ଲକ୍ଷ୍ନୌ: ମୁମ୍ବାଇ ଇଣ୍ଡିଆନ୍ସର ବାମହାତୀ ତାରକା ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଏକ ଅଲୋଡା ରେକର୍ଡ ହାସଲ କରି ରିଟାୟର୍ଡ ଆଉଟ ହୋଇଥିବା ଚତୁର୍ଥ ଖେଳାଳି ହୋଇଛନ୍ତି । ଶୁକ୍ରବାର ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ଦଳର ମ୍ୟାଚରେ ସେ 7 ଟି ବଲ ବାକି ଥାଇ ପଡ଼ିଆରୁ ଚାଲିଆସିଥିଲେ । 204 ରନ୍ର ଟାର୍ଗେଟକୁ ଗୋଡ଼ାଇବାବେଳେ ଇମ୍ପାକ୍ଟ ଖେଳାଳି ଭାବରେ ଆସିବା ପରେ ସେ 23 ବଲରେ 25 ରନର ଇନିଂସ ଖେଳିଥିଲେ । ଆଇପିଏଲ୍ ଇତିହାସରେ ରିଟାୟର୍ଡ ଆଉଟ ହୋଇଥିବା ଖେଳାଳି ହେଲେ ଆର ଅଶ୍ୱିନ୍, ଅଥର୍ଭା ଟେଡେ ଏବଂ ସାଇ ସୁଦର୍ଶନ ।
Batting at 25 off 23 in the run chase, #TilakVarma retired himself out to make way for Mitchell Santner! 🤯
— Star Sports (@StarSportsIndia) April 4, 2025
Only the 4th time a batter has retired out in the IPL!
Watch LIVE action ➡ https://t.co/nH2UGjQY0t #IPLonJioStar 👉 #LSGvMI, LIVE NOW on Star Sports 1, Star Sports 1… pic.twitter.com/NJ0C0F8MvL
ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ 7 ବଲରୁ 24 ରନ୍ ଆବଶ୍ୟକ କରୁଥିଲା ଏବଂ 5 ୱିକେଟ୍ ଥିଲା । ସେତେବେଳେ ତିଲକ ପଡ଼ିଆ ଛାଡିଥିଲେ। ଅବଶ୍ୟ, ମୁମ୍ବାଇ ଶେଷରେ 12 ରନରେ ମ୍ୟାଚ ହରିଥିଲା ।
ତିଲକଙ୍କ ଅବସର ନେଇ ମୁଖ୍ୟ ପ୍ରଶିକ୍ଷକ କ’ଣ କହିଥିଲେ?
ତିଲକ ବର୍ମାଙ୍କ ରିଟାୟର୍ଡ ଆଉଟ୍ ପରେ ଏମଆଇ ମୁଖ୍ୟ ପ୍ରଶିକ୍ଷକ ମହେଲା ଜୟୱାର୍ଡେନ କହିଛନ୍ତି, "ତିଲକଙ୍କୁ ପ୍ୟାଭିଲିୟନକୁ ଡାକିବା ଦଳର ରଣନୀତିକ ନିଷ୍ପତ୍ତି । ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଜୟବର୍ଦ୍ଧନେ କହିଛନ୍ତି ଯେ ସେ କେବଳ ଖେଳିବାକୁ ଚାହୁଁଥିଲେ, କିନ୍ତୁ ସେ ଖେଳି ପାରିନଥିଲେ। (ଆମେ) ଗତ କିଛି ଓଭର ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ, ଆଶା କରୁଥିଲି (ସେ ବଡ ସଟ୍ ଖେଳିବେ) । କାରଣ ସେ କ୍ରିଜରେ ସେଟ ହୋଇସାରିଥିଲେ । ତେବେ ସେ ମ୍ଯାଚ ଫିନିସ କରିବାକୁ ସମର୍ଥ ହୋଇନଥିଲେ, କିନ୍ତୁ ମୁଁ ଶେଷରେ ଅନୁଭବ କଲି, ଜଣେ ନୂଆ ବ୍ୟାଟରଙ୍କ କ୍ରିଜରେ ଉପସ୍ଥିତି ଆବଶ୍ୟକ । ସେ ପୁଣି କହିଛନ୍ତି, 'କ୍ରିକେଟରେ ଏଭଳି ଘଟଣା ଘଟେ । ତାଙ୍କୁ ବାହାରକୁ ଡାକିବା ଠିକ୍ ନଥିଲା, କିନ୍ତୁ ମୋତେ ଏହା କରିବାକୁ ପଡିଲା, ସେତେବେଳେ ଏହା ଏକ ରଣନୀତିକ ନିଷ୍ପତ୍ତି ଥିଲା ।"
Mahela Jayawardene said, " it wasn't nice to take tilak varma out, but i had to do that. it was a tactical decision". pic.twitter.com/XUzaAS8QAJ
— Mufaddal Vohra (@mufaddal_vohra) April 5, 2025
TILAK VARMA HAS DECIDED TO RETIRE.
