ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ର 18ତମ ସଂସ୍କରଣରେ ଆଜି ରହିଛି 16ତମ ମୁକାବିଲା । ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜିନରେ ଦ୍ବିତୀୟ ବିଜୟ ପାଇଁ ଭୋକିଲା ଅଛନ୍ତି ଦୁଇ ଦଳ । ଉଭୟ ଚତୁର୍ଥ ମ୍ୟାଚ ଖେଳି ଦ୍ବିତୀୟ ବିଜୟ ହାସଲ କରିବାକୁ ଜୋରଦାର ପ୍ରୟାସ କରିବେ । ଏଥି ପାଇଁ ଦୁଇ ଦଳର ଖେଳାଳି ପୁରା ପ୍ରସ୍ତୁତ ରହିଛନ୍ତି । ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ସଂନ୍ଧ୍ୟା ସମୟରେ ଏହି ମ୍ୟାଚ ଖେଳାଯିବ । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ହୋମ ଗ୍ରାଉଣ୍ଡରେ ମୁମ୍ବାଇକୁ ଭେଟିବ ।
Lucknow’s fortress stands strong! 🏰⚡
— Star Sports (@StarSportsIndia) April 4, 2025
With a 5-1 record against MI and an unbeaten streak at Ekana, LSG has dominated this battle so far! 💪🔵
Can Mumbai flip the script and finally crack the Lucknow code? Or will LSG tighten their grip on this rivalry? 🤔🔥#IPLonJioStar 👉… pic.twitter.com/hd240ZBa0V
LSG VS MI, ଦ୍ବିତୀୟ ବିଜୟ ପାଇଁ ଲଢିବେ ଦୁଇ ଦଳ:
ପ୍ରଥମ ମ୍ୟାଚରେ ଦଳ ଦିଲ୍ଲୀ ଠାରୁ ପରାସ୍ତ ହୋଇଥିଲା । ଦ୍ବିତୀୟ ମ୍ୟାଚରେ ଦଳ ହାଇଦ୍ରାବାଦକୁ 5 ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଥିଲା । ତୃତୀୟ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା ପନ୍ତ ବାହିନୀ । 3ଟି ମ୍ୟାଚ ଖେଳି ମାତ୍ର 2 ପଏଣ୍ଟ ପାଇଛି ଏଲଏସଜି । ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଜୋରଦାର ଅଭ୍ୟାସ କରିଛନ୍ତି ଖେଳାଳି । ଲକ୍ଷ୍ନୌର ଦୁର୍ବଳତା ହେଉଛି ଏହାର ବୋଲିଂ ୟୁନିଟ୍, କାରଣ ଅନେକ ଦ୍ରୁତ ବୋଲର ଆଘାତ ସହ ସଂଘର୍ଷ କରୁଛନ୍ତି । ଦ୍ରୁତ ବୋଲର ଆକାଶ ଦୀପ ଫିଟ୍ ହୋଇ ଦଳରେ ଯୋଗ ଦେଇଛନ୍ତି ।
With #LSG & #MI gearing up for #Ekana showdown, who will reign supreme? 👀#IPLonJioStar | #LSGvMI | FRI, 4th APR, 6:30 PM | LIVE on Star Sports 1, Star Sports 1 Hindi & @JioHotstar pic.twitter.com/pR7TYJCAaH
— Star Sports (@StarSportsIndia) April 3, 2025
ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟନ୍ସ ବିପକ୍ଷ ପ୍ରଥମ 2 ମ୍ୟାଚ୍ ହାରିଛି। ତେବେ ତୃତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଚମତ୍କାର ପ୍ରତ୍ୟାବର୍ତ୍ତନ କରି କୋଲକାତାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ କେକେଆରକୁ 116 ସ୍କୋରରେ ଅଟକାଇ 8 ଓ୍ବିକେଟରେ ଦଳ ବିଜୟୀ ହୋଇଥିଲା । ଆଜି ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏମଆଇ ଦଳ ବିଜୟ ଧାରା ବଜାୟ ରଖିବା ପାଇଁ ଚେଷ୍ଟା କରିବ ।
Taiyyari poori hai, ab baari hai action ki 👊 pic.twitter.com/zOZoSa6kge
— Lucknow Super Giants (@LucknowIPL) April 4, 2025
ଏହା ମଧ୍ୟ ପଢ଼ନ୍ତୁ- ବଟଲରଙ୍କ ଧୂଆଁଧାର ଇନିଂସ, ଘରୋଇ ମାଟିରେ ବାଙ୍ଗାଲୋରକୁ ମାଟି ଚଟାଇଲା ଗୁଜରାଟ - RCB VS GT MATCH
LSG-MI ହେଡ୍ ଟୁ ହେଡ୍ :
ଏଲଏସଜି ଓ ଏମଆଇର ହେଡ ଟୁ ହେଡ ରେକର୍ଡ ଉପରେ ନଜର ପକାଇଲେ ଲକ୍ଷ୍ନୌର ପଲ୍ଲା ଭାରି ରହିଛି । ଆଇପିଏଲରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ 6ଟି ମ୍ୟାଚ୍ ଖେଳାଯାଇଛି। ଏହି ଅବଧି ମଧ୍ୟରେ ଲକ୍ଷ୍ନୌ 5 ଥର ଜିତିଛି । ମୁମ୍ବାଇ ମାତ୍ର 1ଟି ମ୍ୟାଚ ଜିତିଛି । ଶେଷ 2ଟି ମ୍ୟାଚରେ ଲକ୍ଷ୍ନୌ ମୁମ୍ବାଇକୁ ପରାସ୍ତ କରିଛି ।
ପିଚ୍ ରିପୋର୍ଟ:
ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମ ପିଚ୍ ବୋଲରଙ୍କୁ ସୁହାଇବ । T20 ରେ ଏହି ଗ୍ରାଉଣ୍ଡରେ ହାରାହାରି ସ୍କୋର ହେଉଛି 173, ଏବଂ ଆଜି ମଧ୍ୟ ଏହି ସମାନ ସ୍କୋର ହେବା ନେଇ ଆଶା କରାଯାଉଛି । ଆଜିର ମ୍ୟାଚ ଲାଲ୍ ମାଟି ପିଚ୍ ରେ ଖେଳାଯିବ ।