ମୁମ୍ବାଇ: ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି, ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା। ଗୁରୁବାର ମୁମ୍ବାଇର ଏକ ପରିବାର ଅଦାଲତ ସେମାନଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିବା ପରେ ଉଭୟ ସ୍ବାମୀ-ସ୍ତ୍ରୀ ବନ୍ଧନରୁ ମୁକ୍ତ ହୋଇଛନ୍ତି।
ଗୁରୁବାର ମୁମ୍ବାଇର ଏକ କୋର୍ଟ ସେମାନଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିବା ପରେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି। ଚହଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ନୀତିନ କୁମାର ଗୁପ୍ତା ANIକୁ ଏହି ଘଟଣା ସମ୍ପର୍କରେ ନିଶ୍ଚିତ କରି କହିଛନ୍ତି ଯେ, କୋର୍ଟ ଛାଡପତ୍ର ପାଇଁ ଦମ୍ପତିଙ୍କ ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି।
"ଅଦାଲତ ଛାଡପତ୍ରର ଆଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷଙ୍କ ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। ଏଥିସହ ପକ୍ଷମାନେ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି," ବୋଲି ଗୁପ୍ତା ଏକ ବିବୃତ୍ତିରେ କହିଛନ୍ତି।
#WATCH | Mumbai: On the divorce of Cricketer Yuzvendra Chahal and Dhanashree Verma, Advocate Nitin Kumar Gupta, representing Chahal, says, " the court has granted the decree of divorce. the court has accepted the joint petition of both parties. the parties are no longer husband… pic.twitter.com/LV1BpFwxIN
— ANI (@ANI) March 20, 2025
ଆଜି ସକାଳୁ ସକାଳୁ ଉଭୟ ଚହଲ ଏବଂ ଧନଶ୍ରୀ, ପରିବାର ଅଦାଲତର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। କୋର୍ଟରେ ଚହଲ ପ୍ରଥମେ ପହଞ୍ଚିଥିଲେ ଏବଂ ପ୍ରାୟ ଘଣ୍ଟାଏ ପରେ ଧନଶ୍ରୀ ତାଙ୍କ ସହିତ ଯୋଗ ଦେଇଥିଲେ। ଅପରାହ୍ନରେ ଉଭୟଙ୍କ ଛାଡ଼ପତ୍ର ମଞ୍ଜୁର କରିଥିଲେ କୋର୍ଟ।
ଚହଲଙ୍କ ଆଇପିଏଲ 2025 ପ୍ରତିବଦ୍ଧତାକୁ ବିଚାର କରି ବମ୍ବେ ହାଇକୋର୍ଟ, ପରିବାର କୋର୍ଟକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ବର୍ତ୍ତମାନ ଚହଲ ଆଇପିଏଲର 18ତମ ସିଜନରେ ଭଲ ଭାବେ ନିଜକୁ ସଂଶ୍ଲିଷ୍ଟ କରିପାରିବେ। ଚଳିତ ଆଇପିଏଲ ସିଜନରେ ଚହଲ, ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳୁଛନ୍ତି। ଆସନ୍ତା 22 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି।
ହିନ୍ଦୁ ବିବାହ ଆଇନର ଧାରା 13 ବି ଅନୁଯାୟୀ ଛାଡପତ୍ର ପାଇଁ ଛଅ ମାସର କୁଲିଂ-ଅଫ୍ ପିରିଅଡକୁ ଛାଡ କରିବାକୁ କୋର୍ଟରେ ଅପିଲ ହୋଇଥିଲା। ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ପାଇଁ ଆଇନଗତ୍ କୁଲିଂ-ଅଫ୍ ପିରିଅଡ୍ ଅପିଲକୁ ପୂର୍ବରୁ ଫ୍ୟାମିଲି କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି, ଯାହା ଚାହଲଙ୍କୁ ବ୍ୟସ୍ତ ରଖିବ, ତେଣୁ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 20ରେ ଏହି ନିଷ୍ପତ୍ତି ନିଆଯିବା ଉଚିତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଭାରତର ଜଣେ ପ୍ରମୁଖ ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ଜଣେ କୋରିଓଗ୍ରାଫର ଏବଂ ଡିଜିଟାଲ୍ ନିର୍ମାତା ଧନଶ୍ରୀ ଡିସେମ୍ବର 2020ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଗତ କିଛି ମାସ ଧରି, ସେମାନଙ୍କ ବିବାହରେ ସମସ୍ୟା ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା, ଯଦିଓ ଉଭୟ ସାର୍ବଜନୀନ ଭାବେ ଗୁଜବକୁ ସମ୍ବୋଧିତ କରିନଥିଲେ। ସେମାନଙ୍କ ଆବେଦନ ଅନୁଯାୟୀ, ଉଭୟ ଜୁନ୍ ୨୦୨୨ରେ ଅଲଗା ହୋଇଯାଇଥିଲେ। ତେବେ ଚଳିତ ବର୍ଷ ଫେବୃଆରୀ ୫ ତାରିଖରେ, ସେମାନେ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ପରିବାର କୋର୍ଟରେ ଏକ ମିଳିତ ଆବେଦନ ଦାଖଲ କରିଥିଲେ।