— Mufaddal Vohra (@mufaddal_vohra) April 4, 2025
- Mitchell Santner is coming to bat. pic.twitter.com/PkGoPd7SGN
ତିଲକ LSG ବିରୋଧରେ ସଂଘର୍ଷ କରିଥିଲେ-
ଆମେ ଆପଣଙ୍କୁ କହିରଖୁଛୁ ଯେ, 8.1 ଓଭର ପରେ MI ର ସ୍କୋର (86/3) ଥିବାବେଳେ ତିଲକ କ୍ରିଜକୁ ଆସିଥିଲେ, ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ 66 ରନ୍ ଭାଗିଦାରୀ କରିଥିଲେ । ଏହି ଭାଗିଦାରୀରେ ସୂର୍ଯ୍ୟକୁମାର 46 ରନ୍ ଯୋଗଦାନ କରିଥିଲେ, କିନ୍ତୁ ତିଲକ 17 ରନ୍ ସ୍କୋର କରିବା ପରେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ସୁର୍ଯ୍ୟକୁମାରଙ୍କ ଆଉଟ ପରେ, ଶେଷ 23 ବଲରୁ MI 52 ରନ ଆବଶ୍ୟକ କରୁଥିଲା । ତେବେ ବାମହାତୀ ବ୍ୟାଟ୍ସମ୍ୟାନ୍ ପଡ଼ିଆ ଛାଡିବା ପୂର୍ବରୁ ତାଙ୍କର ଶେଷ 5 ବଲରେ ମାତ୍ର 8 ରନ୍ ସଂଗ୍ରହ କରିଥିଲେ ।
Hardik Pandya said, " it was obvious we needed some hits and tilak varma was not getting. it was one of those days for him when it wasn't really working". pic.twitter.com/V3Qoa9P2aB
— Mufaddal Vohra (@mufaddal_vohra) April 4, 2025
କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ମନ୍ତବ୍ୟ
ଏ ସମ୍ପର୍କରେ ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କହିଛନ୍ତି ଯେ ତିଲକ ବଡ଼ ସଟ୍ ଖେଳି ପାରିନଥିବାରୁ ତାଙ୍କୁ ଅଧାରୁ ପଡିଆ ଛାଡିବାକୁ ପଡିଥିଲା । ହାର୍ଦ୍ଦିକ ପ୍ରସାରଣକାରୀଙ୍କୁ କହିଥିଲେ, "ମୁଁ ଭାବୁଛି ଏହା ସ୍ପଷ୍ଟ ହୋଇଛି। ଆମକୁ କିଛି ହିଟ୍ ଦରକାର ଥିଲା, ଏବଂ ସେ (ବଡ ସଟ ଖେଳିପାରୁନଥିଲେ ) ବେଳେବେଳେ କ୍ରିକେଟ୍ ରେ, ଗୋଟିଏ ଦିନ ଆସେ ଯେତେବେଳେ ତୁମେ ପ୍ରକୃତରେ ବଡ ସଟ ମାରିବାକୁ ଚାହିଁଲେ ବି ତାହା ହୁଏ ନାହିଁ ।"