ETV Bharat / sports

ହାଇଦ୍ରାବାଦର ବିଜୟ ଅଭିଯାନ ଆରମ୍ଭ, RRକୁ ୪୪ ରନରେ ହରାଇଲା SRH - IPL 2025

ଆଇପିଏଲ ୨୦୨୫ । ରାଜସ୍ଥାନ ରୟାଲ୍ସକୁ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ । ରାଜସ୍ଥାନକୁ ୨୮୭ ରନର ଟାର୍ଗେଟ ଦେଇଥିଲା ହାଇଦ୍ରାବାଦ ।

IPL 2025
IPL 2025 (ETV Bharat)
author img

By ETV Bharat Odisha Team

Published : March 23, 2025 at 6:10 PM IST

Updated : March 23, 2025 at 7:58 PM IST

2 Min Read

ହାଇଦ୍ରାବାଦ: ଇଷାନ କିଶାନଙ୍କ ଧୁଆଁଧାର ପ୍ରଦର୍ଶନ । RRକୁ ୪୪ ରନରେ ହରାଇଲା SRH । ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ ୨୦୨୫) ୧୮ତମ ସଂସ୍କରଣର ଦ୍ବିତୀୟ ମ୍ୟାଚରେ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ (RR)କୁ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ (SRH ) । ଏସଆରଏଚ ପ୍ରଥମେ ବ୍ୟାଟିଂ କରି ୨୮୬ ରନ ସଂଗ୍ରହ କରି ଆରଆରକୁ ୨୮୭ ରନର ଟାର୍ଗେଟ ଦେଇଥିଲା ।

ରାଜସ୍ଥାନ ଆଗରେ ଥିଲା ୨୮୭ ରନର ଲକ୍ଷ୍ୟ:

ରାଜସ୍ଥାନ ରୟାଲ୍ସ ଆଗରେ ବିଶାଳ ରନ ଛିଡା କରିଥିଲା କମିନ୍ସ ବାହିନୀ । ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୮୬ ରନ କରିଥିଲା ହାଇଦ୍ରାବାଦ । ବିଜୟ ପାଇଁ ରାଜସ୍ଥାନକୁ ୨୮୭ ରନର ଲକ୍ଷ୍ୟ ଦେଇଥିଲା । ଆରଆର ମଧ୍ୟ ହାଇଦ୍ରାବାଦକୁ କଡ୍ଡା ଟକ୍କର ଦେଇଥିଲା । ମାତ୍ର ଦଳ ୨୦ ଓଭରରେ ୬ ୱିକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ୪୪ରନରେ ରାଜସ୍ଥାନକୁ ହରାଇ ବିଜୟୀ ହୋଇଛି ହାଇଦ୍ରାବାଦ ।

ଇଷାନ କିଶାନଙ୍କ ଧୁଆଁଧାର ବ୍ୟାଟିଂ:

ସନରାଇଜର୍ସ ହାଇଦ୍ରାବାଦ ୨୦୨୫ ସିଜିନରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛି । ଆଜିର ମ୍ୟାଚରେ SRH ଦମଦାର ପ୍ରଦର୍ଶନ କରିବା ସହିତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୪୫ ବଲରେ ୧୦୦ ରନ ହାସଲ କରିଥିଲେ ଇଶାନ । ଇଶାନ କିଶାନ ୪୭ ବଲରେ ୧୦୬ ରନ କରିଛନ୍ତି । ଇଶାନ କିଶାନଙ୍କ ଶତକ ବ୍ୟତୀତ, ଟ୍ରାଭିସ୍ ହେଡ୍ (୩୧ ବଲରେ ୬୭ ରନ), ହେନରିଚ୍ କ୍ଲାସେନ୍ (୧୪ ବଲରେ ୩୪ ରନ) ଏବଂ ନୀତିଶ କୁମାର ରେଡ୍ଡି (୧୫ ବଲରେ ୩୦ ରନ) କରି SRHକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଛନ୍ତି ।

କଡା ଟକ୍କର ଦେଇଥିଲା RR:

ସେପଟେ ୨୮୭ ରନର ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ଆରଆର ଖେଳିଳି ମଧ୍ୟ ମ୍ୟାଚ ଜିତିବା ଲକ୍ଷ୍ୟ ରଖି ଦମଦାର ପଦର୍ଶନ କରିଥଲେ । RRର ଧ୍ରୁବ ଜୁରେଲ ୩୫ ବଲ ଖେଳି ୭୦ ରନ କରିଥିଲେ । ସେହିପରି ସଞ୍ଜୁ ସାମସନ (୩୭ ବଲ୍‌ରେ ୬୬ ରନ) ଓ ଶିମରନ୍ ହେଟମାୟର୍ (୨୩ ବଲ୍‌ରେ ୪୨ ରନ୍‌) କରିଥିଲେ । ରାଜସ୍ଥାନ ୨୦ ଓଭରରେ ୬ ୱିକେଟ ହରାଇ ୨୪୨ ରନ୍‌ରେ ସୀମିତ ରହିଥିଲା । ଫଳରେ ୪୪ ରନରେ SRH ବିଜୟୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ମ୍ୟାଚ ପୂର୍ବରୁ ଅବସରକୁ ନେଇ ବଡ କଥା କହିଲେ ଧୋନି

ଇଡେନରେ ବିରାଟ ସୋ', KKRକୁ ମାତ ଦେଇ ବିଜୟ ସହ RCBର ଆଇପିଏଲ ଅଭିଯାନ

ଗତ ସିଜିନର ପ୍ରଦର୍ଶନ ଚଳିତ ସିଜିନରେ ଦୋହରାଇଥିଲା ସନରାଇଜର୍ସ ହାଇଦ୍ରାବାଦ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂରେ କମ୍ପିଥିଲା ରାଜୀବ ଗାନ୍ଧୀ ଷ୍ଟାଡିୟମ । ରନ୍‌ ବର୍ଷା କରିଥିଲେ ଏସଆରଏଚ (SRH) ବ୍ୟାଟର । ଦୀର୍ଘ ଦିନ ପରେ ଫର୍ମକୁ ଫେରିଥିଲେ ଇଷାନ କିଶାନ । ଚଳିତ ଆଇପିଏଲ ସଂସ୍କରଣରେ ପ୍ରଥମ ଶତକ ହାସଲ କରିଥିଲେ । ୪୫ ବଲରେ ଶତକ କରିଛନ୍ତି । ମୋଟ ୪୭ ବଲ ଖେଳି ୧୦୬ ରନ କରି ଅପରାଜିତ ରହିଥିଲେ କିଶାନ । ଆଜିର ମ୍ୟାଚରେ SRH IPL ଇତିହାସର ସର୍ବାଧିକ ସ୍କୋର ୨୮୭ ରେକର୍ଡର ଅତି ନିକଟତର ହୋଇଥିଲା । ଗତ ସିଜନରେ RCB ବିପକ୍ଷରେ ଦଳ ସର୍ବାଧିକ ୨୮୭ ରନ୍ କରିଥିଲା । ହାଇଦ୍ରାବାଦ ପୁଣି ଥରେ ନିଜ ରେକର୍ଡ ଅତିକ୍ରମ କରିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଶେଷ ଓଭରରେ ରନ କମିବା ସହ ୨୮୬ ରନ୍‌ରେ ସୀମିତ ହୋଇଥିଲା ଏସଆରଏଚ ।

Last Updated : March 23, 2025 at 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.