ହାଇଦ୍ରାବାଦ: ଇଣ୍ଡିଆନ ପ୍ରମିୟର ଲିଗର ପଞ୍ଚମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଗୁଜୁରାଟ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିବା ବେଳେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ପଞ୍ଜାବ । ତେବେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ଆୟରଙ୍କ ଧୂଆଁଧାର ବ୍ୟାଟିଂ ସହ ୫ ୱିକେଟ ହରାଇ 243 ରନର ଟାର୍ଗେଟ ଦେଇଥିଲା । ଯାହାକୁ ନେଇ ଗୁଜୁରାଟ ଟାଇଟନ୍ସ ବହୁ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ତେବେ ଗୁଜୁରାଟ ମଧ୍ୟ ସମାନ ୱିକେଟ ହରାଇ ମାତ୍ର 232 ରନରେ କରିବାରେ ସକ୍ଷମ ହୋଇଥିଲା ।
ଅଳ୍ପକେ ଶତକରୁ ବଞ୍ଚିତ ଆୟର:
ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସି ପଡିଆରେ ଆତଙ୍କ ଖେଳାଇ ଦେଇଥିଲେ ଅଧିନାୟକ ଶ୍ରେୟସ ଆୟର । ଆରମ୍ଭରୁ ପଡିଆରେ ଛକା ଚୌକାର ବର୍ଷା କରିଥିଲେ । ଏହାର ଢେର ମଜା ଉଠାଇଥିଲେ ଦର୍ଶକ । 42 ବଲରେ ସେ 97 ରନ କରି ଶତକର 3 ରନ ପଛରେ ରହିଯାଇ ଶତକର ବଞ୍ଚିତ ହୋଇଥିଲେ । ଏଥିରେ 9ଟି ଛକା ଓ 5ଟି ଚୌକା ସାମିଲ ରହିଛି ।
INNINGS BREAK!
— IndianPremierLeague (@IPL) March 25, 2025
Shashank Singh's late cameo and Shreyas Iyer's 97* (42) powers #PBKS to 243/5 💪
Can #GT pull off this chase?
Scorecard ▶ https://t.co/PYWUriwkKq#GTvPBKS | @PunjabKingsIPL pic.twitter.com/tVmgoBVH4j
ଏହା ବି ପଢନ୍ତୁ- ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ, ଅଶୁତୋଷ ଖେଳିଲେ ବିସ୍ଫୋରକ ଇନିଂସ - DC VS LSG
ସାଇ କିଶୋରଙ୍କୁ 3ଟି ଓ୍ବିକେଟ:
𝙄.𝘾.𝙔.𝙈.𝙄
— IndianPremierLeague (@IPL) March 25, 2025
Enjoy glimpses of a Shreyas Iyer Special in Ahmedabad as he remained unbeaten on 97*(42) 👏
Updates ▶ https://t.co/PYWUriwSzY#TATAIPL | #GTvPBKS | @PunjabKingsIPL | @ShreyasIyer15 pic.twitter.com/6Iez7wJ2r6
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗିଲ୍ ବାହିନୀ । ପ୍ରଥମେ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ପ୍ରିୟାଂଶ ଆରିୟା ଓ ପ୍ରବସିମରନ ସିଂ । ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ ମଧ୍ୟ ମାତ୍ର 5 ରନରେ ଦଳୀୟ ସ୍କୋର 28 ହୋଇଥିବା ବେଳେ ପ୍ରବସିମରନ ରାବଡାଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସି ପ୍ରିୟାଂଶୁଙ୍କୁ ସାଥ ଦେଇଥିଲେ ଶ୍ରେୟସ ଆୟର । ଉଭୟ ଦଳୀୟ ସ୍କୋରକୁ 79 ରନରେ ପହଞ୍ଚାଇବା ପରେ ପ୍ରିୟାଂଶୁ 47 ରନ କରି ରଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ । ପରେ ଗୁଜୁରାଟର ସାଇ କିଶୋରଙ୍କ ବୋଲି ଯାଦୁ ଦେଖିବାକୁ ମିଳିଥିଲା । ଲାଗାତାର ଭାବେ ସେ 2ଟି ଓ୍ବିକେଟ ନେଇଥିଲେ । ଅଜମାତୁଲ୍ଲା 16, ମାକ୍ସଓ୍ବେଲ 0ରେ ଆଉଟ ହୋଥିଲେ । ପରେ ମାର୍କସ ଷ୍ଟୋଇନିସ 20 ରନ କରି ସାଇଙ୍କ ବଲରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଶଶାଙ୍କ ଶେଖର 7 ନମ୍ବରରେ ବ୍ୟାଟିଂ କରିବାକୁ ଆସି ଶ୍ରେୟସଙ୍କ ସାଥ ଦେଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଓଭର ଶେଷ ପର୍ଯ୍ୟନ୍ତ ଆୟର ଓ ଶଶାଙ୍କ (44) ଅପରାଜିତ ରହି ଦଳୀୟ ସ୍କୋରକୁ 20 ଓଭରେ 5 ଓ୍ବିକେଟ ରାଇ 243 ରନରେ ପହଞ୍ଚାଇଥିଲେ । ବିଜୟ ପାଇଁ ଗୁଜୁରାଟକୁ 244 ରନ ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