ହାଇଦ୍ରାବାଦ: ଆଇପିଏଲ 18 ତମ ସଂସ୍କରଣର ତୃତୀୟ ମ୍ଯାଚ ଆଜି ସନ୍ଧ୍ୟା ସମୟରେ ଚେପକ ଷ୍ଟାଡିମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ଯରେ ଖେଳାଯିବ । ଏହା ପୂର୍ବରୁ ଏମ ଏସ ଧୋନିଙ୍କ ଅବସର ନେଇ ବଡ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସ ଭାବୁଛନ୍ତି ଯେ, ଚଳିତ ସିଜିନ ଶେଷ ହେବା ପରେ ଧୋନି ଅବସର ନେଇଯିବେ । ଏହାକୁ ନେଇ ନିଜ ନୀରବତା ଭାଙ୍ଗିଛନ୍ତି ଏମଏସଡି । ଅବସରକୁ ନେଇ ହେଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।
ଆଇପିଏଲରୁ ଅବସର ନେଇ ଏମିତି କହିଲେ ଧୋନି:
ଜିଓ ହଟଷ୍ଟାରକୁ ଦେଇଥିବା ଏକ ସାକ୍ଷାତକାରରେ ଧୋନି କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଚାହିଁବି ସେପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିପାରିବି, କାରଣ ଏହା ମୋର ଫ୍ରାଞ୍ଚାଇଜ୍, ଯଦି ମୁଁ ହ୍ୱିଲଚେୟାରରେ ବି ଥିବି ତେବେ ଏହା ମୋତେ ଟାଣି ନେବ ।' ଏହା କହିବା ପରେ ଧୋନି ହସିଥିଲେ ।
MS Dhoni said " i can play for as long as i want for csk - that is my franchise. even if i am in a wheelchair, they will drag me". [big smile - jiohotstar] pic.twitter.com/8CaDdRAS9p
— Johns. (@CricCrazyJohns) March 23, 2025
IPL 2025ର ସବୁଠାରୁ ବୟସ୍କ ଖେଳାଳି ଧୋନି:
ଅବସରକୁ ନେଇ ଧୋନି ଦେଇଥିବା ମନ୍ତବ୍ୟ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି କରିଦେଇଛି । କିନ୍ତୁ ସେ ଏହା ମଜାରେ କହିଛନ୍ତି । ମହେନ୍ଦ୍ର ସିଂ ଧୋନି ଆଇପିଏଲର ୧୮ତମ ସିଜିନର ସବୁଠାରୁ ବୟସ୍କ ଖେଳାଳି । ତାଙ୍କର ବୟସ ୪୩ ବର୍ଷ । ଏହି କାରଣରୁ, କ୍ରିକେଟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ସେ ଏହି ସିଜିନ ପରେ IPLରୁ ଅବସର ଘୋଷଣା କରିବେ ।
ଏହା ମଧ୍ୟ ପଢନ୍ତୁ-ଆଜି IPLରେ ଡବଲହେଡର ମ୍ୟାଚ: SRHକୁ ଭେଟିବ RR, CSK-MI ମୁକାବିଲା - IPL 2025
ଏହା ମଧ୍ୟ ପଢନ୍ତୁ-ଇଡେନରେ ବିରାଟ ସୋ', KKRକୁ ମାତ ଦେଇ ବିଜୟ ସହ RCBର ଆଇପିଏଲ ଅଭିଯାନ - IPL 2025
ଧୋନି IPL 2025ରେ ଅନକ୍ୟାପ୍ ଖେଳାଳି:
ଧୋନି ଚଳିତ ସିଜିନରେ ମଧ୍ୟ CSK ପାଇଁ ଖେଳୁଛନ୍ତି । ଏଥର ସେ ଜଣେ ଅନକ୍ୟାପ୍ ଖେଳାଳି ଭାବରେ ଖେଳୁଛନ୍ତି। କାରଣ IPL ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି 5 ବର୍ଷ ପାଇଁ ଟିମ୍ ଇଣ୍ଡିଆରୁ ଦୂରରେ ରୁହନ୍ତି, ତେବେ ସେହି ଖେଳାଳିଙ୍କୁ ଅନକ୍ୟାପ୍ ଖେଳାଳି ଭାବେ ଗଣନା କରାଯିବ। ଯାହାଦ୍ୱାରା ନିଲାମରେ ସେହି ଖେଳାଳିଙ୍କ ମୂଳ ଦର ମଧ୍ୟ କମିଥାଏ ।
ଧୋନିଙ୍କ ନେତୃତ୍ବରେ 5ଥର ଆଇପିଏଲ ଟ୍ରଫି ଜିତଛି ସିଏସକେ:
ଏମ୍ ଏସ୍ ଧୋନି 2008 ମସିହାରୁ ସିଏସକେ ପାଇଁ ଖେଳୁଛନ୍ତି । କିନ୍ତୁ ଯେତେବେଳେ ଏହି ଦଳକୁ ଦୁଇ ବର୍ଷ ପାଇଁ ନିଷିଦ୍ଧ କରାଯାଇଥିଲା, ସେହି ସମୟରେ ସେ ପୁନେ ଓ୍ବାରିୟର୍ସ ପାଇଁ ଖେଳିଥିଲେ । ଏହା ପରେ ସେ ସିଏସକେ ଦଳକୁ ଫେରିଥିଲେ । ଏପର୍ଯ୍ୟନ୍ତ ସେ ଚେନ୍ନାଇ ପାଇଁ 5 ଥର ଟାଇଟଲ ଜିତିଛନ୍ତି।
19 ରନ କରିବା ପରେ ଚେନ୍ନାଇର ସର୍ବାଧିକ ରନ ହାସଲକାରୀ ହୋଇପାରିବେ:
ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ସର୍ବାଧିକ ରନ୍ ହାସଲକାରୀ ହେବା ପାଇଁ ମାତ୍ର ୧୯ ରନ୍ ଦୂରରେ ଅଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା IPL ଇତିହାସରେ ସିଏସକେ ପାଇଁ ସର୍ବାଧିକ 4,687 ରନ କରିଛନ୍ତି । ଧୋନି ଏପର୍ଯ୍ୟନ୍ତ ଦଳ ପାଇଁ 4,669 ରନ୍ କରିଛନ୍ତି।