ETV Bharat / sports

ଆଜି ଗ୍ରୀନ ଜର୍ସିରେ ମୈଦନକୁ ଓହ୍ଲାଇବ ଆରସିବି, କଡା ଟକ୍କର ଦେବ ରାଜସ୍ଥାନ - RR VS RCB MATCH PREVIEW

ରାଜସ୍ଥାନ ରୟାଲ୍ସ (RR) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ହେବାକୁ ଥିବା IPL ମ୍ୟାଚ୍ ପୂର୍ବରୁ ରେକର୍ଡ ଦେଖନ୍ତୁ ।

RR VS RCB MATCH
RR VS RCB MATCH (ETV BHARAT)
author img

By ETV Bharat Odisha Team

Published : April 13, 2025 at 12:01 PM IST

2 Min Read

ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) 2025, 28ତମ ମ୍ୟାଚରେ, ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ପରସ୍ପର ସହିତ ଆଜି ମୁହାଁମୁହିଁ ହେବେ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଅପରାହ୍ନ 3:30ରୁ ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । IPL 2025ରେ ରାଜସ୍ଥାନ ଏବଂ RCB ଉଭୟ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ମିଶ୍ରିତ ରହିଛି । ତେଣୁ ଉଭୟ ଦଳ ପଏଣ୍ଟ ଟେବୁଲରେ ନିଜ ସ୍ଥିତିକୁ ଉନ୍ନତ କରିବା ପାଇଁ ଆଜି ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ, RCB ଏବଂ ରାଜସ୍ଥାନ ପଏଣ୍ଟ ଟେବୁଲରେ ଯଥାକ୍ରମେ ଚତୁର୍ଥ ଏବଂ ସପ୍ତମ ସ୍ଥାନରେ ଅଛନ୍ତି ।

ଆଇପିଏଲରେ ରାଜସ୍ଥାନ ବନାମ ବାଙ୍ଗାଲୋର ମ୍ୟାଚ୍-

ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସର ଦଳ ଆଜି ଘରୋଇ ଗ୍ରାଉଣ୍ଡରେ ବେଙ୍ଗାଲୁରୁକୁ ଭେଟିବ । ରୟାଲ୍ସ ଏପର୍ଯ୍ୟନ୍ତ 5 ମ୍ୟାଚ୍ ରୁ 2ଟିରେ ବିଜୟୀ ହୋଇଛି ଏବଂ 3ଟିରେ ପରାସ୍ତ ହୋଇଛି । ରାଜସ୍ଥାନ ଏହି ସିଜିନରେ ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ବିଜୟର ସ୍ୱାଦ ଚାଖିଛି। ଆଜି RCB ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ବିଜୟୀ ହୋଇ ମୂଲ୍ୟବାନ 2 ପଏଣ୍ଟ ହାସଲ କରିବାକୁ ଚାହିଁବ ।

ଏହା ବି ପଢନ୍ତୁ- ଅଭିଶେଖ ଶର୍ମାଙ୍କ ଦ୍ରୁତତମ ଶତକ, ଘରୋଇ ଗ୍ରାଉଣ୍ଡରେ ବିଜୟ ଟ୍ରାକକୁ ଫେରିଲା SRH - IPL 2025 SRH BEAT PBKS

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ସିଜନରେ ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ ଏହି ଦଳ ଅନେକ ରୋମାଞ୍ଚକର ମ୍ୟାଚ୍ ଜିତିଛି। ଆରସିବି ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ରୁ ୩ଟିରେ ଜିତିଛି ଏବଂ ୨ଟି ମ୍ୟାଚ୍ ହାରିଛି । ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳି ଥିବା ଏହି ଦଳ ଏପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିସାରିଛି । ଏପଟେ ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଜି RCB ରାଜସ୍ଥାନକୁ ତା'ର ଘରୋଇ ଗ୍ରାଉଣ୍ଡରେ ପରାସ୍ତ କରିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ଗ୍ରୀନ ଜର୍ସିରେ ଆଜି ଖେଳିବ ଆରସିବି ।

