ETV Bharat / sports

IPL 2025: MI ଫ୍ୟାନ୍ସଙ୍କ ପାଇଁ ବଡ ଖବର, 'ବୁମ୍-ବୁମ୍' ବୁମରାଙ୍କ ରିଟର୍ଣ୍ଣସ୍, ଜାଣନ୍ତୁ ଆରସିବି ବିପକ୍ଷରେ ଖେଳିବେ କି ନାହିଁ ? - JASPRIT BUMRAH JOINS MUMBAI INDIANS

MI vs RCB: 7 ଏପ୍ରିଲ ଆରସିବି ବିପକ୍ଷ ଘରୋଇ ମ୍ୟାଚ୍ ପୂର୍ବରୁ ଜସପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି ।

Jasprit Bumrah joins Mumbai Indians squad
Jasprit Bumrah joins Mumbai Indians squad (ANI Photo)
author img

By ETV Bharat Odisha Team

Published : April 6, 2025 at 2:02 PM IST

2 Min Read

ମୁମ୍ବାଇ: ଆଇପିଏଲ୍ 2025ରେ ମୁମ୍ବାଇ ଇଣ୍ଡିଆନ୍ ପ୍ରଶଂସକଙ୍କ ପାଇଁ ରବିବାର ଦିନ ଏକ ବଡ଼ ଖୁସି ଖବର ଆସିଛି । ନିଜ ଦଳର ଖରାପ ପ୍ରଦର୍ଶନକୁ ନେଇ ଟେନସନରେ ଥିବା ଫ୍ୟାନ୍ସ ଏବେ ପୁଣି ଚିୟର କରିବେ । କାରଣ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ମୁମ୍ବାଇ ଇଣ୍ଡିଆନ୍ସରେ ଟିମରେ ଯୋଗ ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଜସପ୍ରୀତ୍ ବୁମରା । ମୁମ୍ବାଇ ଫ୍ରାଞ୍ଚାଇଜ୍ ସୋସିଆଲ ମିଡିଆ ମାଧ୍ୟମରେ ଏହି ବଡ ଖବରକୁ ସେୟାର କରିଛି । ଏବେ ଦଳ ଏବଂ ପ୍ରଶଂସକଙ୍କ ମନୋବଳ ବୃଦ୍ଧି ହୋଇଛି ବୁମରାଙ୍କ ରିଟର୍ଣ୍ଣସ୍ ପରେ ।

ବୁମରା ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି-

ମୁମ୍ବାଇ ଇଣ୍ଡିଆନ୍ସର ଡାହାଣହାତୀ ତାରକା ଫାଷ୍ଟ ବୋଲର ଜସପ୍ରିତ ବୁମରା ଏପ୍ରିଲ 7 ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚୀର-ପ୍ରତିଦ୍ୱନ୍ଦ୍ୱୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗ ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ବୁମରାଙ୍କ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରି ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛି । ଭିଡିଓଟି କ୍ୟାପସନ ସହିତ ପୋଷ୍ଟ କରାଯାଇଥିଲା | ଯେଉଁଥିରେ ବୁମରାଙ୍କୁ ସିଂହ ରୂପେ ଚିତ୍ରିତ କରାଯାଇଛି ଏବଂ କୁହାଯାଇଛି ଯେ ସିଂହ ଜଙ୍ଗଲରେ ଗର୍ଜନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଜାନୁଆରୀରୁ ବୁମରା କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି-

ଆପଣଙ୍କୁ କହି ରଖୁଛୁ କି, ବର୍ଡର ଗାଭାସ୍କର ଟ୍ରଫି ସିରିଜ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଜସପ୍ରୀତ ବୁମରାଙ୍କର ପିଠି ଆଘାତ ଲାଗିଥିଲା । ଜାନୁଆରୀ ଆରମ୍ଭରୁ ସେ ପଡ଼ିଆ ବାହାରେ ଅଛନ୍ତି । ପୁନଃ ଥଇଥାନ ପାଇଁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ (COE) ରେ କିଛି ସମୟ ରହିବା ପରେ ବୁମରା ବର୍ତ୍ତମାନ କ୍ରିକେଟ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ । ଭାରତୀୟ ଦ୍ରୁତ ବୋଲର ଚଳିତ ସିଜନରେ ଫ୍ରାଞ୍ଚାଇଜ୍ ପାଇଁ କୌଣସି ମ୍ୟାଚ୍‌ରେ ଭାଗ ନେଇ ନାହାଁନ୍ତି, ପ୍ରଶଂସକମାନେ ତାଙ୍କ ଦଳକୁ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଏହା ବି ପଢନ୍ତୁ- ବୁମରାଙ୍କ ଫିଟନେସ୍ ନେଇ ବଡ ଅପଡେଟ୍; IPL 2025ରେ ପଡିଆକୁ ଓହ୍ଲାଇବେ କି ନାହିଁ ? - JASPRIT BUMRAH INJURY UPDATE

ବୁମରା ଆରସିବି ବିପକ୍ଷରେ ଖେଳିବେ କି ନାହିଁ ?

ଜସପ୍ରୀତ ବୁମରା ପିଠିରେ ସମସ୍ୟାରୁ ମୁକୁଳିବା ପରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ସୋମବାର, ଏପ୍ରିଲ 7 ରେ ନିଜ ଘରୋଇ ପଡିଆରେ RCB ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରନ୍ତି । ବୁମରା ଉପଲବ୍ଧ ନ ଥିବାରୁ ଦଳ ଏପର୍ଯ୍ୟନ୍ତ 4 ଟି ମଧ୍ୟରୁ 3 ଟି ହାରିଛି । ଏଭଳି ପରିସ୍ଥିତିରେ ଆସନ୍ତାକାଲି ମୁମ୍ବାଇ ହୋମ ଗ୍ରାଉଣ୍ଡ ଓ୍ବାଙ୍ଖଡେରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବୁମରାଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ସମୟରେ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ ।

ଆଇପିଏଲ୍ 2025ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ 2025ରେ ଏପର୍ଯ୍ୟନ୍ତ 4 ଟି ମ୍ୟାଚ୍ ଖେଳିଛି ଯେଉଁଥିରେ 3ଟି ହାରି 1 ମ୍ୟାଚ୍ ଜିତିଛି । 5 ଥର ଚାମ୍ପିଅନ୍ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ 8 ନମ୍ବରରେ ଅଛି । ବୁମରାଙ୍କ ଅନୁପସ୍ଥିତିରେ ଟ୍ରେଣ୍ଟ ବୋଲ୍ଟ ଏବଂ ଦୀପକ ଚହର ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ରୁତ ବୋଲିଂ ପରିଚାଳନା କରୁଥିଲେ ।

ବୁମରାଙ୍କ ଆଇପିଏଲ୍ କ୍ୟାରିଅର୍-

2013 ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିବା ବୁମରା 133 ​​ମ୍ୟାଚ୍ ରେ 165 ୱିକେଟ୍ ନେଇଛନ୍ତି। 2023 ମସିହାରେ ପିଠିରେ ଆଘାତ ପାଇଁ ଆଇପିଏଲରେ ଖିଳିପାରିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.