ETV Bharat / sports

IPL 2025; ଆଇପିଏଲ୍ ଉପରେ ମ୍ୟାଚ୍ ଫିକ୍ସିଂ କଳା ବାଦଲ, ଏହି ଟିମ୍ ବିରୋଧରେ ଆସିଲା ଅଭିଯୋଗ - IPL 2025 MATCH FIXING

ବର୍ତ୍ତମାନ ଆଇପିଏଲର 18 ତମ ସିଜନରେ ମ୍ୟାଚ୍ ଫିକ୍ସିଂ ବୋମା ବିସ୍ଫୋରଣ ହୋଇଛି । ଭାରତୀୟ କ୍ରିକେଟ ଜଗତରେ ଝଡ ଆସିଛି ।

IPL 2025
IPL 2025 (IANS Photo)
author img

By ETV Bharat Odisha Team

Published : April 22, 2025 at 3:56 PM IST

2 Min Read

ନୂଆଦିଲ୍ଲୀ: ଆଇପିଏଲରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ । ଆଇପିଏଲ୍ 2025 ଉପରେ ମ୍ୟାଚଫିକ୍ସିଂର କଳାବାଦଲ । ଆଇପିଏଲ୍ ମଝିରେ ସାଂଘାତିକ ଅଭିଯୋଗ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 18 ତମ ସିଜନରେ ଏକ ବଡ ଖବର ସାମ୍ନାକୁ ଆସିଛି । 2008 ଚାମ୍ପିଅନ୍ ଏବଂ 2022 ସିଜନ୍ ରନର୍ ଅପ୍ ରାଜସ୍ଥାନ ରୟାଲ୍ସ (RR) ଦଳ ଉପରେ ଆଇପିଏଲ୍ 2025 ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ହୋଇଛି ।

ରାଜସ୍ଥାନ ରୟାଲ୍ସ ଉପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ-

ରାଜସ୍ଥାନ ରୟାଲ୍ସ ଜୟପୁରରେ ନିଜ ଘରୋଇ ଗ୍ରାଉଣ୍ଡ ସାୱାଇ ମାନସିଂହ ଷ୍ଟାଡିୟମରେ 19 ଏପ୍ରିଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ବିପକ୍ଷ ଶେଷ ଓଭରରେ 9 ରନ୍ ସ୍କୋର କରିବାରେ ବିଫଳ ହୋଇଥିଲା । ମ୍ୟାଚକୁ ମାତ୍ର 2 ରନରେ ହାରିଥିଲା ଆରଆର ଟିମ୍ । ଏହି ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଦଳ ଉପରେ ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ (ଆରସିଏ)ର ଆଡ-ହକ୍ କମିଟି ସଂଯୋଜକ ଜୟଦୀପ ବିହାନୀଙ୍କ ଦ୍ୱାରା ମ୍ୟାଚ୍ ଫିକ୍ସିଂ ଅଭିଯୋଗ ହୋଇଛି ।

JAIDEEP BIHANI ଜୟଦୀପ ବିହାନିଙ୍କ ତଦନ୍ତ ଦାବି-

ଶ୍ରୀଗଙ୍ଗନଗରରୁ ବିଜେପି ବିଧାୟକ ତଥା ଆରସିଏର ଆଡ-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ 'ଇଟିଭି ଭାରତ' ସହ କଥାବାର୍ତ୍ତାରେ କହିଛନ୍ତି, "ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଫିକ୍ସ ହୋଇଛି । ଶେଷ ଓଭରରେ 9 ରନ୍ ସ୍କୋର କରିବା ସହଜ, ଯେତେବେଳେ ଆପଣଙ୍କ ହାତରେ 6 ୱିକେଟ୍ ଥାଏ । ମୁଁ ଦାବି କରୁଛି ଏହି ମ୍ୟାଚ୍ ଉପରେ ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଯାଉ ଏବଂ ଯାହା ରିପୋର୍ଟ ଆସେ ତାହା ସାର୍ବଜନୀନ କରାଯାଉ ।"

RR ବନାମ LSG ମ୍ୟାଚ୍ ଫଳାଫଳ ?

ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନକୁ 181 ରନ୍‌ର ଟାର୍ଗେଟ ଦେଇଥିଲେ । ରନ୍ ଗୋଡ଼ାଇବା ସମୟରେ ଗୋଟିଏ ସମୟରେ RRର ସ୍କୋର ଥିଲା (156/2) । ଜୟସ୍ୱାଲ୍ ଏବଂ ଷ୍ଟାଣ୍ଡ-ଇନ୍ ଅଧିନାୟକ ରିୟାନ୍ ପରାଗ କ୍ରିଜରେ ଥିଲେ । ଜିତିବା ପାଇଁ ରାଜସ୍ଥାନକୁ 18 ବଲରୁ 25 ରନ ଆବଶ୍ୟକ ଥିଲା, କିନ୍ତୁ ପରେ ଲକ୍ଷ୍ନୌ ଦ୍ରୁତ ବୋଲର ଆଭେଶ ଖାନ ଜୟସ୍ୱାଲ୍ ଏବଂ ପରାଗଙ୍କୁ ଆଉଟ୍ କରିଥିଲେ । ଶେଷ ଓଭରରେ ଜିତିବା ପାଇଁ ରାଜସ୍ଥାନ 9 ରନ ଆବଶ୍ୟକ କରିଥିଲା । କିନ୍ତୁ, ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧ୍ରୁବ ଜୁରେଲ, ଶିମରନ୍ ହେଟମେୟର ଏବଂ ଶୁଭମ୍ ଦୁବେ 9 ରନ ସ୍କୋର କରିବାରେ ବିଫଳ ହୋଇଥିଲେ ।

IPL 2025 ରେ ରାଜସ୍ଥାନ ରୟାଲ୍ସ ପ୍ରଦର୍ଶନ-

ରାଜସ୍ଥାନ ରୟାଲ୍ସ ଦଳ ବର୍ତ୍ତମାନ 8ଟି ମ୍ୟାଚରେ 6ଟି ପରାଜୟ ଏବଂ 2ଟି ବିଜୟ ସହ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି । ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ୍ 24 ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଅଛି । ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ରାଜସ୍ଥାନ ରୟାଲ୍ସ ଦଳ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ଯେଉଁଥିପାଇଁ ପୁରା ଟିମ୍ ବର୍ତ୍ତମାନ ପ୍ରଶ୍ନ ଘେରରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.