ETV Bharat / sports

ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି; ମହାପ୍ରଭୁଙ୍କ ନିକଟରେ ହେଲା ପୂଜାର୍ଚ୍ଚନା, ଆଶୀର୍ବାଦ ନେଲେ କେକେଆର ଅଫିସିଆଲ୍ - IPL TROPHY ARRIVED AT PURI TEMPLE

ଆସନ୍ତା ମାର୍ଚ୍ଚ 22ରୁ 2025 ଆଇପିଏଲ ଆରମ୍ଭ । ଆଇପିଏଲ୍ ଉଦ୍ଘାଟନ ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଆଇପିଏଲ ଟ୍ରଫିକୁ କରାଗଲା ପୂଜାର୍ଚ୍ଚନା ।

IPL trophy arrived at puri temple
IPL trophy arrived at puri temple (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 1:10 PM IST

Updated : Feb 16, 2025, 4:07 PM IST

ପୁରୀ: ଶ୍ରୀକ୍ଷେତ୍ରରେ ଆଇପିଏଲ୍ (Indian Premier League) ଟ୍ରଫି । ଆଇପିଏଲ୍ 2025 ଆରମ୍ଭ ପୂର୍ବରୁ ଜଗା ଦୂଆରେ ପହଞ୍ଚିଲା ଟ୍ରଫି । ଆଇପିଏଲ୍ ଉଦ୍ଘାଟନ ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆଇପିଏଲ ଟ୍ରଫିକୁ କରାଗଲା ପୂଜାର୍ଚ୍ଚନା । ଟ୍ରଫି ଟୁର୍ ପ୍ରୋଗ୍ରାମରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଥାଏ ଆଇପିଏଲ ଟ୍ରଫି ।

IPL trophy arrived at puri temple (ETV Bharat Odisha)

ପୁରୀରେ ଆଇପିଏଲ ଟ୍ରଫି । ଆସନ୍ତା ମାର୍ଚ୍ଚ 22ରେ ଆଇପିଏଲ୍ ଉଦ୍ଘାଟନ । ବିଶ୍ୱ କ୍ରିକେଟର ସବୁଠୁ ବିତ୍ତଶାଳୀ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । କୋଲକତା ନାଇଟ ରାଇଡର୍ସ ଟିମର ସଦସ୍ୟମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି।

ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । ତେବେ ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି । ଏଥିପାଇଁ ମହାପ୍ରଭୂଙ୍କ ଆଶୀର୍ବାଦ ପାଇଁ କେକେଆର ଟିମ୍ ଅଫିସିଆଲ୍ ସଦସ୍ୟ ମହାପ୍ରଭୁଙ୍କ ନିକଟ କୁ ଟ୍ରଫିକୁ ଆଣି ପୂଜା କରିଛନ୍ତି । ଆଇପିଏଲ୍ ଟ୍ରଫିକୁ ସିଂହ ଦ୍ଵାର ସମ୍ମୁଖରେ ରଖାଯାଇ ସେବାୟତଙ୍କ ଦ୍ଵାରା ପୂଜା କରାଯାଇଥିଲା । ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ଓ ଶ୍ରୀ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମାନେ ବେଶ୍ ଉତ୍ସାହିତ ହୋଇ ପଡିଥିଲେ । କେକେଆର ଟିମ୍ ଆଇପିଏଲରେ 2012, 2014 ଓ 2024 ରେ ତିନି ଥର ଚମ୍ପିଆନ ହୋଇଥିଲା ।

