ETV Bharat / sports

IPL ଇତିହାସ; ମହମ୍ମଦ ଶାମୀଙ୍କ ଲଜ୍ଜାଜନକ ରେକର୍ଡ, ପ୍ରବଳ ଛେଚିଲେ ପଞ୍ଜାବ ବ୍ୟାଟର - MOHAMMED SHAMI

ସନରାଇଜର୍ସ ହାଇଦ୍ରାବାଦ (SRH) ପେସର ମହମ୍ମଦ ଶାମୀ ପଞ୍ଜାବ କିଙ୍ଗସ୍ ବିପକ୍ଷରେ 4 ଓଭର ସ୍ପେଲରେ 75 ରନ ଦେଇଥିଲେ ।

Mohammed Shami
Mohammed Shami ((IANS Photo))
author img

By ETV Bharat Odisha Team

Published : April 13, 2025 at 3:22 PM IST

1 Min Read

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ପେସର ମହମ୍ମଦ ଶାମୀଙ୍କ ଲଜ୍ଜାଜନକ ରେକର୍ଡ । ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ତଥା ସନରାଇଜର୍ସ ହାଇଦ୍ରାବାଦ (SRH) ପେସର ମହମ୍ମଦ ଶାମି ଜଣେ ଭାରତୀୟ ବୋଲର ଭାବେ ସବୁଠାରୁ ମହଙ୍ଗା ବୋଲିଂ ରେକର୍ଡ କରିଛନ୍ତି । ଶାମି ତାଙ୍କର ୪ ଓଭର ସ୍ପେଲରେ ୭୫ ରନ ଦେଇଛନ୍ତି । ଗତକାଲି ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ପ୍ରଥମେ ବ୍ୟାଟିଂ କରି 6 ଓ୍ବିକେଟରେ 245 ରନର ବିଶାଳ ସ୍କୋର କରିଥିଲା ।

ଶାମୀଙ୍କ ନାମରେ ଯୋଡି ହେଲା ଲଜ୍ଜାଜନକ ରେକର୍ଡ-

ପେସର ମହମ୍ମଦ ଶାମୀ ଆଇପିଏଲ ଇତିହାସରେ ଦ୍ୱିତୀୟ ସବୁଠାରୁ ମହଙ୍ଗା ବୋଲିଂ ଫିଗର ରେକର୍ଡ କରିଥିଲେ । ଜୋଫ୍ରା ଆର୍ଚରଙ୍କ ୭୬ ରନର ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ଗୋଟିଏ ରନ ପଛରେ ରହିଯାଇଥିଲେ । ଶାମିଙ୍କ ଆରମ୍ଭ ଖରାପ ଥିଲା କାରଣ ପ୍ରଭସିମରନ ସିଂହଙ୍କ ଦ୍ୱାରା ଲଗାତାର ତିନୋଟି ଚୌକା ଖାଇଥିଲେ ଏବଂ ୧୪ ରନ ବ୍ୟୟ କରିଥିଲେ ଶାମୀ ।

ପ୍ରିୟାଂଶ ଆର୍ଯ୍ୟ ଦ୍ୱିତୀୟ ଓଭରରେ ଶାମୀଙ୍କୁ ଆଟାକ୍ କରିଥିଲେ, ଲଗାତାର ଦୁଇଟି ଛକା ଏବଂ ଗୋଟିଏ ଚୌକା ମାରିଥିଲେ। ପରେ ପ୍ରଭସିମରନ୍ ଏକ ଚମତ୍କାର ହିଟ୍ ସହିତ ଓଭର ଶେଷ କଲେ ଏବଂ ତାଙ୍କର ଦ୍ୱିତୀୟ ଓଭରରେ ୨୩ ରନ୍ ଦେଇଥିଲେ ।

ଏହି ବି ପଢନ୍ତୁ- ଅଭିଶେଖ ଶର୍ମାଙ୍କ ଦ୍ରୁତତମ ଶତକ, ଘରୋଇ ଗ୍ରାଉଣ୍ଡରେ ବିଜୟ ଟ୍ରାକକୁ ଫେରିଲା SRH - IPL 2025 SRH BEAT PBKS

ଏହା ପରେ ସେ ୧୩ତମ ଓଭରରେ ବୋଲିଂ କରିବାକୁ ଫେରିଥିଲେ ଏବଂ ଶ୍ରେୟସ ଆୟର ଏବଂ ନେହାଲ ୱାଧେରା ତାଙ୍କ ଉପରେ ଚୌକା ମାରିଥିଲେ । ପରେ ଶାମୀଙ୍କ ପାଇଁ ସବୁଠାରୁ ଖରାପ ସମୟ ଆସିଥିଲା, ଶେଷ ଓଭରରେ ମାର୍କସ୍ ଷ୍ଟୋଇନିସଙ୍କ ଲଗାତାର ଚାରିଟି ଛକା ମାରି ଦଳକୁ 240 ରନ ପାର କରାଇଥିଲେ ।

IPL ଇତିହାସର ସବୁଠାରୁ ମହଙ୍ଗା ବୋଲିଂ ସ୍ପେଲ୍

ଜୋଫ୍ରା ଆର୍ଚର (ଆରଆର) ବନାମ ଏସଆରଏଚ୍, ହାଇଦ୍ରାବାଦ, ୨୦୨୫ – (୦/୭୬)

ମହମ୍ମଦ ଶାମୀ (SRH) ବନାମ PBKS, ହାଇଦ୍ରାବାଦ, 2025* – (0/75)

ମୋହିତ ଶର୍ମା (ଜିଟି) ବନାମ ଡିସି, ଦିଲ୍ଲୀ, ୨୦୨୪ - (୦/୭୩)

ବେସିଲ୍ ଥାମ୍ପି (SRH) ବନାମ RCB, ବେଙ୍ଗାଲୁରୁ, 2018 - (0/70)

ୟଶ ଦୟାଲ (GT) ବନାମ KKR, ଅହମଦାବାଦ, 2023 - (0/69)

SRH vs PBKS ମ୍ୟାଚ୍ କିପରି ଥିଲା ?

ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ (୨୪୫/୬) ସ୍କୋର କରିଥିଲା । ସନରାଇଜର୍ସ ୧୮.୩ ଓଭରରେ (୨୪୭/୨) ସ୍କୋର କରି ଏକ ଦମଦାର ବିଜୟ ସହିତ ଏହି ବିଶାଳ ଲକ୍ଷ୍ୟ ହାସଲ କରିଥିଲା । SRH ପାଇଁ, ଓପନର ଅଭିଷେକ ଶର୍ମା ଦ୍ରୁତତମ ଶତକ (141 ରନ୍) ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.