ହାଇଦ୍ରାବାଦ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର 20 ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଆରସିବିର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ଯଦି କୋହଲି 17 ରନ କରନ୍ତି ତେବେ ତାଙ୍କ ନାମରେ ଆଉ ନୂଆ ରେକର୍ଡ ଯୋଡି ହେବ । ଟି ଟ୍ବେଣ୍ଟିରେ ସେ 13000 ରନ ପୂରଣ କରିବାରେ ପ୍ରଥମ ଭାରତୀୟ ଖେଳାଳି ହେବେ ।
17 ରନ କଲେ ଟି 20ରେ 13 ହଜାର ରନ କରିବେ କୋହଲି:
ଆରସିବିର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟି -20 ରେ 13000 ରନ୍ ସ୍କୋର କରିବାର ମାତ୍ର 17 ରନ୍ ଦୂରରେ ଅଛନ୍ତି । ଯଦି ସେ MI ବିପକ୍ଷରେ ଆଜି 17 ରନ୍ କରନ୍ତି, ତେବେ ସେ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହେବେ । କୋହଲି ଏପର୍ଯ୍ୟନ୍ତ 402 ଟି -20 ମ୍ୟାଚରେ ହାରାହାରି 41.47 ଏବଂ ଷ୍ଟ୍ରାଇକ ହାର 134.20 ରେ 12,983 ରନ୍ ସଂଗ୍ରହ କରିଛନ୍ତି।
“His Time is N̶o̶w̶ Forever” 😎🖐
— Royal Challengers Bengaluru (@RCBTweets) April 6, 2025
Virat Kohli is THE vibe! 😆❤️
🎧: John Cena (My Time is Now) pic.twitter.com/69uXWrPtcE
ଟି 20ରେ ସର୍ବାଧିକ ରନ କରିଥିବା ଖେଳାଳି:
ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି କ୍ରିସ୍ ଗେଲ । ସେ 14,562 ରନ କରିଛନ୍ତି । ସେହିପରି ଆଲେକ୍ସ ହାଲ୍ସ 13,610, ଶୋଏବ ମଲିକ 13,537 ଏବଂ କିରେନ ପୋଲାର୍ଡ 13,637 ରନ କରିଛନ୍ତି । କୋହଲି ଏହି ତାଲିକାରେ 12,945 ରନ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । କୋହଲି ଯଦି ଆଜି 17 ରନ କରନ୍ତି ତେବେ ଭାରତୀୟ ଦଳର ପ୍ରଥମ ଖେଳାଳି ଭାବେ 13 ହଜାର ରନ ପୂରଣ କରିବେ ।
ଏହା ବି ପଢନ୍ତୁ- ଘରେ ପଶି ହାଇଦ୍ରାବାଦକୁ ହରାଇଲା ଗୁଜୁରାଟ, ପଏଣ୍ଟ ଟେବୁଲ ଦ୍ବିତୀୟରେ GT - SRH VS GT
ଆଇପିଏଲରେ 3ଟି ମ୍ୟାଚରୁ 97 ରନ:
Virat Kohli is ready 🔥 pic.twitter.com/SeYlMILkDz
— RCBIANS OFFICIAL (@RcbianOfficial) April 7, 2025
ଆଇପିଏଲର 18 ତମ ସିଜନରେ କୋହଲି ଆରସିବି ପାଇଁ ଖେଳାଯାଇଥିବା 3 ଟି ମ୍ୟାଚରେ ମୋଟ 97 ରନ୍ କରିଛନ୍ତି । ପ୍ରଥମ ମ୍ୟଚରେ 59, ଦ୍ବିତୀୟ ମ୍ୟାଚରେ 31 ଓ ତୃତୀୟ ମ୍ୟାଚରେ 7 ରନ କରିଥିଲେ । ଆଜି ମଧ୍ୟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଫ୍ୟାନ୍ସ ଆଶାବାଦୀ ଅଛନ୍ତି ।
ପଏଣ୍ଟ ଟେବୁଲର ତୃତୀୟରେ ଆରସିବି:
ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ଆରସିବି ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟ ଗୋଟିଏରେ ପରଜିତ ହୋଇଛି । ଦଳ 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଆଜି ଚତୁର୍ଥ ମ୍ୟାଚ ଖେଳିବାକୁ ଯାଉଛି ଦଳ । ଯଦି ମୁମ୍ବାଇ ବିପକ୍ଷରେ ବିଜୟ ହୁଏ ତେବେ ଦ୍ବିତୀୟ ସ୍ଥାନକୁ ଉଠିବ । ଚଳିତ ସିଜିନରେ ଆରସିବିର ପ୍ରଦର୍ଶନ ଦମଦାର ରହିଛି । ଉଭୟ ବ୍ୟାଟିଂ, ବୋଲିଂରେ କମାଲ କରୁଛନ୍ତି ଖେଳାଳି ।
ବିରାଟଙ୍କ T20I କ୍ୟାରିଅର୍:
ବିରାଟ କୋହଲିଙ୍କ ଟି -20 କ୍ୟାରିୟର ଉପରୋ ଯଦି ନଜର ପକାଇବା ତେବେ ଆଇସିସି ଟି -20 ବିଶ୍ୱକପ 2024 ଟାଇଟଲ ଜିତିବା ପରେ ବିରାଟ ଅନ୍ତର୍ଜାତୀୟ ଟି -20 କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ, ସେ ଏପର୍ଯ୍ୟନ୍ତ ଆଇପିଏଲରେ ଖେଳୁଛନ୍ତି। ଟି -20 ଆନ୍ତର୍ଜାତୀୟ ମ୍ୟାଚରେ ବିରାଟ ହାରାହାରି 48.69 ଏବଂ ଷ୍ଟ୍ରାଇକ୍ ରେଟ୍ 137.04 ରେ 4188 ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ରହିଛି ।