ହାଇଦ୍ରାବାଦ: ଆଇପିଏଲର 18 ତମ ସଂସ୍କରଣରେ ଆଜି ପ୍ରଥମ ଡବଲହେଡର ମ୍ୟାଚ । ପ୍ରଥମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଅପରାହ୍ନ 3ଟା 30ମିନିଟରେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଡାଡିୟମରେ ଏହି ମ୍ୟାଚ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ ସନ୍ଧ୍ୟା 7ଟା 30 ମନିଟିରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଡାଡିୟମରେ ଖେଳାଯିବ । ଗତକାଲି ଆଇପିଏଲର ପ୍ରଥମ ମୁକାବିଲା ସରିଥିବା ବେଳେ ଆଜି ଦ୍ବିତୀୟ ଓ ତୃତୀୟ ମୁକାବିଲା ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ ।
ପୂର୍ବ ସିଜିନର ପ୍ରତିଶୋଧ ନେବ ରାଜସ୍ଥାନ, ପ୍ରଦର୍ଶନ ଦୋହରାଇବକି SRH:
It all starts tomorrow 🔥#PlayWithFire | #TATAIPL2025 | #SRHvRR pic.twitter.com/sghVYoiaqV
— SunRisers Hyderabad (@SunRisers) March 22, 2025
ପ୍ୟାଟ କମିନ୍ସଙ୍କ ନେତୃତ୍ବରେ ଆଜି ଆଇପିଏଲ ମଇଦାନକୁ ଓହ୍ଲାଇବ ଏସଆରଏଚ । ଗତବର୍ଷ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇ ଦେଇଥିଲା । ସେହପିରି ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ଗତ ସିଜିନରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ପରସ୍ପରକୁ ଭେଟିଥିଲେ । ଏଥିରେ ହାଇଦ୍ରାବାଦ ରାଜସ୍ଥାନକୁ ମାତ ଦେଇ ଫାଇାଲରେ ପ୍ରବେଶ କରିଥିଲେ । ଫଳରେ ଆରଆରର ଟ୍ରଫି ଆଶା ମଉଳିଥିଲା । ଗତ ସିଜିନର ପ୍ରତିଶୋଧ ଆଜିର ମ୍ୟାଚରେ ନେବାକୁ ଲକ୍ଷ୍ୟ ରଖିଛି ସଞ୍ଜୁ ସାମସନଙ୍କ ଦଳ । ଫାଇନାଲକୁ ଯାଉ ମଧ୍ୟ ଟ୍ରଫି ଠାରୁ ଗୋଟିଏ ପାଦ ପଛରେ ରହିଥିଲା ଏସଆରଏଚ ।
Watch till the end to feel the dard 😢 pic.twitter.com/YsKPvAenLT
— Rajasthan Royals (@rajasthanroyals) March 17, 2025
ଏହି ଖେଳାଳିଙ୍କ ଉପରେ ରହିବ ନଜର:
ଗତ ଥର ହାଇଦ୍ରାବବାଦ ଦଳର ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇ ଦେଇଥିଲେ । ଚଳିତ ଥର ମଧ୍ୟ ସମାନ ରଣନୀତି ନେଇ ଦଳ ପ୍ରଦର୍ଶନ କରିବ ବୋଲି ଫ୍ୟାନ୍ସ ଆଶାବାଦୀ । ଦଳରେ ଟ୍ରାବିସ ହେଡ, ଅଭିଷେଖ ଶର୍ମା ଓ ହେନେରିଚ କ୍ଲାସେନଙ୍କ ପରି ବ୍ୟାଟ୍ସମ୍ୟାନ ରହିଛନ୍ତି । ଗତ ସିଜିନରେ ଏହି 3 ଖେଳାଳୀ ବିପକ୍ଷ ଦଳର ବୋଲରଙ୍କ ବଲକୁ ମାଡ କରି ଘାଇଲା କରିଥିଲେ । ସେହିପରି ବୋଲିଂରେ ରହିଛନ୍ତି ମହମ୍ମଦ ଶାମୀ, କମିନ୍ସ, ଆଡାମ ଜାମ୍ପେ, ରାହୁଲ ଚହର । ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ଏଚଆରଏଚକୁ ଟକ୍କର ଦେବାକୁ ପୁରା ପ୍ରସ୍ତୁତ । ଦଳରେ ନୀତିଶ ରଣା, ସଞ୍ଜୁ, ସିମରନ ହେଟମୟର, ଶୀବମ ଦୁବେ, ଜୟସ୍ବାଲ, ରିୟାନ ପରାଗଙ୍କ ପରି ବ୍ୟାଟ୍ସ ମ୍ୟାନ ରହିଛନ୍ତି । ବୋଲିଂରେ ରହିଛନ୍ତି ମହେଶ ଠେକସାନା, ଜୋଫ୍ରା ଆରଚେର ଓ ଅଶୋକ ଶର୍ମା । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ପୁରା ପ୍ରସ୍ତୁତ ।
SRH-RR ହେଡ ଟୁ ହେଡ:
ବର୍ତ୍ତମାନ ପର୍ଯ୍ୟନ୍ତ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୋଟ 20 ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି। ହାଇଦ୍ରାବାଦ ଦଳ 11 ଟି ମ୍ୟାଚ ଜିତିଥିବାବେଳେ ରାଜସ୍ଥାନ ଦଳ 9 ଟି ମ୍ୟାଚ ଜିତିଛି। ଏଭଳି ପରିସ୍ଥିତିରେ ରାଜସ୍ଥାନ ଉପରେ ହାଇଦ୍ରାବାଦର ଭାରି ରହିବା ଅନୁମାନ କରାଯାଉଛି ।
ସନ୍ଧ୍ୟାରେ ଚେନ୍ନାଇ-ମୁମ୍ବାଇ ମୁକାବିଲା:
ପାଞ୍ଚ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଆଜି ସନ୍ଧ୍ୟା ସମୟରେ ମ୍ୟାଚ ଖେଳାଯିବ । ଆଜି ଏକ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିବ । ଧୋନିଙ୍କ ବ୍ୟାଟିଂ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଗତବର୍ଷ ପଡିଆରେ ତାଙ୍କର ହେଲିକପ୍ଟର ସଟ ଦେଖିବାକୁ ମିଳିଥିଲା । ଚଳିତ ଥର ମଧ୍ୟ ତାଙ୍କ ସେହି ସଟ ଦେଖିବାକୁ କୋଟି କୋଟି ଦର୍ଶକ ଚାହିଁ ରହିଛନ୍ତି ।
Tighten your seatbelts, it's time for the 𝐂𝐋𝐀𝐒𝐇 𝐎𝐅 𝐓𝐇𝐄 𝐂𝐇𝐀𝐌𝐏𝐈𝐎𝐍𝟓 ⚔️🔥#MumbaiIndians #PlayLikeMumbai #CSKvMI pic.twitter.com/DhxyAbR2nb
— Mumbai Indians (@mipaltan) March 23, 2025
ଆଇପିଏଲରେ ଦୁଇ ଦଳ ମଧ୍ୟରେ 37ଟି ମ୍ୟାଚ ଖେଳାଯାଇଥିବା ବେଳେ 20ଟିରେ ମୁମ୍ବାଇ ଓ 17ଟିରେ ଚେନ୍ନାଇ ବିଜୟୀ ହୋଇଛି । ଗତବର୍ଷ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ହେଉଥିବାରୁ ଚେନ୍ୱାଇ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ସେହିପରି ପୂର୍ବ ରେକର୍ଡକୁ ନେଇ ମୁମ୍ବାଇ ମ୍ୟାଚ ଜିତିବା ନେଇ ଆଶାବାଦୀ ।