IPL 2025 Gujarat Titans beat Sunrisers Hyderabad ହାଇଦ୍ରାବାଦ: ଘରେ ପଶି ହାଇଦ୍ରାବାଦକୁ ହରାଇଲା ଗୁଜୁରାଟ । ଘରୋଇ ଗ୍ରାଉଣ୍ଡରେ ବି ବିଜୟ ଟ୍ରାକକୁ ଫେରିପାରିଲା ନାହିଁ ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲରେ ଖେଳାଯାଇଥିବା 19ତମ ମୁକାବିଲାରେ 7 ଓ୍ବିକେଟରେ ଗୁଜୁରାଟ ଟାଇଟନ୍ସ ବିଜୟୀ ହୋଇଛି । ଲଗାତାର 3ଟ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଗୁଜୁରାଟ । ସେପଟେ ଲଗାତାର ଚତୁର୍ଥ ମ୍ୟାଚ ହାରି ପଏଣ୍ଟ ଟେବୁଲର ଶେଷରେ ଏସଆରଏଚ । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଓ ଗିଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଦଳକୁ ବିଜୟ ଭେଟି ଦେଇଛି । 3.2 ଓଭର ବାକି ଥାଇ ଚଳିତ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି ଜିଟି ।
#DC flying high with #GT not far behind 💪
— IndianPremierLeague (@IPL) April 6, 2025
Week 2 wraps up with a points table shuffle!
Drop in your bold predictions for the points table leader after Week 3 👇#TATAIPL pic.twitter.com/NZnaixe86K
ରବିବାର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିଥିଲା। ଅଧିନାୟକ ଶୁଭମନ ଗିଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ଇନିଂସ ଯୋଗୁଁ ଗୁଜୁରାଟ ଦଳ 16.4 ଓଭରରେ 3 ୱିକେଟ୍ ହରାଇ 153 ରନ୍ କରି ମ୍ୟାଚ୍ ଜିତି ନେଇଥିଲା।
The Curvv Super Striker of the Match between Sunrisers Hyderabad and Gujarat Titans goes to Sherfane Rutherford. #TATAIPL | #SRHvGT | #CurvvSuperStriker | @TataMotors_Cars pic.twitter.com/zHNd7Gy0rX
— IndianPremierLeague (@IPL) April 6, 2025
ପଏଣ୍ଟ ଟେବୁଲ ଦ୍ବିତୀୟରେ ଗୁଜୁରାଟ, ଶେଷରେ ହାଇଦ୍ରାବାଦ:
ଆଇପିଏଲ୍ 2025 ରେ 4 ଟି ମ୍ୟାଚ ଖେଳି ଗୁଜୁରାଟ ଗୋଟିଏର ପରାଜୟ ହୋଇଥିବା ବେଳେ 3ଟିରେ ବିଜୟୀ ହୋଇଛି । ଆଜିର ବିଜୟ ସହିତ ଜିଟି ଦଳ 6 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଯଦି ହାଇଦ୍ରାବାଦ ଦଳ ବିଷୟରେ କହିବା , ତେବେ 5 ଟି ମ୍ୟାଚରେ ଏହା ସେମାନଙ୍କର ଚତୁର୍ଥ ପରାଜୟ । SRH ଦଳ 2 ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଶେଷ ଦଶମ ସ୍ଥାନରେ ରହିଛି ।
Effective & Economical ✅
— IndianPremierLeague (@IPL) April 6, 2025
💯 #TATAIPL wickets ✅
Best bowling figures of his career ✅
A memorable night for Mohd. Siraj as he bags another Player of the Match award in two consecutive games 🏆
Scorecard ▶ https://t.co/Y5Jzfr6Vv4#SRHvGT | @mdsirajofficial | @gujarat_titans pic.twitter.com/JtRoLBAu9N
ଶୁଭମନ ଗିଲଙ୍କ ଅର୍ଦ୍ଧଶତକୀୟ ଇନିଂସ:
3️⃣ wins on the trot 💙
— IndianPremierLeague (@IPL) April 6, 2025
A commanding 7️⃣-wicket win over #SRH takes #GT to the second spot in the #TATAIPL 2025 points table 🆙
Scorecard ▶ https://t.co/Y5Jzfr6Vv4#SRHvGT | @gujarat_titans pic.twitter.com/tYB1Dt5mdd
ହାଇଦ୍ରାବାଦ ଗୁଜୁରାଟକୁ ବିଜୟ ପାଇଁ 153 ରନ୍ର ଟାର୍ଗେଟ ଦେଇଥିଲା । ଏହାପରେ ଓପନିଂ ଯୋଡି ଭାବେ ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ ପଡିଆକୁ ଓହ୍ଲାଇଥିଲେ । 5 ରନ୍ କରି ସୁଦର୍ଶନ ଶାମିଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ଗିଲଙ୍କୁ ଅଟକାଇବା ହାଇଦ୍ରାବାଦ ବୋଲରଙ୍କ ପାଖରେ ସହଜ ହୋଇନଥିଲା । ସେ ଜବରଦସ୍ତ ବ୍ୟାଟିଂ କରି ଏକ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟରେ ପହଞ୍ଚାଇଥିଲେ। ତାଙ୍କୁ ୱାଶିଂଟନ୍ ସୁନ୍ଦର (49) ଏବଂ ଶେର୍ଫନ୍ ରାଉଟରଫୋର୍ଡ(35) ସାଥ ଦେଇଥିଲେ। ଗୁଜୁରାଟ ପାଇଁ ଗିଲ 43 ବଲରେ 9 ଚୌକା ସହାୟତାରେ 61 ରନର ଅପରାଜିତ ଇନିଂସ ଖେଳିଥିଲେ। ଶାମି 2ଟି ଓ୍ବିକେଟ ନେଇଥିବା ବେଳେ କମିନ୍ସ ଗୋଟିଏ ଓ୍ବିକେଟ ନେଇଥିଲେ ।
ମହମ୍ମଦ ସିରାଜଙ୍କୁ 4 ଓ୍ବିକେଟ:
ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ଓ୍ବିକେଟ ହରାଇ ମାତ୍ର 152 ରନ୍ କରିଥିଲା । ଦଳ ପାଇଁ ନୀତୀଶ କୁମାର ରେଡ୍ଡୀ 31 ରନ୍ ଏବଂ ହେ ନେରିଚ କ୍ଲାସେନ୍ 27 ରନ୍ ସଂଗ୍ରହ କରିଥିଲେ। ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହିବି 20 ରନ୍ ସଂଗ୍ରହ କରିପାରି ନଥିଲେ। ଗୁଜୁରାଟ ବୋଲରଙ୍କ ଜାଲରେ ଫଶିଯାଇଥିଲେ ହାଇଦ୍ରାବାଦ ବ୍ୟାଟର । ମହମ୍ମଦ ସିରାଜ ଘାତକ ବୋଲିଂ କରି କାହା ବ୍ୟାଟ ଚଲାଇ ଦେଇନଥିଲେ । ସେ ସର୍ବାଧିକ 4 ଓ୍ବିକେଟ ନେଇଥିଲେ । ଯେଉଁଥିରେ ରହିଛନ୍ତି ଅଭିଶେଖ ଶର୍ମା, ଟ୍ରାଭିଶ ହେଡ, ଅନିକେତ ବର୍ମା ଓ ସିମରଜିତ ସିଂ । ସିରାଜଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା ।