ETV Bharat / sports

ରାହୁଲଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁକନ୍ୟା ଜନ୍ମ ଦେଲେ ଆଥିଆ - KL RAHUL BLESSED WITH BABY GIRL

ଟିମ୍ ଇଣ୍ଡିଆର ତାରକା କ୍ରିକେଟର କେ.ଏଲ୍ ରାହୁଲ ପିତା ହୋଇଛନ୍ତି । ପତ୍ନୀ ଆଥିଆ ଶେଟ୍ଟୀ ଶିଶୁକନ୍ୟା ଜନ୍ମ ଦେଇଛନ୍ତି।

KL RAHUL BLESSED WITH BABY GIRL
KL RAHUL BLESSED WITH BABY GIRL (Athiya Shetty Instagram)
author img

By ETV Bharat Odisha Team

Published : March 25, 2025 at 1:02 PM IST

1 Min Read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ତଥା ଭରସା ଯୋଗ୍ୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କ ଘର ଖୁସିରେ ଝୁମୁଛି । ରାହୁଲ ପିତା ହୋଇଛନ୍ତି । 24 ମାର୍ଚ୍ଚ (ସୋମବାର) ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ବର୍ତ୍ତମାନ ରାହୁଲ ଏବଂ ଆଥିଆ ଶିଶୁ କନ୍ୟାଙ୍କର ପିତାମାତା ହୋଇଛନ୍ତି ।

KL RAHUL BLESSED WITH BABY GIRL
KL RAHUL BLESSED WITH BABY GIRL (IANS Photo)

ରାହୁଲ-ଆଥିଆ ବନିଲେ ପିତାମାତା-

ଉଭୟ ରାହୁଲ ଏବଂ ଆଥିଆ ନିଜ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଖୁସି ଖବର ଜଣାଇଛନ୍ତି । ଦୁହେଁ ନିଜ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟରେ ଏକ ଗ୍ରାଫିକ୍ ଫଟୋ ସେୟାର କରି ପିତାମାତା ବନିବା ଖବରକୁ ଲୋକଲୋଚନକୁ ଆଣିଛନ୍ତି । ଏହି ଛବିରେ ଶିଶୁ କନ୍ୟା ସହିତ ଆଶୀର୍ବାଦ ଲେଖାଯାଇଛି । ଖବର ପାଇବା ପରଠୁ ଉଭୟଙ୍କ ପ୍ରଶଂସକ ଖୁସି ମନାଉଛନ୍ତି ।

ଏହା ବି ପଢନ୍ତୁ-ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ପ୍ରେମରେ ବିଶ୍ୱର ଏହି କିମ୍ବଦନ୍ତୀ ଖେଳାଳି - TIGER WOODS RELATIONSHIP

ରାହୁଲ ତାଙ୍କ ଝିଅର ଜନ୍ମ ପାଇଁ ମ୍ୟାଚ୍ ଛାଡିଥିଲେ-

ଆସନ୍ତୁ ଆପଣଙ୍କୁ କହିରଖୁଛୁ କି, ବର୍ତ୍ତମାନ IPL 2025 ଖେଳାଯାଉଛି । ଏହି ସିଜିନରେ ଚତୁର୍ଥ ମ୍ୟାଚ୍ ଦିଲ୍ଲୀ ରାଜଧାନୀ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଥିଲା । କେଏଲ ରାହୁଲ ଦିଲ୍ଲୀ ଦଳ ପକ୍ଷରୁ ଏହି ମ୍ୟାଚରେ ଖେଳିବା କଥା କିନ୍ତୁ ପତ୍ନୀଙ୍କ ସନ୍ତାନ ପ୍ରସବ ପାଇଁ ମ୍ୟାଚ ଖେଳିନଥିଲେ । ଏବେ ତାଙ୍କର ଏହି ମ୍ୟାଚ୍‌ରେ ନ ଖେଳିବାର କାରଣ ସାମ୍ନାକୁ ଆସିଛି । ସେ ଏକ ପିତା ହେବାକୁ ଯାଉଥିଲେ ଏବଂ ତାଙ୍କ ପତ୍ନୀ ଆଥିଆ ଏକ ସନ୍ତାନ ପ୍ରସବ କରିବାକୁ ଯାଉଥିଲେ, ଯେଉଁଥିପାଇଁ ସେ ମ୍ୟାଚ୍ ଖେଳିପାରିନଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହିତ ଉପସ୍ଥିତ ଥିଲେ ।

ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ବଲିଉଡର ସୁପରଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ 23 ଜାନୁୟାରୀ 2023 ରେ ମୁମ୍ବାଇର ଚାନ୍ଦଲାସ୍ଥିତ ଅଭିନେତା ଫାର୍ମହାଉସରେ ବିବାହ କରିଥିଲେ । ବର୍ତ୍ତମାନ ଦୁହେଁ ପିତାମାତା ହୋଇଛନ୍ତି ଏବଂ ଉଭୟ ପରିବାର ପାଇଁ ଖୁସିର ମୁହୂର୍ତ୍ତ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.