ହାଇଦ୍ରାବାଦ: ପଞ୍ଜାବ ବିପକ୍ଷ ମ୍ୟାଚରେ ଇତିହାସ ରଚିଲେ ଆରସିବି ବ୍ୟାଟର ବିରାଟ କୋହଲି । ଚଳିତ ଆଇପିଏଲରେ ପୁରା ଫର୍ମରେ ରହି ଆଉ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି କିଙ୍ଗ କୋହଲି । ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ଆଗରେ ବିରାଟ । ଆଜି ପଞ୍ଜାବ ବିପକ୍ଷ ମ୍ୟାଚରେ 54 ବଲରେ ଗୋଟିଏ ଛକା ଓ 7 ଚୌକା ବଳରେ 73 ରନ କରିଥିଲେ ସେ । ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ 67ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି ।
ଡେଭିଡ୍ ୱାର୍ଣ୍ଣରଙ୍କୁ ପଛରେ ପକାଇଲେ କୋହଲି:
When consistency meets class 🫡
— IndianPremierLeague (@IPL) April 20, 2025
Virat Kohli adds another jewel to his crown 👑
🔽 Watch his masterclass against #PBKS ❤️https://t.co/OyKTYlSYLL#TATAIPL | #PBKSvRCB | @imVkohli pic.twitter.com/XYI8cv6uug
ବିରାଟ କୋହଲି ଏହି ସଫଳତା ପାଇବା ପରେ ପୂର୍ବତନ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜି କୋହଲି 43 ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ନାମରେ ଏବେ 67ଟି ପଚାଶରୁ ଅଧିକ ସ୍କୋର ରହିଛି, ଯାହା ଟୁର୍ଣ୍ଣାମେଣ୍ଟ ଇତିହାସରେ ଅନ୍ୟ ଖେଳାଳିଙ୍କ ଠାରୁ ସର୍ବାଧିକ। 252 ଇନିଂସ ଖେଳିବା ପରେ ଏହି ସଫଳତା ପାଇଛନ୍ତି କୋହଲି। ଆଇପିଏଲ 2025 ମେଗା ନିଲାମୀରେ ବିକ୍ରି ହୋଇ ନଥିବା ଡେଭିଡ ୱାର୍ଣ୍ଣର 66ଟି ଅର୍ଦ୍ଧଶତକ କରିଛନ୍ତି। ପୂର୍ବତନ ପଞ୍ଜାବ କିଙ୍ଗ୍ସ (PBKS) ଅଧିନାୟକ ଶେଖର ଧାୱନ 53ଟି ଅର୍ଦ୍ଧଶତ କରି ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।
IPLରେ ସର୍ବାଧିକ 50+ ସ୍କୋର କରିଥିବା ଖେଳାଳି
ବିରାଟ କୋହଲି - 67
ଡେଭିଡ ୱାର୍ଣ୍ଣର - 66
When consistency meets class 🫡
— IndianPremierLeague (@IPL) April 20, 2025
Virat Kohli adds another jewel to his crown 👑
🔽 Watch his masterclass against #PBKS ❤️https://t.co/OyKTYlSYLL#TATAIPL | #PBKSvRCB | @imVkohli pic.twitter.com/XYI8cv6uug
ଶିଖର ଧାୱନ - 53
ଏହା ମଧ୍ୟ ପଢନ୍ତୁ-ପଞ୍ଜାବକୁ ଘରେ ପଶି ହରାଇଲା RCB, କୋହଲି-ପାଦିକ୍କଲଙ୍କ ଅର୍ଦ୍ଧଶତକ - RCB BEAT PBKS
ଟି-20 କ୍ରିକେଟରେ 100ଟି ଅର୍ଦ୍ଧଶତକ:
ଏଥିସହ କୋହଲି ଟି20 କ୍ରିକେଟରେ 100ତମ ଅର୍ଦ୍ଧଶତକ ହାସଲ କରିବାରେ କରିବାରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ହୋଇପାରିଛନ୍ତି । 13 ଏପ୍ରିଲରେ ଆରସିବି ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ସେ ଏହି ସଫଳତା ହାସଲ କରିଥିଲେ । ଟି20ରେ ଏହା ତାଙ୍କର 101 ତମ ଅର୍ଦ୍ଧଶତକ ।
ଟି-20 କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ କରିଥିବା ଖେଳାଳି
ଡେଭିଡ ଓ୍ବାର୍ଣ୍ଣନର-108
ବିରାଟ କୋହଲି-101
କ୍ରିସ ଗେଲ-99
ଆଇପିଏଲ 2025ରେ କୋହଲିଙ୍କ ପ୍ରଦର୍ଶନ:
ଚଳିତ ଆଇପିଏଲରେ ବିରାଟ କୋହଲି ପୁରା ଫର୍ମରେ ରହିଛନ୍ତି । ତାଙ୍କର ଲଢୁଆ ବ୍ୟାଟିଂ ଯୋଗୁଁ ଦଳ ବିଜୟ ଦ୍ବାରରେ ପହଞ୍ଚିପାରୁଛି । ସେ ମୋଟ 8ଟି ଇନିଂସ ଖେଳି ଚଳିତ ସିଜିନରେ 322 ରନ କରିଛନ୍ତି । ତାଙ୍କର ଶ୍ରେଷ୍ଠ ସ୍କୋର 73 ରହିଛି । ଏଥିରେ 4ଟି ଅର୍ଦ୍ଧଶତକ ସାମିଲ ରହିଛି ।