ETV Bharat / sports

ଆଇପିଏଲରେ ଗୋଟିଏ ମ୍ୟାଚ ପରେ ଚର୍ଚ୍ଚାରେ ଅଟୋ ଡ୍ରାଇଭରଙ୍କ ପୁଅ, ଜାଣନ୍ତୁ କିଏ ବିଗ୍ନେଶ ପୁଥୁର ? - WHO IS VIGNESH PUTHUR

ଅଟୋ ରିକ୍ସା ଡ୍ରାଇଭରଙ୍କ 24 ବର୍ଷୀୟ ପୁଅ ବିଗ୍ନେଶ ପୁଥୁର ଚେନ୍ନାଇ ବିପକ୍ଷରେ 3 ୱିକେଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

VIGNESH PUTHUR
VIGNESH PUTHUR (IANS PHOTO)
author img

By ETV Bharat Odisha Team

Published : March 24, 2025 at 2:26 PM IST

2 Min Read

ହାଇଦ୍ରାବାଦ: ଆଇପିଏଲ୍ 2025ର ତୃତୀୟ ମ୍ୟାଚ୍ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ମୁମ୍ବାଇକୁ 4 ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ଏହି ଫ୍ରାଞ୍ଚାଇଜ ଦେଶ ପାଇଁ ଆଉ ଏକ ପ୍ରତିଭା ସାମ୍ନାକୁ ଆଣିଛି । ଯାହାର ବୟସ ବର୍ତ୍ତମାନ 24 ବର୍ଷ ଏବଂ ତାଙ୍କ ନାମ ବିଗ୍ନେଶ ପୁଥୁର । ନିଜ ରାଜ୍ୟ କେରଳ ପାଇଁ କ୍ରିକେଟ୍ ଖେଳିବା ପୂର୍ବରୁ ସେ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ।

24 ବର୍ଷୀୟ ପୁଥୁରଙ୍କ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ-

ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ବିଗ୍ନେଶ ପୁଥୁରଙ୍କୁ ଇମ୍ପପ୍ୟାକ୍ଟ ଖେଳାଳି ଭାବେ ବଦଳାଇ ଦେଇଥିଲା । ଯାହା ଯୁବ ଖେଳାଳିଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲା । ଚେନ୍ନାଇ ପରି ଏକ ଦଳ ବିପକ୍ଷରେ 156 ରନର ଏକ ସାମାନ୍ୟ ସ୍କୋରକୁ ପ୍ରତିରକ୍ଷା କରି 24 ବର୍ଷୀୟ ବାମହାତୀ ରିଷ୍ଟ୍ ସ୍ପିନର ବିଗ୍ନେଶ ଦର୍ଶନୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ଚାରି ଓଭର କୋଟା ବୋଲିଂ କରି 32 ଦେଇ 3ଟି ଓ୍ବିକେଟ ନେଇଥିଲେ । ଯେଉଁଥିରେ ଅଧିନାୟକ ଋତୁରାଜ ଗାଏକୱାଡ, ଶିବମ ଦୁବେ ଏବଂ ଦୀପକ ହୁଡାଙ୍କ ୱିକେଟ୍ ରହିଛି ।

ଏହା ବି ପଢନ୍ତୁ- IPL 2025: ବିଜୟରୁ CSKର ଅଭିଯାନ ଆରମ୍ଭ, 4 ଓ୍ବିକେଟରେ ହାରିଲା MI - IPL 2025

କୂଲଦୀପ ଯାଦବଙ୍କ ଝଲକ ଦେଖାଇଛନ୍ତି ପୁଥୁର -

ଚେନ୍ନାଇ ବିପକ୍ଷରେ ବିଗ୍ନେଶ ୱିକେଟ୍ ଠାରୁ ଅଧିକ, ଯାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା, ପୁଥୁର ବଲ୍ ଫ୍ଲାଇଟ୍ ଦେବାକୁ ଭୟ କରୁନଥିଲେ ଏବଂ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ନିୟନ୍ତ୍ରଣ ଏବଂ ପରିବର୍ତ୍ତନ ସହିତ ଅସୁବିଧାରେ ପକାଉଥିଲେ । ତାଙ୍କ ଭିତରେ କୁଲଦୀପ ଯାଦବଙ୍କର ଝଲକ ଦେଖିବାକୁ ମିଳିଥିଲା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ତାଙ୍କ ପ୍ରତିଭା ଉପରେ ବିଶ୍ୱାସ କରନ୍ତି ଏବଂ ଆଶା କରନ୍ତି ଯେ ସେ କୂଲଦୀପଙ୍କ ଭଳି ବଡ଼ ସଫଳତା ପାଇବେ ।

VIGNESH PUTHUR WITH MUMBAI INDIANS PLAYERS
VIGNESH PUTHUR WITH MUMBAI INDIANS PLAYERS (IANS PHOTO)

ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଆବିଷ୍କାର ବିଗ୍ନେଶ-

ଡାହାଣ ହାତର ବ୍ୟାଟ୍ସମ୍ୟାନ୍ ତଥା ବାମହାତୀ ରିଷ୍ଟ୍ ସ୍ପିନର ପୁଥୁର ଗତ କିଛି ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଆବିଷ୍କାର କରିଥିବା ଯୁବ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ଯେଉଁଥିରେ ସୌରଭ ତିୱାରୀ, ଜସପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମାଙ୍କ ନାମ ଅନ୍ତର୍ଭୁକ୍ତ ।

ବିଗ୍ନେଶଙ୍କ ପିତା ଜଣେ ଅଟୋ ରିକ୍ସା ଡ୍ରାଇଭର-

ବିଗ୍ନେଶଙ୍କର ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପରେ, ଲୋକମାନେ ବର୍ତ୍ତମାନ ବିଗ୍ନେଶ ପୁଥୁର ବିଷୟରେ ଜାଣିବାକୁ ଆଗ୍ରହୀ । ତେଣୁ ଏହି ଆର୍ଟିକିଲରେ ଆମେ ବିଗ୍ନେଶ ବିଷୟରେ କହିବାକୁ ଯାଉଛୁ... ବିଗ୍ନେଶ ପୁଥୁର କେରଳର ମଲାପୁରାମର ବାସିନ୍ଦା । ତାଙ୍କ ପିତା ସୁନୀଲ କୁମାର ଜଣେ ଅଟୋ ରିକ୍ସା ଡ୍ରାଇଭର ଏବଂ ମାତା ଜଣେ ଗୃହିଣୀ ।

ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ ବିଗ୍ନେଶ କ୍ରିକେଟରେ ନିଜ ନାଁ କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଥିଲେ ଏବଂ ତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ମାଲାପୁରାମରୁ ତ୍ରିସୁରକୁ ଆସିଥିଲେ । କଲେଜ ସମୟରେ, ସେ ଜଣେ ମଧ୍ୟମ ଗତି ବୋଲର ଥିଲେ କିନ୍ତୁ ପରେ ପୁଥୁର ସ୍ପିନ୍ ବୋଲିଂ ଆଡକୁ ମୁହାଁଇଲେ ଏବଂ ଶୀଘ୍ର ଏଥିରେ ସଫଳତା ପାଇଲେ ।

ମୁମ୍ବାଇ ବିଗ୍ନେଶଙ୍କୁ 30 ଲକ୍ଷ ଟଙ୍କାରେ କିଣିଛି-

ବିଗ୍ନେଶ ତ୍ରିସୁରର ସେଣ୍ଟ ଥୋମାସ କଲେଜ ପାଇଁ ଖେଳିବାବେଳେ ଖ୍ୟାତି ଅର୍ଜନ କରିଥିଲେ । ଯେଉଁଠାରେ ସେ ସାହିତ୍ୟରେ ମାଷ୍ଟର ଅଫ୍ ଆର୍ଟ ଅଧ୍ୟୟନ କରିଥିଲେ । କେରଳ କ୍ରିକେଟ୍ ଲିଗର ଉଦ୍ଘାଟନୀ ସଂସ୍କରଣରେ ଆଲେପ୍ପି ରିପଲ୍ସଙ୍କ ପାଇଁ ତାଙ୍କର ପ୍ରଦର୍ଶନ ପୁଥୁରଙ୍କୁ ଲାଇମଲାଇଟକୁ ଆଣିଥିଲା ​​। ସେହି ସମାନ ଲିଗରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସ୍କାଉଟମାନେ ଦେଖିଥିଲେ ଏବଂ ତାଙ୍କୁ ଆଇପିଏଲ୍ ନିଲାମ 2025 ରେ ମୁମ୍ବାଇ ଇଣ୍ଡିଆନ୍ସ 30 ଲକ୍ଷ ଟଙ୍କାରେ କିଣିଥିଲା ।

MI କେପଟାଉନର ଜଣେ ନେଟ୍ ବୋଲର ଥିଲେ-

ବୋଲର ଭାବରେ ତାଙ୍କର ବିକାଶରେ ସାହାଯ୍ୟ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପୁଥୁରଙ୍କୁ ଦକ୍ଷିଣ ଆଫ୍ରିକା ଲିଗ୍ (SA20) ର ତୃତୀୟ ସିଜନ୍ ପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ପଠାଇଥିଲା, ଯେଉଁଠାରେ ସେ ଏମ କେପଟାଉନ୍ ପାଇଁ ଜଣେ ନେଟ୍ ବୋଲର ଭାବରେ କାର୍ଯ୍ୟ କରିଥିଲେ ଏବଂ ଟି -20 କ୍ରିକେଟ୍ ର ଶ୍ରେଷ୍ଠ ରିଷ୍ଟ ସ୍ପିନର ରସିଦ୍ ଖାନଙ୍କ ସହ ତାଲିମ ନେବାର ସୁଯୋଗ ମଧ୍ୟ ପାଇଥିଲେ । ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚରେ ବିଗ୍ନେଶ ପୁଥୁରଙ୍କ ପ୍ରଦର୍ଶନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସ୍କାଉଟିଂ ସିଷ୍ଟମର ସଫଳତାର ପ୍ରମାଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.