ETV Bharat / sports

ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଲା GT, ଘରୋଇ ଗ୍ରାଉଣ୍ଡରେ ମାଟି କାମୁଡିଲା KKR - IPL 2025 GT BEAT KKR

ଆଇପିଏଲର 39ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସକୁ 39 ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ ।

GT VS KKR
GT VS KKR (AP)
author img

By ETV Bharat Odisha Team

Published : April 21, 2025 at 11:22 PM IST

Updated : April 21, 2025 at 11:31 PM IST

2 Min Read

ହାଇଦ୍ରାବାଦ: ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଲା ଗୁଜୁରାଟ ଟାଇଟନ୍ସ । କୋଲକାତାକୁ ତାର ଘରୋଇ ଗ୍ରାଉଣ୍ଡରେ ପରାସ୍ତ କଲା ଗିଲ ବାହିନୀ । ଗିଲ ଓ ସାଇ ସୁଦର୍ଶନଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଚଳିତ ଆଇପିଏଲରେ ଷଷ୍ଠତମ ବିଜୟ ହାସଲ କରିଛି ଗୁଜୁରାଟ । ଆଇପିଏଲର 39ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସକୁ 39ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଅଧିନାୟକ ଶୁବମନ ଗିଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ଆଇପିଏଲରେ କୋଲକାତାର ଏହା ପଞ୍ଚମ ପରାଜୟ ।

ଘରୋଇ ଗ୍ରାଉଣ୍ଡରେ ହାରିଲା କୋଲକାତା:

କୋଲକାତାର ଇଡେନ ଗାଡେନ୍ସରେ ଆଇପିଏଲର 18ତମ ସଂସ୍କରଣର 39 ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାହାଣେ ବାହିନୀ । କିନ୍ତୁ ଦଳ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 3 ଓ୍ବିକେଟ ହରାଇ 198 ରନ କରିଥିଲା । 199 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କେକେଆର । କିନ୍ତୁ ବିପକ୍ଷ ଦଳର ଘାତକ ବୋଲିଂର ସାମ୍ନା କରିନପାରି 20 ଓଭରରେ 8 ଓ୍ବିକେଟ ହରାଇ 159 ରନରେ ଅଟକିଯାଇଥିଲା କେକେଆର ।

ଏହା ମଧ୍ୟ ପଢନ୍ତୁ-ଫର୍ମକୁ ଫେରିଲେ ହିଟ ମ୍ୟାନ ରୋହିତ, 3 ବର୍ଷ ପରେ CSK କୁ ହରାଇଲା MI - IPL 2025 MI BEAT CSK

ଏହା ମଧ୍ୟ ପଢନ୍ତୁ-BCCI ଚୁକ୍ତି: କାହାକୁ ପ୍ରମୋସନ, କାହାର ଡିମୋସନ ? T-20କୁ ବାଏ ବାଏ ପରେ ବି ଏମାନଙ୍କୁ A+ କ୍ୟାଟେଗୋରୀ - BCCI CENTRAL CONTRACTS 2025

ଗିଲଙ୍କ ଧୂଆଁଧାର ବ୍ୟାଟିଂ, ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ:

ଓପନିଂ ଜୋଡି ଭାବେ ପଡିଆକୁ ଓହ୍ଲାଇ ଜବରଦସ୍ତ ପାଳି ଖେଳିଥିଲେ ଶୁବମନ ଗିଲ ଓ ସାଇ ସୁଦର୍ଶନ । ଅଧିନାୟକ ଗିଲ ଧୂଆଁଧାର ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ମାତ୍ର 10 ରନ ପଛରେ ରହି ସେ ଶତକ ହାସଲ କରିବାରୁ ବଞ୍ଚିତ ରହିଯାଇଥିଲେ । କୋଲକାତା ବ୍ୟାଟରଙ୍କୁ ପାଣି ପିଆଇଥିଲେ ଗିଲ । ବଡ ବଡ ସଟ ଖେଳି ବଲକୁ ବାଉଣ୍ଡୁରି ବାହରକୁ କରିଥିଲେ । 3ଛକା ଓ 10 ଚୌକା ବଳରେ 55 ବଲରେ 90 ରନ କରିଥିଲେ ଗିଲ । ସେହିପରି ସାଇ ଅର୍ଦ୍ଧଶତକ ହାସଲ କରିଥିଲେ । ଗୋଟିଏ ଛକା ଓ 4 ଚୌକା ସହ 36 ବଲରେ 52 ରନ କରିଥିଲେ । ବଡଲର 41 ରନ କରି ଅପରାଜିତ ରହିଥିଲେ । ଶାହାରୁଖ ଖାନ ଅପରାଜିତ 11 ରନ କରିଥିଲେ । କୋଲକାତା ପକ୍ଷରୁ ବୈଭବ, ହର୍ଷିତ ରାଣା ଓ ଆଣ୍ଡ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ରନ କରିବାରେ ବିଫଳ କୋଲକାତା ବ୍ୟାଟର:

ଗୁଜୁରାଟ ବୋଲରଙ୍କ ଘାତକ ବୋଲିଂରେ ଲୟ ହରାଇଥିଲେ କୋଲକାତା ବ୍ୟାଟର । ଫଳରେ ରାହାଣେଙ୍କୁ ଛାଡି ଦେଲେ ଆଉ କାହାରବି ବଲା ଚାଲିପାରିନଥିଲା । କୋଲକାତା ପକ୍ଷରୁ ରାହାଣେ ସର୍ବାଧିକ 50 ରନ କରିଥିଲେ । ଅନ୍ୟ କୌଣସିବି ବ୍ୟାଟର 30 ରନ ଛୁଇଁ ପାରିନଥିଲେ । ଟପ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ଗୁଜୁରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରସିଦ ଖାନ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ସିରାଜ, ଇଶାନ୍ତ ଶର୍ମା, ଓ୍ବାଶିଂଟନ ସୁନ୍ଦର ଓ ସାଇ କିଶୋର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Last Updated : April 21, 2025 at 11:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.