ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳ ପାଇଁ ଏମଏସ ଧୋନିଙ୍କ ପିତାମାତା, ପିତା ପାନ ସିଂ ଏବଂ ମାତା ଦେବକୀ ଦେବୀ ଆଇକନିକ ଏମ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ପହଞ୍ଚିଛନ୍ତି । ଆଉ ଏହା ପରେ ଧୋନୀଙ୍କ ଆଇପିଏଲରୁ ଅବସର ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଫ୍ୟାନ୍ସ ନାନାଦି ଆଶା ଆଶଙ୍କା ଜାହିର କରୁଛନ୍ତି । ଆଜିର ମ୍ୟାଚ ଧୋନୀଙ୍କ ଶେଷ ଆଇପିଏଲ ମ୍ୟାଚ ହୋଇପାରେ ବୋଲି ଆକଳନ ହେଉଛି ।
MS Dhoni's parents at the Chepauk stadium. pic.twitter.com/iiPXgUY9n5
— Mufaddal Vohra (@mufaddal_vohra) April 5, 2025
ଧୋନିଙ୍କ ପିତାମାତା ଏଠାରେ ପ୍ରଥମ ଥର ପାଇଁ ଆଇପିଏଲ୍ ମ୍ୟାଚରେ ଯୋଗଦେବା ପାଇଁ ଆସିଛନ୍ତି । 2008ରେ CSK ସହିତ ଧୋନି ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଚେପକ ଷ୍ଟାଡିୟମକୁ ଆସିଛନ୍ତି ଧୋନୀଙ୍କ ପିତାମାତା । ଧୋନିଙ୍କ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ସେମାନଙ୍କ ସହିତ ନଜର ଆସିଥିଲେ ।
Cutest Picture of the day 🥹🫶#MSDhoni pic.twitter.com/Ps0MeNvmqC
— Chakri Dhoni (@ChakriDhonii) April 5, 2025
ଆଜିର ମ୍ୟାଚ ପୂର୍ବରୁ ଆକଳନ ଆରମ୍ଭ ହୋଇଥିଲା କି ଧୋନୀ ସିଏସକେ ଏବଂ ଦିଲ୍ଲୀ ମ୍ୟାଚରେ ପୁଣି ଥିଲେ ସିଏସକେର ଅଧିନାୟକତ୍ୱ କରିପାରନ୍ତି । କାରଣ ଗତ ମ୍ୟାଚରେ ଗୌହାଟୀରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସିଏସକେର ଅଧିନାୟକ ଋତୁରାଜ ଗାଏକଓ୍ବାଡ ଆହତ ହୋଇଥିଲେ । ଏବଂ ସେ ଆଜିର ମ୍ୟାଚରେ ନଖେଳିପାରନ୍ତି ବୋଲି ଆଶଙ୍କା ହୋଇଥିଲା । ତେବେ ଋତୁରାଜ ସୁସ୍ଥ ହୋଇ ଦିଲ୍ଲୀ ବିପକ୍ଷ ମ୍ୟାଚର ନେତୃତ୍ୱ ନେଉଛନ୍ତି । ତେବେ ଟସ୍ ପାଇଁ ଗାଏକଓ୍ବାଡ ଆସିବା ପରେ ଧୋନୀ ପୁଣି ଥରେ ଅଧିନାୟକତ୍ୱ ଭାର ନେବା ଖବରରେ ଯବନିକା ପଡିଥିଲା ।
MS DHONI's FAMILY ❤️🥹 pic.twitter.com/S5dbusRXpK
— Johns. (@CricCrazyJohns) April 5, 2025
ପୂର୍ବରୁ ଟ୍ରୋଲ ହୋଇଥିଲା ଧୋନୀ-
ମହେନ୍ଦ୍ର ସିଂ ଧୋନୀ ଲଗାତାର 10 ଓଭର ଧରି ବ୍ୟାଟିଂ କରିପାରିବେ ନାହିଁ । କାରଣ ତାଙ୍କ ଆଣ୍ଠୁ ଖରାପ ଅଛି । ସିଏସକେ ପୂର୍ବତନ ଅଧିନାୟକ ଧୋନୀ ମ୍ୟାଚ୍ ସ୍ଥିତିକୁ ଆଧାର କରି ତାଙ୍କ ବ୍ୟାଟିଂ ଅର୍ଡର ସ୍ଥିର କରିନ୍ତି ବୋଲି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ କିଛି ଦିନ ତଳେ କହିଥିଲେ । ଆଇପିଏଲ୍ 2025ରେ ରାଜସ୍ଥାନ ରୟାଲ୍ସ ଠାରୁ ମ୍ୟାଚ ହାରିବା ପରେ ପ୍ରେସମିଟରେ ଏହା କହିଥିଲେ ଫ୍ଲେମିଂ ।
