ETV Bharat / sports

IPLରେ ଆଜି ପଞ୍ଜାବ-କୋଲକାତା ମୁକାବିଲା, ଚତୁର୍ଥ ବିଜୟ ପାଇଁ ଫାଇଟ ହେବ ଟାଇଟ - PBKS VS KKR MATCH PREVIEW

ଆଇପିଏଲର 31ତମ ମୁକାବିଲା ଆଜି ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ ।

PBKS VS KKR MATCH PREVIEW
PBKS VS KKR MATCH PREVIEW (Etv Bharat)
author img

By ETV Bharat Odisha Team

Published : April 15, 2025 at 2:58 PM IST

Updated : April 15, 2025 at 3:08 PM IST

2 Min Read

ହାଇଦ୍ରାବାଦ: ଆଇପିଏଲର 18ତମ ସଂସ୍କରଣରେ ଆଜି ରହିଛି 31 ତମ ମକାବିଲା । ପଞ୍ଜାବର ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ । ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରାହାଣେ ବିହାନୀ । ସେପଟେ ଘରୋଇ ଗ୍ରାଉଣ୍ଡରେ କେକେଆରକୁ ପରାସ୍ତ କରି ବିଜୟ ଟ୍ରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଆୟର ବାହିନୀ । ଆଜି ସଂନ୍ଧ୍ୟା 7ଟା30ରେ ଏହି ମ୍ୟାଚ ଖେଳାଯିବ । ଚଳିତ ସିଜିନରେ ଚତୁର୍ଥ ବିଜୟ ପାଇଁ ଲଢିବେ ଦୁଇ ଦଳ । ବର୍ତ୍ତମାନ, ପଏଣ୍ଟ ଟେବୁଲରେ ପଞ୍ଜାବ ଏବଂ କେକେଆର ଯଥାକ୍ରମେ 5ମ ଏବଂ 6ଷ୍ଠ ସ୍ଥାନରେ ଅଛନ୍ତି । ଦୁଇ ଦଳ ମଧ୍ୟରେ ଆଜି ଏକ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

KKR vs PBKS:

ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ଆଜି ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ କେକେଆରକୁ ଭେଟିବ। ପଞ୍ଜାବ ଦଳ IPL 2025 ରେ ଭଲ ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ 5 ଟି ମ୍ୟାଚ ଖେଳି ଦଳ 3ଟିରେ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇଥି । ପଞ୍ଜାବ ଏପର୍ଯ୍ୟନ୍ତ ଗୁଜରାଟ ଟାଇଟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିସାରିଛି। ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳ ପରାଜିତ ହୋଇଥିଲା । କେକେଆରକୁ ଆଜି ହରାଇ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ଦଳ ।

ସେହିପରି, କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ମିଶ୍ରିତ ପ୍ରଦର୍ଶନ ଦେଖାଇଛି । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦୩ ରନ୍‌ରେ ଅଟକାଇ 8 ୱିକେଟ୍‌ରେ ବିଜୟ ହାସଲ କରିଥିଲା। ଦଳ ଏପର୍ଯ୍ୟନ୍ତ ମୋଟ 6ଟି ମ୍ୟାଚ୍ ଖେଳି 3ଟିରେ ବିଜୟୀ ଓ 3ଟିରେ ପରାସ୍ତ ହୋଇଛି। ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସଠାରୁ ପରାଜୟର ସମ୍ମୁଖୀନ ହୋଇଛି।

ଏହା ମଧ୍ୟ ପଢନ୍ତୁ-ପାଞ୍ଚୋଟି ପରାଜୟ ପରେ ଚେନ୍ନାଇର ଲକ୍ଷ୍ନୌ ବିଜୟ, ଆଇପିଏଲରେ ଇତିହାସ ରଚିଲେ ମାହି - LSG VS CSK MATCH

ଏହା ମଧ୍ୟ ପଢନ୍ତୁ-IPL ମ୍ୟାଚ୍‌ ବେଳେ ଗ୍ୟାଲେରୀରେ ଚାଲିଲା ଗୋଇଠା, ବିଧା, ଚାପୁଡ଼ା: ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତିର ଭିଡିଓ ଭାଇରାଲ୍ - FANS FIGHT IN MATCH

ପଞ୍ଜାବ-କୋଲକାତା ହେଡ ଟୁ ହେଡ:

ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ହେଡ୍ ଟୁ ହେଡ୍ ରେକର୍ଡ ଉପରେ ନଜର ପକାଇଲେ ଏଥିରେ କୋଲକାତାର ପଲ୍ଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ମୋଟ 33ଟି ମ୍ୟାଚ୍ ଖେଳାଯାଇଛି। KKR 21ଟି ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ କିଙ୍ଗ୍ସ କେବଳ 12ଟି ମ୍ୟାଚ୍ ଜିତିଛି। ଶେଷ 5ଟି ମ୍ୟାଚରେ ପଞ୍ଜାବ 3ଟିରେ ବିଜୟୀ ହୋଇଛି। ଆଜି ଦୁଇ ଦଳ ମଧ୍ୟରେ କଢା ଟକ୍କର ଦେଖିବାକୁ ଆଶାବାଦୀ ଫ୍ୟାନ୍ସ ।

ପିଚ୍‌ ରିପୋର୍ଟ:

ମୁଲାନପୁର କ୍ରିକେଟ ଷ୍ଟାଡିୟମର ପିଚ୍ ବୋଲରଙ୍କୁ ସୁହାଇବା ବିବେଚନା କରାଯାଏ । ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ବୋଲରମାନେ ଅଧିକ ଲାଭଦାୟକ ରହିବେ । ଫାଷ୍ଟ ବୋଲରଙ୍କ ଏଠାରେ ଭଲ ବାଉନ୍ସ ଏବଂ ସ୍ୱିଙ୍ଗ୍ ହୋଇଥାଏ। ଏଠାରେ କାକର ପଡୁଥିବାରୁ ପ୍ରଥମେ ଟସ୍ ଜିତିଥିବା ଦଳ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତି । ବ୍ୟାଟ୍ସମ୍ୟାନମାନଙ୍କୁ ରନ ସ୍କୋର କରିବାକୁ ସଂଘର୍ଷ କରିବାକୁ ପଡିଥାଏ। ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଦଳ ପାଇଁ ୧୮୦ ରନ ପର୍ଯ୍ୟନ୍ତ ସ୍କୋର କରିବା ରେକର୍ଡ ରହିଛି ।

Last Updated : April 15, 2025 at 3:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.