ଚେନ୍ନାଇ: ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସର ଲଜ୍ଜାଜନକ ପରାଜୟ । ପ୍ରଥମ ମ୍ୟାଚ ପରଠୁ ଅଣ୍ଟା ସଳଖି ପାରୁନି ସିଏସକେ । ଧୋନିଙ୍କ ନେତୃତ୍ବରେ ଦଳ ଆଜି ପଡିଆକୁ ଓହ୍ଲାଇଥିବା ବେଳେ ବିଜୟ ଟ୍ରକକୁ ଫେରିବା ନେଇ ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ତାହା ଫସର ଫାଟିଯାଇଛି । କୋଲାକାତାର ଘାତକ ବୋଲିଂରେ ଧ୍ବଂସବିଧ୍ବସ୍ତ ହେଲା ଚେନ୍ନାଇର ଟପ ଅର୍ଡର ଓ ମିଡିଲ ଅର୍ଡନ । ଚେପକରେ ଚାଲିପାରିଲାନି କାହାରବି ବଲ୍ଲା । ପୁଣି ଫ୍ୟାନ୍ସକୁ ନିରାଶ କରିଛି ଧୋନି ବାହିନୀ । ଆଇପିଏଲର 25 ତମ ମୁକାବିଲାରେ ଚେନ୍ନାଇକୁ 8 ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । 59 ଟି ବଲ ବାକି ଥାଇ ଚେନ୍ନାଇ ବିପକ୍ଷରେ କେକେଆରର ସହଜ ବିଜୟ ହୋଇଛି ।
Unstoppable 💥
— IndianPremierLeague (@IPL) April 11, 2025
🎥 After his bowling brilliance, Sunil Narine hammered the ball all around during his 18-ball 4️⃣4️⃣
Updates ▶ https://t.co/gPLIYGimQn#TATAIPL | #CSKvKKR | @KKRiders pic.twitter.com/r2ZUETFOEU
କୋଲକାତାର ତୃତୀୟ ବିଜୟ, ଚେନ୍ନାଇର ପଞ୍ଚମ ପରାଜୟ
ଆଜିର ମ୍ୟାଚ୍ରେ କୋଲକାତା ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ 20 ଓଭରରେ 10 ୱିକେଟ୍ ହରାଇ 103 ରନ୍ ସଂଗ୍ରହ କରି କୋଲକାତା ନାଇଟ୍ ରାଇଡର୍ସକୁ 104 ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ମାତ୍ର 10.1 ଓଭରରେ 2 ୱିକେଟ୍ ହରାଇ 107 ରନ୍ ସ୍କୋର କରି କେକେଆର୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚକୁ 8 ୱିକେଟ୍ ଜିତିଥିଲା। 6 ଟି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଏହା ତୃତୀୟ ବିଜୟ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସର 6 ଟି ମ୍ୟାଚରେ ପଞ୍ଚମ ପରାଜୟ ।
ସୁନୀଲ ନାରିନ ଅଲରାଉଣ୍ଡର ପ୍ରଦର୍ଶନ
Clinical with the ball, fiery with the bat 🫡 🔥
— IndianPremierLeague (@IPL) April 11, 2025
A superb all-round performance earns Sunil Narine the Player of the Match award 🔝
Scorecard ▶ https://t.co/gPLIYGimQn#TATAIPL | #CSKvKKR pic.twitter.com/ofafkXbOUO
ବିଜୟ 104 ରନ୍ର ଟାର୍ଗେଟକୁ ନେଇ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲଇଥିଲେ । ଗୋଡାଇବା ପାଇଁ ସୁନୀଲ ନାରିନ ଏବଂ କ୍ୱିଣ୍ଟନ ଡି କକ । 23 ରନ କରି ଡି କକ ଆଉଟ ହୋଇଥିଲେ । ଏହାପରେ ନାରିନଙ୍କୁ ସାଥ ଦେଇଥିଲେ ରାହାଣେ । କୋଲକାତା ପାଇଁ ନାରାୟଣ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ 2 ଟି ଚୌକା ଓ 5 ଛକା ସହାୟତାରେ 18 ଟି ବଲରେ ସେ 44 ରନ କରି ଆଉଟ ହୋଇଥିଲେ । ପରେ ରିଙ୍କୁ ସିଂ ବ୍ୟାଟିଂ କରିବାକୁ ଆସି ମ୍ୟାଚ ଶେଷ କରିଥିଲେ । ସେ ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ 12 ବଲରେ 15 ରନ କରିଥିଲେ । ରାହାଣ୍ଡେ ଅପରାଜିତ 20 ରନ କରିଥିଲେ । ସେହପରି ବୋଲିଂରେ ମଧ୍ୟ କମାଲ କରିଥିଲେ ନାରିନ ସେ ସର୍ବାଧିକ 3 ଓ୍ବିକେଟ ନେଇଥିଲେ ।
କେକେଆର ଆଗରେ କାମ ଦେଲାନି ଧୋନିଙ୍କ ରଣନୀତି
BIG WICKET! 🥵#SunilNarine dismisses #MSDhoni as #CSK lose a review! ☝
— Star Sports (@StarSportsIndia) April 11, 2025
Watch the LIVE action ➡ https://t.co/YPwDLdrTqi #IPLonJioStar 👉 #CSKvKKR | LIVE NOW on Star Sports Network & JioHotstar! pic.twitter.com/W4OGlTl62O
ଘରୋଇ ଷ୍ଟାଡିୟମରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ପୁରା ରଣନୀତି ସହ ଧୋନିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । କିନ୍ତୁ ରାହାଣେଙ୍କ ରଣନୀତି ଆଗରେ ସବୁ କିଛି ଧୋଇ ହୋଇଯାଇଥିଲା । କାମ ଦେଲାନାହିଁ ଧୋନିଙ୍କ କୌଣସିବି ପାଓ୍ବାର । କେକେଆରର ଘାତକ ବୋଲିଂରେ ମାଡି କାମୁଡିଥିଲେ ଚେନ୍ନାଇ ବ୍ୟାଟର । ଦୁବେଙ୍କୁ ଛାଡି ଦେଲେ କେହିବି ବେସି ସମୟ ପଡିଆରେ ତିଷ୍ଠି ପାରିନଥିଲେ । ସେ ସର୍ବାଧିକ 31 ରନ କରିଥିଲେ । ଶେଷରେ ଦଳ 20 ଓଭରରେ ସମସ୍ତ ଓ୍ବିକେଟ ହରାଇ 103 ରନ କରିଥିଲା । କୋଲକାତା ପକ୍ଷରୁ ନାରିନ 3, ହର୍ଷିତ ରାଣା 2, ବରୁଣ 2, ବୈଭବ 1 ଓ ମୋଇନ ଅଲି ଗୋଟିଏ ଓ୍ବିକେଟ ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ-କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ, RCBକୁ ଘରେ ପଶି ହରାଇଲା DC - IPL 2025 DC BEAT RCB