Parents of Thala @MSDhoni are at the CHEPAUK for the first time ever 💛#WhistlePodu #CSKvsDC #IPL2025 pic.twitter.com/b40A27g4M3
— DHONI Trends™ (@TrendsDhoni) April 5, 2025
ଗତ ସପ୍ତାହରେ ଚେପକ୍ ଠାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠୁ 50 ରନ୍ ହାରିଥିଲା ସିଏସକେ । ଏହି ମ୍ୟାଚରେ 43 ବର୍ଷୀୟ ଧୋନି 10 ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ଅଶ୍ୱିନୀଙ୍କ ପରେ ବ୍ୟାଟିଂ ପାଇଁ ଆସିଥିଲେ ଧୋନୀ । ଏହା ପରେ ଧୋନୀଙ୍କୁ ସମାଲୋଚନା କରାଯାଇଥିଲା । କାରଣ ହିଟିଂ (ବଡ ସଟ) ଆବଶ୍ୟକ ଥିଲା ଏବଂ ରନ ରେଟ୍ ଅଧିକ ଥିବା ବେଳେ ଧୋନୀ ବ୍ୟାଟିଂ ପାଇଁ ଆସିନଥିଲେ ।
9 ନମ୍ବରରେ ବ୍ୟାଟିଂ ପାଇଁ ଆସି ସମାଲୋଚନା ହୋଇଥିଲେ ଧୋନୀ-
ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷ ମୁକାବିଲାରେ ନେଇଥିବା କିଛି ନିଷ୍ପତ୍ତି ପାଇଁ କ୍ରିକେଟ ଜଗତରେ ଆଲୋଚନା ଜୋର ଧରିଥିଲା । ଏପରିକି ଧୋନୀ 9 ନମ୍ବର ବ୍ୟାଟିଂ ଅର୍ଡରରେ ବ୍ୟାଟିଂ ଆସିବାକୁ ସହଜରେ ଅନେକ ପୂର୍ବତନ କ୍ରିକେଟର ହଜମ କରିପାରି ନଥିଲେ । ଏହାସହିତ ସମଗ୍ର ବିଶ୍ୱରେ କ୍ରିକେଟ ଫ୍ୟାନ୍ସ ମଧ୍ୟ ଚକିତ ଏବଂ ବିବ୍ରତ ହୋଇଥିଲେ । ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ ପ୍ରଶ୍ନ କରିଥିଲେ, ଯେ ଏମଏସ ଧୋନି ବେଳକୁ ବେଳ ଲୋୟର ଅର୍ଡରେ ବ୍ୟାଟିଂ କରୁଛନ୍ତି ।
MS Dhoni's daughter Ziva whistling at the Chepauk. 💛 pic.twitter.com/DIXYqtalmE
— Tanuj (@ImTanujSingh) April 5, 2025
'କ୍ରିକବଜ'ରେ କମେଣ୍ଟ୍ରି ସମୟରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ଏମଏସ ଧୋନୀଙ୍କୁ ମଜାଳିଆ ଢଙ୍ଗରେ ସମାଲୋଚନା କରିଥିଲେ । "ସିଏସକେ କିମ୍ବଦନ୍ତୀ ଶୀଘ୍ର ବ୍ୟାଟିଂ କରିବାକୁ ଆସିଥିଲେ । କାରଣ ସେ ସାଧାରଣତଃ ଇନିଂସର ଶେଷ ଦୁଇ ଓଭରରେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି," ସେହୱାଗ ଥଟ୍ଟାରେ କହିଥିଲେ ।
ସେହୱାଗ ଆହୁରି କହିଛନ୍ତି, "ଯେତେବେଳେ ସେ ଆସିଲେ, 16 ଓଭର ବୋଲିଂ କରାଯାଇଥିଲା । ସାଧାରଣତଃ ସେ 19 କିମ୍ବା 20 ଓଭରରେ ଆସନ୍ତି, ତେଣୁ ସେ ଶୀଘ୍ର ବ୍ୟାଟିଂ କରିବାକୁ ବାହାରିଥିଲେ, ତେବେ ସେ ଶୀଘ୍ର ବ୍ୟାଟିଂ କରିବାକୁ ବାହାରିଥିଲେ କି ତାଙ୍କ ବ୍ୟାଟ୍ସମ୍ୟାନମାନେ ଶୀଘ୍ର ୱିକେଟ୍ ହରାଇଥିଲେ ?" ପ୍ରଶ୍ନ କରିଥିଲେ ସେହଓ୍ବାଗ ।