RR vs RCB ମୁହାଁମୁହିଁ ରେକର୍ଡ-

ଯଦି ଆମେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେଡ୍ ଟୁ ହେଡ୍ ରେକର୍ଡ ଦେଖିଲେ ଉଭୟଙ୍କ ମଧ୍ୟରେ କାଣ୍ଟେ କା ଟକ୍କର ହୋଇଛି । ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ 32ଟି IPL ମ୍ୟାଚ୍ ଖେଳାଯାଇଛି । ଏହି ସମୟ ମଧ୍ୟରେ, RCB 15ଟି ମ୍ୟାଚ୍ ଜିତିଛି। ଯେତେବେଳେ, ରାଜସ୍ଥାନ ୧୪ଟି ମ୍ୟାଚ୍ ଜିତିଛି । ଯଦି ଆମେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ 5ଟି ମ୍ୟାଚ୍ ଉପରେ ନଜର ପକାଇବା, ତେବେ ରାଜସ୍ଥାନ 3 ଥର ଜିତିଥିବା ବେଳେ RCB 2ଟି ମ୍ୟାଚ୍ ଜିତିଛି।

ସାୱାଇ ମାନସିଂହ ଷ୍ଟାଡିୟମ୍ ପିଚ୍ ରିପୋର୍ଟ-

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ ଆଇପିଏଲର କିଛି ଷ୍ଟାଡିୟମ ମଧ୍ୟରୁ ଗୋଟିଏ ଯେଉଁଠାରେ ବ୍ୟାଟସମ୍ୟାନମାନେ ସାଧାରଣତଃ ବଡ଼ ସଟ୍ ଖେଳିବାକୁ କଷ୍ଟକର ପାଆନ୍ତି । ଏହି ଷ୍ଟାଡିୟମଟି ୨୦୦୮ ମସିହାରୁ IPL ଆୟୋଜନ କରିଆସୁଛି ଏବଂ ଏଠାରେ ସ୍କୋର ମାତ୍ର ତିନିଥର ୨୦୦ ରୁ ଅଧିକ ହୋଇଛି । ଏହି ପିଚ୍ ବୋଲରମାନଙ୍କ ପାଇଁ ବହୁତ ସହାୟକ । ତେଣୁ, ରନ ସ୍କୋର କରିବା ପାଇଁ ବ୍ୟାଟସମ୍ୟାନମାନଙ୍କୁ ଏଠାରେ କଠିନ ପରିଶ୍ରମ କରିବାକୁ ପଡିବ ।

ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଉଭୟ ଦଳର ସମ୍ଭାବ୍ୟ ପ୍ଲେଇଂ-୧୧

ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ପ୍ଲେଇଂ-୧୧

ସଞ୍ଜୁ ସାମସନ (ଅଧିନାୟକ ତଥା ୱିକେଟ୍ କିପର), ଯଶସ୍ୱୀ ଜୟସ୍ୱାଲ, ନୀତୀଶ ରାଣା, ରିୟାନ ପରାଗ, ଧ୍ରୁବ ଜୁରେଲ, ଶିମରନ୍ ହେଟମିୟର, ୱାନିନ୍ଦୁ ହାସରାଙ୍ଗା, ଜୋଫ୍ରା ଆର୍ଚ୍ଚର, ମହେଶ ଥକସେନା, କୁମାର କାର୍ତ୍ତିକେୟ, ତୁଶର ଦେଶପାଣ୍ଡେ

ଇମ୍ପାକ୍ଟ ପ୍ଲେୟାର: ଆକାଶ ମାଧୱାଲ

ୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସମ୍ଭାବ୍ୟ ପ୍ଲେଇଂ-୧୧

ବିରାଟ କୋହଲି, ଫିଲ୍ ସଲ୍ଟ, ଦେବଦତ୍ତ ପାଡିକ୍କାଲ, ରଜତ ପାଟିଦାର, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା, ଟିମ୍ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ, ୟଶ ଦୟାଲ

ଇମ୍ପାକ୍ଟ ପ୍ଲେୟାର: ରସିଖ ସଲାମ / ସୁୟଶ ଶର୍ମା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.