ETV Bharat / sports

IPL 2025: SRH ଟିମ୍ ହୋଟେଲରେ ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ଖେଳାଳି - SRH TEAM HOTEL FIRE

ସନରାଇଜର୍ସ ହାଇଦ୍ରାବାଦ ଖେଳାଳିମାନେ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ । ସୁରକ୍ଷିତ ଭାବେ ଖେଳାଳିଙ୍କୁ କରାଗଲା ସ୍ଥାନାନ୍ତର ।

Sunrisers Hyderabad Players
Sunrisers Hyderabad Players (AP))
author img

By ETV Bharat Odisha Team

Published : April 14, 2025 at 4:49 PM IST

Updated : April 14, 2025 at 5:11 PM IST

1 Min Read

ହାଇଦ୍ରାବାଦ: ଅଳ୍ପକେ ବର୍ତ୍ତିଲେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ଖେଳାଳି । ହାଇଦ୍ରାବାଦ ବଞ୍ଜାରା ହିଲ୍ସ ପାର୍କ ହାୟତ ହୋଟେଲରେ ଅଗ୍ନିକାଣ୍ଡ । ଏସଆରଏଚ ଟିମ୍ ଖେଳାଳିଙ୍କୁ କରାଗଲା ସ୍ଥାନାନ୍ତର । ଆଇପିଏଲ୍ 2025 ଚାଲିଥିବାରୁ ପାର୍କ ହାୟତ ହୋଟେଲରେ ରହୁଥିଲେ ଏସଆରଏଚ ଖେଳାଳି । ସେମବାର (ଏପ୍ରିଲ 14) ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ପାର୍କ ହାୟତ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଠାରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଖେଳାଳି ରହୁଥିଲେ । ଚଳିତ IPL 2025 ଫିକ୍ସଚରରେ ଆସନ୍ତା ମ୍ୟାଚ ଏସଆରଏଚ ଦଳର ହାଇଦ୍ରାବାଦରେ ମୁମ୍ବାଇ ବିପକ୍ଷରେ ରହିଛି । ଏଥିପାଇଁ ଏସଆରଏଚ ଦଳର ଖେଳାଳିମାନେ ସେଠାରେ ରହୁଥିଲେ ।

ଅଗ୍ନିକାଣ୍ଡ ଘଟିବା ପରେ...

ଗଣମାଧ୍ୟମ ରିପୋର୍ଟ ଅନୁସାରେ ହୋଟେଲର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ସମଗ୍ର ଅଞ୍ଚଳରେ ଘନ ଧୂଆଁର ଆସ୍ତରଣ ଖେଳିଯାଇଥିଲା । ଘଟଣା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ସେମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଯାହା ନିକଟବର୍ତ୍ତୀ ଅଞ୍ଚଳରେ ଘନ ଧୂଆଁ ସୃଷ୍ଟି କରିଥିଲା ।

ଏହା ବି ପଢନ୍ତୁ- ଅଭିଶେଖ ଶର୍ମାଙ୍କ ଦ୍ରୁତତମ ଶତକ, ଘରୋଇ ଗ୍ରାଉଣ୍ଡରେ ବିଜୟ ଟ୍ରାକକୁ ଫେରିଲା SRH - IPL 2025 SRH BEAT PBKS

ସମସ୍ତ ଖେଳାଳି ସୁରକ୍ଷିତ ଉଦ୍ଧାର-

ହାଇଦ୍ରାବାଦ ଜିଲ୍ଲା ଅଗ୍ନିଶମ ଅଧିକାରୀ (DFO)ଙ୍କ ଅନୁଯାୟୀ, "SRH ଦଳ ସେମାନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ସୁରକ୍ଷିତ ଭାବରେ ହୋଟେଲରୁ ବାହାରକୁ ବାହାରି ଆସିଥିଲେ । ଅନ୍ୟ କୌଣସି କ୍ଷତି ହୋଇନାହିଁ । ଖେଳାଳିମାନେ ସେମାନଙ୍କ ଟିମ୍ ବସ୍‌ରେ ହୋଟେଲରୁ ବାହାରକୁ ବାହାରିଥିବା ଦେଖାଯାଇଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।"

ସନରାଇଜର୍ସ ହାଇଦ୍ରାବାଦ ତା’ର ଶେଷ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌କୁ 8 ୱିକେଟ୍‌ରେ ପରାସ୍ତ କରିଥିଲା । ଅଭିଷେକ ଶର୍ମା ୫୫ ବଲ୍‌ରୁ ୧୦ ଛକା ସହିତ ୧୪୧ ରନ୍ କରିଥିଲେ । ଟ୍ରାଭିସ୍ ହେଡ୍ ୩୭ ବଲ୍‌ରୁ ୩ଟି ଛକା ସହିତ ୬୬ ରନ୍ କରିଥିଲେ । ଦଳ ପକ୍ଷରୁ ହର୍ଷଲ ପଟେଲ ୪ଟି ୱିକେଟ୍‌ ନେଇଥିଲେ, ଯେତେବେଳେ ଇଶାନ ମାଲିଙ୍ଗା ଦୁଇଟି ୱିକେଟ୍‌ ନେଇଥିଲେ ।

Last Updated : April 14, 2025 at 5:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.