ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 18 ତମ ସିଜନ୍ ଗତ 22ରୁ ଆରମ୍ଭ ହୋଇଛି । ତେବେ କିଛି ଖେଳାଳି ଅଛନ୍ତି ଯେଉଁମାନେ ପ୍ରାରମ୍ଭିକ ସିଜିନରୁ ଖେଳୁଛନ୍ତି । ସେମାନେ ବର୍ତ୍ତମାନ ନିଜ ନିଜ ଦଳର ସୁପରଷ୍ଟାର । ତଥାପି କିଛି ବଡ ଖେଳାଳିଙ୍କ ପାଇଁ ଚଳିତ ଆଇପିଏଲ୍ ଶେଷ ଆଇପିଏଲ୍ ହୋଇପାରେ ଏବଂ ଏହି ଖେଳାଳିମାନେ ଏହି ସିଜିନ ଶେଷ ହେବା ପରେ ଅବସର ଘୋଷଣା କରିବେ ବୋଲି ଖବର ରହିଛି ।
ସମ୍ଭାବ୍ୟ ଅବସର ତାଲିକାରେ ଅନ୍ତର୍ଭୁକ୍ତ ଖେଳାଳିଙ୍କ ତାଲିକା-
ଏମଏସ ଧୋନି (CSK): ଧୋନି 2008 ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ଖେଳୁଛନ୍ତି । ବର୍ତ୍ତମାନ ତାଙ୍କୁ 43 ବର୍ଷ ବୟସ, କିନ୍ତୁ ସେ CSK ପାଇଁ ଖେଳୁଛନ୍ତି । ସେ ମଧ୍ୟ ଦୀର୍ଘ ସମୟ ଧରି CSK ର ଅଧିନାୟକ ଥିଲେ । ସେ ନିଜ ଦଳ ପାଇଁ ପାଞ୍ଚଟି ଟାଇଟଲ୍ ଜିତିଛନ୍ତି । ସେ 2024 ସିଜିନ ପୂର୍ବରୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏପର୍ଯ୍ୟନ୍ତ ସେ ହାରାହାରି 39.13 ଏବଂ ଷ୍ଟ୍ରାଇକ୍ ରେଟ୍ 137.54 ରେ 229 ମ୍ୟାଚ୍ ରେ 5200ରୁ ଅଧିକ ରନ୍ କରିଛନ୍ତି । ଅନେକ ଥର ଧୋନି ଆଇପିଏଲ ଛାଡୁଥିବାର ଗୁଜବ ହୋଇଥିଲା । କିନ୍ତୁ, ସେ ତଥାପି 2025 ରେ ଖେଳୁଛନ୍ତି । ତେବେ ଏହି ସିଜିନ ତାଙ୍କର ଶେଷ ଆଇପିଏଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
The Climax Cameo! 🦁🔥 #CSKvMI #WhistlePodu #Yellove🦁💛 pic.twitter.com/HbmYCbvdTZ
— Chennai Super Kings (@ChennaiIPL) March 23, 2025
ମୋଇନ ଅଲି (କେକେଆର୍): ଗତ ବର୍ଷ ମୋଇନ ଅଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କର ବୟସ 38 ବର୍ଷ, ଏହି ସିଜିନରେ ସେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ଖେଳୁଛନ୍ତି । ବର୍ତ୍ତମାନ ସମୟରେ ମୋଇନ ଅଲି ଟି -20 ଫର୍ମାଟରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନାହାଁନ୍ତି । ତେଣୁ, ଆଗାମୀ ନିଲାମରେ ତାଙ୍କୁ କିଣିବାକୁ ଫ୍ରାଞ୍ଚାଇଜ୍ ଆଗ୍ରହୀ ହୋଇନପାରନ୍ତି । ଏହି କାରଣରୁ, ଏହା ତାଙ୍କର ଶେଷ ଆଇପିଏଲ୍ ହେବ ବୋଲି ଆଶା କରାଯାଉଛି ।
