ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ନୃତ୍ୟଶିଳ୍ପୀ ପତ୍ନୀ ଧନଶ୍ରୀ ବର୍ମା ଅଲଗା ହୋଇସାରିଛନ୍ତି । ସେମାନଙ୍କ ଛାଡପତ୍ରକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତାକାଲି ସେମାନଙ୍କ ଛାଡପତ୍ର ସମ୍ପର୍କରେ ନିଷ୍ପତ୍ତି ନେବାକୁ ବମ୍ବେ ହାଇକୋର୍ଟ ଫ୍ୟାମିଲି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାର ଆଣ୍ଡ ବେଞ୍ଚ ମୁତାବକ 4 କୋଟି 75 ଲକ୍ଷ ଦେବେ ।
ବମ୍ବେ ହାଇକୋର୍ଟ କୁଲିଂ-ଅଫ୍ ପିରିଅଡ୍ ଅପିଲକୁ ରଦ୍ଦ କରିଛନ୍ତି-
ବମ୍ବେ ହାଇକୋର୍ଟ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ପାଇଁ ଆଇନଗତ୍ କୁଲିଂ-ଅଫ୍ ପିରିଅଡ୍ ଅପିଲକୁ ପୂର୍ବରୁ ଫ୍ୟାମିଲି କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ।
#Breaking Bombay High Court has overturned a Family Court decision that denied the request to waive the statutory cooling-off period for the divorce of cricketer Yuzvendra Chahal and Dhanashree Verma under the Hindu Marriage Act.#BombayHC #YuzvendraChahal pic.twitter.com/5hdwLFEtIM
— Bar and Bench (@barandbench) March 19, 2025
ମାର୍ଚ୍ଚ 20ରେ ଚହଲ-ଧନଶ୍ରୀଙ୍କ ଛାଡପତ୍ର ନିଷ୍ପତ୍ତି-
ହିନ୍ଦୁ ବିବାହ ଆଇନର ଧାରା 13 ବି ଅନୁଯାୟୀ ଛାଡପତ୍ର ପାଇଁ ଛଅ ମାସର କୁଲିଂ-ଅଫ୍ ପିରିଅଡକୁ ଛାଡ କରିବାକୁ କୋର୍ଟରେ ଅପିଲ ହୋଇଥିଲା । ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାକୁ ଯାଉଛି, ଯାହା ଚାହଲଙ୍କୁ ବ୍ୟସ୍ତ ରଖିବ, ତେଣୁ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 20 ରେ ଏହି ନିଷ୍ପତ୍ତି ନିଆଯିବା ଉଚିତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ 22 ରୁ IPL 2025 ରେ ଚହଲ ପଞ୍ଜାବ କିଙ୍ଗସ ଦଳ ପକ୍ଷରୁ ଖେଳିବେ ।
The court, however, on February 20 refused to waive of the 6 months statutory cooling period citing partial compliance of a consent term between Chahal and Verma
— Bar and Bench (@barandbench) March 19, 2025
ଆଇପିଏଲ 2025 ଯୋଗୁଁ ଚାହଲଙ୍କୁ ଆଶ୍ୱସ୍ତି-
ହାଇକୋର୍ଟର ଜଷ୍ଟିସ ଜାମଦାର ଏହି ଆବେଦନକୁ ଅନୁମୋଦନ କରିଛନ୍ତି । କୋର୍ଟ କହିଛନ୍ତି, 'ଯେହେତୁ ଆବେଦନକାରୀ ନମ୍ବର (ଚହଲ) ଆଇପିଏଲରେ ଭାଗ ନେଉଛନ୍ତି, ମାର୍ଚ୍ଚ 21 ପରେ ସେ ଉପଲବ୍ଧ ନ ହୋଇପାରନ୍ତି ବୋଲି ପରାମର୍ଶଦାତା ସୂଚନା ଦେଇଛନ୍ତି । ତେଣୁ ଆସନ୍ତାକାଲି (20 ମାର୍ଚ୍ଚ) ସୁଦ୍ଧା ସେମାନଙ୍କ ଛାଡପତ୍ର ଆବେଦନ ଉପରେ ପରିବାର କୋର୍ଟ ନିଷ୍ପତ୍ତି ନେବାକୁ ଅନୁରୋଧ କରାଯାଇଛି।
ଚାହଲ 4 କୋଟି 75 ଲକ୍ଷ ଟଙ୍କା ଅଲିମୋନି ଦେବେ-
ଏ ବାବଦରେ ବାର ଏବଂ ବେଞ୍ଚ ରିପୋର୍ଟ ମୁତାବକ, 'ସମ୍ମତି ଅନୁଯାୟୀ ଚହଲ ଧନଶ୍ରୀ ବର୍ମାଙ୍କୁ 4 କୋଟି 75 ଲକ୍ଷ ଟଙ୍କା ଅଲିମୋନି ଦେବାକୁ ରାଜି ହୋଇଥିଲେ, ସେଥିମଧ୍ୟରୁ 2 କୋଟି 37 ଲକ୍ଷ ଏବଂ 55 ହଜାର ଟଙ୍କା ପ୍ରଦାନ କରାଯାଇସାରିଛି। ଅବଶିଷ୍ଟ ରାଶି ପ୍ରଦାନ ନକରିବା ପରିବାର କୋର୍ଟ ନିୟମର ଖିଲାପ ବୋଲି ବିବେଚନା କରାଯିବ ।
ଉଭୟ ଅଢେଇ ବର୍ଷ ଧରି ଅଲଗା ରହୁଛନ୍ତି-
ଉଭୟ ଅଢେଇ ବର୍ଷ ଧରି ଅଲଗା ରହୁଛନ୍ତି ଏବଂ ଅଲିମୋନି ପ୍ରସଙ୍ଗରେ ଉଭୟ ସର୍ବସମ୍ମତ ହୋଇଥିବା ଜଣାଯାଇଛି। ସେମାନେ ଫେବୃଆରୀ 5 ରେ ପରିବାର କୋର୍ଟରେ ଛାଡପତ୍ର ପାଇଁ ମିଳିତ ଆବେଦନ କରିଥିଲେ ।
ଚାହଲଙ୍କୁ ଆରଜେ ମହାଭାଶଙ୍କ ସହ ଦେଖିବାକୁ ମିଳିଥିଲା-
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି 2025ର ଫାଇନାଲରେ ଚାହଲଙ୍କୁ ବନ୍ଧୁ ଆର.ଜେ ମହଭାଶଙ୍କ ସହ ଦେଖିବାକୁ ମିଳିଥିଲା, ଯାହା ଆଲୋଚନାକୁ ତୀବ୍ର କରିଦେଇଥିଲା । ଯଦିଓ ଉଭୟଙ୍କ ରିଲେସନ ନେଇ ସୁନିଶ୍ଚିତ କରିନାହାଁନ୍ତି ।