ତେବେ ଆଇପିଏଲ୍ ଟ୍ରଫି କୁ ପୂଜା କରିଥିବା ଶ୍ରୀମନ୍ଦିର ସେବାୟତ ଚନ୍ଦ୍ରଶେଖର ଖୁଣ୍ଟିଆ କହିଛନ୍ତି, "ଗତ 2024 ରେ କେକେଆର ଟିମ୍ ଆଇପିଏଲ ରେ ଟ୍ରଫି ଜିତିଥିଲା । ତେବେ ଚଳିତ ବର୍ଷ 2025 ଆଇପିଏଲ୍ ଟ୍ରଫି ପୁଣି କେକେଆର ଟିମ୍ ଜିତିବା ପାଇଁ ଆଶା ରଖିଛି । ଏଣୁ କେକେଆର ଟିମ୍ କିଛି ଅଫିସିଆଲ୍ ସଦସ୍ୟ ଭାରତ ବିଭିନ୍ନ ରାଜ୍ୟରେ ପ୍ରସିଦ୍ଧ ମନ୍ଦିରକୁ ଯାଇ ଠାକୁର ଆଶୀର୍ବାଦ ପାଇଁ ଟ୍ରଫିକୁ ପୂଜା କରୁଛନ୍ତି । ଏହି କ୍ରମରେ ଆଜି ପୁରୀକୁ ଟ୍ରଫିକୁ ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜା କରାଯାଇଛି ।"
IPL trophy arrived at puri temple
IPL trophy arrived at puri temple (ETV Bharat Odisha)

ଏହା ବି ପଢନ୍ତୁ- IPL ମେଗା ଅକ୍ସନ 2025; ୧୦ ଟିମର ଫୁଲ୍ ସ୍କ୍ୱାଡ, କିଏ କିଏ ଖଳିବେ ପ୍ଲେଇଂ ଇଲେଭେନ ! - IPL 2025 MEGA AUCTION

ମା' କାମାକ୍ଷାଙ୍କ ପାଖେ ପୂଜାଚ୍ଚନା-

ଶ୍ରୀମନ୍ଦିର ଆସିବା ପୂର୍ବରୁ କେକେଆର ଟିମ୍ ଅଫିସିଆଲ୍ ସଦସ୍ୟ ଆସାମ ସ୍ଥିତ ମା କାମାକ୍ଷା ଦେବୀଙ୍କ ପୀଠରେ ଆଇପିଏଲ୍ ଟ୍ରଫିକୁ ପୂଜାର୍ଚ୍ଚନା କରିସାରିଛନ୍ତି । ଏହାସହିତ ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ପୂଜାର୍ଚ୍ଚନା କରାଯାଉଛି । କେକେଆର ଟିମ୍ ଅଫିସିଆଲ ଏକ୍ସ ସାଇଟରେ ଲେଖାଯାଇଛି କି, ଆମ୍ଭେ ଗତ ବର୍ଷ ମାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେଇଥିଲେ । ହେଲେ ଏଥର ଚାମ୍ପିଆନ ହେଲା ପରେ ଟ୍ରଫି ଧରି ମାଙ୍କ ପାଖକୁ ଆସିଛୁ ଆଶୀର୍ବାଦ ପାଇଁ ।

ଗତ ଥର ଚାମ୍ପିଆନ୍ କେକେଆର-

ଗତ 2024ରେ ଆପିଏଲ୍ ଚାମ୍ପିଆନ ହୋଇଥିଲା ଟିମ୍ କେକେଆର । ଫାଇନାଲ ମ୍ୟାଚରେ କେକେଆର ଟିମ୍ ହାଇଦ୍ରାବାଦ ଟିମକୁ 8 ଓ୍ବିକେଟରେ ହରାଇଥିଲା । ଲୋ ସ୍କୋରିଂ ମ୍ୟାଚରେ ହାଇଦ୍ରାବାଦ ଆଗ ବ୍ୟାଟିଂ କରି ମାତ୍ର 113 ରନ ସ୍କୋର କରିଥିଲା । କେକେଆର 2ଟି ଓ୍ବିକେଟ ହରାଇ ବିଜୟ ରନ ସ୍କୋର କରିଥିଲା । ଦଳ ଅଧିନାୟକ ଥିଲେ ଶ୍ରେୟସ ଆୟର ଏବଂ କୋଚ ଥିଲେ ଗୌତମ ଗମ୍ଭୀର ।

Last Updated : Feb 16, 2025, 4:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.