ରବିଚନ୍ଦ୍ରନ ଅଶ୍ୱିନ (CSK): ମେଗା ନିଲାମରେ CSK ଅଶ୍ୱିନଙ୍କୁ 9.75 କୋଟିରେ କିଣିଛି । ତାଙ୍କର ବୟସ 38 ବର୍ଷ | ଅଶ୍ୱିନ 2024 ସିଜନରେ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ, ହାରାହାରି 51.89 ରେ 14 ଟି ମ୍ୟାଚରେ ମାତ୍ର 9 ଟି ୱିକେଟ୍ ନେଇଥିଲେ । ଯଦି ଅଶ୍ୱିନ ମଧ୍ୟ ଏହି ସିଜିନରେ ପ୍ରଭାବିତ କରିବାରେ ବିଫଳ ହୁଅନ୍ତି, ତେବେ ଏହା ତାଙ୍କର ଶେଷ ଆଇପିଏଲ ହୋଇପାରେ ।
ଗ୍ଲେନ୍ ମ୍ୟାକ୍ସୱେଲ (PBKS): 36 ବର୍ଷୀୟ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଗତ ସିଜନରେ ବିଫଳ ହୋଇଥିଲେ । ସେ ମାତ୍ର 52 ରନ୍ ସଂଗ୍ରହ କରିଥିଲେ । ଯଦି ସେ ଆଇପିଏଲରେ ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏହି ସିଜନରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଯଦି ସେ ମଧ୍ୟ ଏଥର ଭଳ ପ୍ରଦର୍ଶନ ଦେବାରେ ସକ୍ଷମ ନହୁଅନ୍ତି, ତେବେ ଆଗାମୀ ସିଜନରେ ସୁଯୋଗ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହେବ ।
ଫାଫ୍ ଡୁପ୍ଲେସିସି (ଡିସି): ଫାଫ୍ 40 ବର୍ଷ ବୟସରେ ମଧ୍ୟ କ୍ରମାଗତ ଭାବରେ ଆଇପିଏଲ୍ ରେ ଭଲ ପ୍ରଦର୍ଶନ କରୁଛନ୍ତି । ଆଇପିଏଲରେ ସେ ହାରାହାରି 35.99 ଏବଂ ଷ୍ଟ୍ରାଇକ୍ ରେଟ୍ 136.37 ରେ ମୋଟ 4,521 ରନ୍ ସ୍କୋର କରିଥିଲେ ମଧ୍ୟ ଗତ ସିଜନରେ ସେ ଭଲ ପ୍ରଦର୍ଶନ କରିନଥିଲେ । ଏଥର ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି, ଯଦି ସେ ଆଇପିଏଲରେ ନିଜର କ୍ୟାରିୟର ଜାରି ରଖିବାକୁ ଚାହାଁନ୍ତି ତେବେ ତାଙ୍କୁ ଜୋରଦାର ପ୍ରଦର୍ଶନ କରିବାକୁ ପଡ଼ିବ ।
ଏହି ତାଲିକାରେ ଅନ୍ତର୍ଭୁକ୍ତ ଅନ୍ୟ ଖେଳାଳିଙ୍କ ମଧ୍ୟରେ ସ୍ପିନର କରଣ ଶର୍ମା, ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ଅଛନ୍ତି। ଏହି ବରିଷ୍ଠ ଖେଳାଳିମାନେ ବହୁ ବର୍ଷ ଧରି ଆଇପିଏଲରେ ଅଧିକ ପ୍ରଭାବିତ କରିବାକୁ ସକ୍ଷମ ହୋଇନାହାଁନ୍ତି । ଏଥର କରଣ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଇଶାନ୍ତ ଶର୍ମା ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳୁଛନ୍ତି । କ୍ରିକେଟ୍ ପଣ୍ଡିତଙ୍କ ମତରେ ଯଦି ଉଭୟ ଏହି ସିଜନରେ ଭଲ ପ୍ରଦର୍ଶନ ନକରନ୍ତି ତେବେ ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ ।