ହାଇଦ୍ରାବାଦ: ଆଇପିଏଲର 18ତମ ସଂସ୍କରଣରେ ଆଜି ରହିଛି ଜବରଦସ୍ତ ଫାଇଟ । 34ତମ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା 7ଟା 30ରେ ଖେଳାଯିବ । ଚଳିତ ଆଇପିଏଲରେ ପଞ୍ଚମ ବିଜୟର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ନିଜ ସପକ୍ଷରେ ରଖିବାକୁ ବେଶ ଆଶାବାଦୀ ଆରସିବି । ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ 6ଟି ଲେଖାଏଁ ମ୍ୟାଚ ଖେଳି 4ଟିରେ ବିଜୟ ସହ ପଏଣ୍ଟ ଚେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
RCB vs PBKS:
Catching smiles and hugs with old pals and new faces! 🫂
— Royal Challengers Bengaluru (@RCBTweets) April 17, 2025
Fri-yay night plans sorted! 😎#PlayBold #ನಮ್ಮRCB #IPL2025 pic.twitter.com/kb1ptKa4uK
ରଜତ ପାଟିଦାରଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଆଜି ଘୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ଚଳିତ ସିଜିନରେ ଆରସିବିର ପ୍ରଦର୍ଶନ ଜବରଦସ୍ତ ରହିଛି । ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା 6 ଟି ମ୍ୟାଚରୁ 4 ଟିରେ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇଛି । ଆରସିବି କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି। ଏଥି ସହିତ ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ପରାଜିତ ହୋଇଥିଲା । ଆଜି ପଞ୍ଜାବ କିଙ୍ଗ୍ସକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଯିବାକୁ ବେଙ୍ଗାଲୁରୁ ଚେଷ୍ଟା କରିବ । ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଆଜି ନଜର ରହିବ । କାହିଁକିନା ପୂର୍ବ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ ।
ଚଳିତ ସିଜିନର ପଞ୍ଜାବ କିଙ୍ଗ୍ସ ମଧ୍ୟ ପୁରା ଫର୍ମରେ ରହିଛି । ପୂର୍ବ ମ୍ୟାଚରେ କୋଲକାତାକୁ ଦଳ ଭେଟିଥିଲା । ଲୋ ସ୍କୋରିଂ ମ୍ୟାଚରେ କେଲକାତାକୁ ପରାସ୍ତ କରି ସମସ୍ତଙ୍କୁ ଚମକାଇ ଦେଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ବରେ ଦଳର ପ୍ରଦର୍ଶନ ଆଇପିଏଲରେ ଭଲ ରହିଛି । ପଞ୍ଜାବ କିଙ୍ଗ୍ସ ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳି 4ଟି ବିଜୟ ସହ 2ଟିରେ ପରାଜିତ ହୋଇଛି । ଆଜି ମଧ୍ୟ ଆରସିବିକୁ ତାର ଗ୍ରାଉଣ୍ଡରେ ପରାଜୟ କରି ରୋମାଞ୍ଚକର ବିଜୟ ହାସଲ କରିବାକୁ ଲକ୍ଷ ରଖିଛି ଆୟର ବାହିନୀ ।
The Chinnaswamy Braces for a Six-Storm! 💥🏏
— Star Sports (@StarSportsIndia) April 18, 2025
Two high-scoring giants, fresh off stellar wins, are set to collide in Bengaluru! 🔥#RCB and #PBKS have gone toe-to-toe over the years. Who takes the edge in this explosive encounter tonight? 👇✍🏻#IPLonJioStar #RCBvPBKS | FRI, 18… pic.twitter.com/0Idsmd238P
ପଞ୍ଜାବ-ବେଙ୍ଗାଲୁରୁ ହେଡ ଟୁ ହେଡ :
ଉଭୟ ଦଳର ଯଦି ହେଡ ଟୁ ହେଡ ରେକର୍ଡ ଉପରେ ନଜର ପକାଇବା ତେବେ ଉଭୟ ଦଳର ପ୍ରଦର୍ଶନ ସମାନ ରହିଛି । ଆଇପିଏଲ ଇତିହାସରେ ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳେ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଳ 33 ଥର ପରସ୍ପରକୁ ଭେଟିଛନ୍ତି । ଏଥିରେ ପଞ୍ଜାବ 17ଥର ଜିତିଥିବା ବେଳେ ଆରସିବି 16ଥର ବିଜୟ ହାସଲ କରିଛି । ଗତ ଶେଷ 5ଟି ମ୍ୟାଚରେ ଆରସିବି 3ଟି ଓ ପଞ୍ଜାବ 2ଟିରେ ବିଜୟ ହାସଲ କରିଛି । ଆଜି ଦୁଇ ଦଳ ମଧ୍ୟରେ କାଣ୍ଟେକି ଟକ୍କର ମୁକାବିଲା ହେବ ।
ଚିନ୍ନାସ୍ବାମୀ ଷ୍ଟାଡିୟମ ପିଚ ରିପୋର୍ଟ:
ଚିନ୍ନାସ୍ବାମୀ ଷ୍ଟାଡିୟମ ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ବେଶ ସହାୟକ ବୋଲି ବିବେଚନା କରାଯାଏ । ଏହି ପିଚରେ ଖେଳ ଆରମ୍ଭ ହେବାର କିଛି ସମୟ ପରେ ବ୍ୟାଟ୍ସମ୍ୟାନ ଭଲ ରନ କରିନ୍ତି । ପୁରୁଣା ବଲ ସ୍ପିନ ବୋଲିଂକୁ ସହାୟକ ହେବ । ଅନେକ ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ଇନିଂସରେ 200 ରୁ ଅଧିକ ରନ୍ ସ୍କୋର ହୋଇଥିବା ରୋକର୍ଡ ରହିଛି । ଏଠାରେ ଟସ ଜିତିଥିବା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାକ ପସନ୍ଦ କରନ୍ତି ।