https://t.co/aETbIfWLrM
ଏହା ବି ପଢନ୍ତୁ- IPL 2025: ବିଜୟରୁ CSKର ଅଭିଯାନ ଆରମ୍ଭ, 4 ଓ୍ବିକେଟରେ ହାରିଲା MI - IPL 2025
ଅନ୍ୟ ଜଣେ 'X' ବ୍ୟବହାରକାରୀ ଜୋନାସ୍ କାହ୍ନାୱାଲ୍ଡ ବିସିସିଆଇକୁ ଏହି ଘଟଣାର ତଦନ୍ତ କରିବାକୁ କହିଥିଲେ ।
Khaleel Ahmed Gives something to Ruturaj Gaikwad secretly after doing ball tempering and ruturaj put it in his pocket.
— Kevin (@imkevin149) March 24, 2025
These fixers should be banned again for forever. pic.twitter.com/EY0mHHNeRf
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ସ୍କୋରବୋର୍ଡରେ ମୋଟ ସ୍କୋର ଲଗାଇଥିଲା (155/9) । ଯେଉଁଥିରେ ଖଲିଲ ଅହମ୍ମଦ ଏବଂ ନୁର ଅହମ୍ମଦଙ୍କ ବୋଲିଂ ଯୋଡି CSK ପାଇଁ ଯଥାକ୍ରମେ 3 ଏବଂ 4 ୱିକେଟ୍ ନେଇଥିଲେ । ପରେ ଋତୁରାଜ ଏବଂ ତାଙ୍କ ଟିମ୍ ଟାର୍ଗେଟକୁ ଗୋଡ଼ାଇଥିଲେ । ଅର୍ଦ୍ଧଶତକ ହାସଲ କରି ସିଏସକେକୁ ଜିତିବାରେ ରାଚିନ୍ ରବିନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଯୁବ ସ୍ପିନର ବିଗ୍ନେଶ ପୁଥୁର ଏହି ମ୍ୟାଚରେ 3 ୱିକେଟ୍ ନେଇ ଆଉ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ ।